Categories: ଖେଳ

ଆର୍‌ସିଏ ନିର୍ବାଚନରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଲଢ଼ିବେ

ଜୟପୁର,୧୩।୯(ପିଟି): ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ରାଜସ୍ଥାନ କ୍ରିକେଟ ଆସୋସିଏଶନ(ଆରସିଏ) ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ବିସିସିଆଇ ବିଜ୍ଞପ୍ତି ଅନୁଯାୟୀ ରାଜ୍ୟ ଆସୋସିଏଶନର ନିର୍ବାଚନ ପ୍ରକ୍ରିୟା ଚଳିତ ମାସ ୨୮ ତାରିଖ ସୁଦ୍ଧା ଶେଷ ହେବା ଦରକାର। ବୈଭବ ପୂର୍ବରୁ ରାଜ୍ୟର କ୍ରୀଡ଼ା ପ୍ରଶାସକ ଭାବେ କାର୍ଯ୍ୟ କରିସାରିଛନ୍ତି। ରାଜସମାନ୍ଦ କ୍ରିକେଟ ଆସୋସିଏଶନରେ କୋଷାଧକ୍ଷ ଦାୟିତ୍ୱ ସମ୍ଭାଳିଥିଲେ। ରାଜ୍ୟର ଯେ କୌଣସି ଜିଲା କ୍ରିକେଟ ଆସୋସିଏଶନର କର୍ମକର୍ତ୍ତା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ନିକଟରେ ବିସିସିଆଇ ଆରସିଏ ଉପରୁ ବାସନ୍ଦାଦେଶ ଉଠାଇଥିଲା। ବୈଭବ ଆରସିଏର ଅର୍ଗାନାଇଜିଂ କମିଟିର ସଦସ୍ୟ ଥିଲେ। ଯୋଧପୁର ଜିଲା କ୍ରିକେଟ ଆସୋସିଏଶନ ପକ୍ଷରୁ ସେ ନିର୍ବାଚନ ଲଢ଼ିବେ। ଅନ୍ୟପକ୍ଷରେ ରାଜସ୍ଥାନ ବିଧାନସଭାର ପୂର୍ବତନ ବିରୋଧୀ ଦଳ ନେତା ରାମେଶ୍ୱର ଦୁଦି ମଧ୍ୟ ରାଜ୍ୟ କ୍ରିକେଟ ନିର୍ବାଚନକୁ ଓହ୍ଲାଇଛନ୍ତି। ନିକଟରେ ସେ ବିନା ପ୍ରତିଦ୍ୱନ୍ଦ୍ୱୀରେ ନାଗାଉର ଜିଲାର କ୍ରିକେଟ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଉଲ୍ଲେଖଥାଉ କି, ବୈଭବ ଲୋକ ସଭା ନିର୍ବାଚନରେ ଯୋଧପୁରରୁ ଛିଡ଼ା ହୋଇଥିଲେ। କଂଗ୍ରେସ ଗଡ଼ ଭାବେ ଜଣାଶୁଣା ଜୋଦପୁର ଆସନରେ ଭାଜପାର ଗଜେନ୍ଦ୍ର ସିଂ ଶେଖାଓ୍ବତଙ୍କଠାରୁ ପରାସ୍ତ ହୋଇଥିଲେ।

Share