Categories: ଗଞ୍ଜାମ

ଆର୍‌ଡିସିଙ୍କ କାର୍ଯ୍ୟାଳୟରେ ସଂସ୍କାରବାଦୀଙ୍କ ଧାରଣା

ବ୍ରହ୍ମପୁର ଅଫିସ,୨୯ା୬-କେସି ହାଇସ୍କୁଲ ପରିସରରେ ଚାଲିଥିବା ବେସରକାରୀ ଇଂଲିଶ ମାଧ୍ୟମ ସ୍କୁଲ ଉଚ୍ଛେଦ ଦାବି ଏବେ ଜୋର ଧରିଛି ା ସାମାଜିକ ଅନୁଷ୍ଠାନ ସଂସ୍କାରବାଦୀ ପକ୍ଷରୁ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପରେ ଶୁକ୍ରବାର ଦକ୍ଷିଣାଞ୍ଚଳ ଆରଡିିସିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା। ସରକାରୀ ଅନୁଦାନ ପ୍ରାପ୍ତ ତଥା ଗୋଷାଣୀନୂଆଗଁାର ସର୍ବପୁରାତନ କେସି ହାଇସ୍କୁଲରେ ଦୀର୍ଘ ମାସ ଧରି ବେଆଇନ ଭାବେ ଘରୋଇ ଇଂଲିଶ ମିଡିୟମ ସ୍କୁଲ ପରିଚାଳିତ ହେଉଛି ା ଏହାକୁ ଉଚ୍ଛେଦ କରିବାକୁ ବହୁବାର ଜିଲା ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏଥିପ୍ରତି କେହି ଗୁରୁତ୍ୱ ଦେଉ ନ ଥିବା ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଥିଲା ା କେସି ହାଇସ୍କୁଲ ପରିସରରେ ପରିଚାଳିତ ବେସରକାରୀ ଇଂଲିଶ ମାଧ୍ୟମ ସ୍କୁଲ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ଦିଗରେ ପଦକ୍ଷେପ ନେବା, ପ୍ରଧାନ ଶିକ୍ଷକ ଭାବେ ବରିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦେବା ଏବଂ କେସି ଟାଉନ, କେସି ବାଳିକା, କେସି ହାଇସ୍କୁଲରେ ଆବଶ୍ୟକ ଶିକ୍ଷୟିତ୍ରୀ ଶିକ୍ଷକ ନିଯୁକ୍ତି କରିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଥିଲା ା ଏନେଇ ଆରଡିସିଙ୍କ ଜରିଆରେ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା ା ସଭାପତି ତ୍ରିନାଥ ମହାରଣା, ଉପସଭାପତି ବଂଶୀଧର ଭୂୟଁାଙ୍କ ସମେତ ପ୍ରତାପ ଚନ୍ଦ୍ର ପଣ୍ଡା, ଶ୍ୟାମସୁନ୍ଦର ଖାଡଙ୍ଗା, ବିଜୟ ଚନ୍ଦ୍ର ବିଷୋୟୀ, ଗୌରୀ ଶଙ୍କର ମହାନ୍ତି, ଏସ୍‌. ଶାମ୍ବଶିବ ରାଓ ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ ା