ରାଉରକେଲା ଅଫିସ,୨୦।୨-ସେକ୍ଟର- ୩ ଅଞ୍ଚଳରେ ଆର୍ଏସ୍ପି ମେନ ହୋଲକୁ ଖସି ପଡି ଜଣେ ଶିଶୁର ମୃତ୍ୟୁ ଘଟିଥିବା ଜଣାଯାଇଛି। ସେକ୍ଟର- ୩ ଅଟୋ କଲୋନୀ ବାସିନ୍ଦା କଳାକାର ସାହୁଙ୍କ ଅଢେଇ ବର୍ଷର ପୁଅ ହିମାଂଶୁ ଖରାବେଳେ ବାହାରେ ଖେଳୁଥିଲେ। ତାଙ୍କ ଉପରେ କାହାର ନଜର ନ ଥିଲା। ପାଖ ବି/ ୧୧ କ୍ୱାଟର୍ସ ନିକଟରେ ରହିଥିବା ଏକ ଖୋଲା ମେନ ହୋଲକୁ ଖସି ପଡି ସେ ଆଉ ବାହାରକୁ ବାହାରି ପାରି ନ ଥିଲା। ଫଳରେ ଏଥିରେ ଫସି ରହି ସେ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି। ପିଲାଟି କାଳେ ବାହାରେ ଖେଳୁଥିବା ଭାବି ମାତା ପିତା ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ତାକୁ ଏହି ନାଳରୁ ଠାବ କରିଥିବା ସୂଚନା ମିଳିଛି। ମୂମୂର୍ଷ ଅବସ୍ଥାରେ ପିଲାଟିକୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲକୁ ନିଆଯାଇ ଥିଲେ ହେଁ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏ ନେଇ ସେକ୍ଟର -୩ ଥାନା ଅଧିକାରୀଙ୍କୁ ପଚରାଯିବାରୁ ସେ କହିଥିଲେ ଆମ ପାଖରେ ଏ ନେଇ କିଛି ଖବର ନାହିଁ।
ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ
ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...
ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର
ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...
ଜାଲ୍ ଲାଇସେନ୍ସରେ ବନ୍ଧୁକ ବେପାର, ୩ ଗିରଫ
ରାଉରକେଲା,୩୧।୧୨(ସଙ୍ଗୀତା ଜେନା): ରାଉରକେଲା ଜିଲା ପୋଲିସ ସୋମବାର ରାଉରକେଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆନ୍ତଃ ରାଜ୍ୟ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଗ୍ୟାଙ୍ଗ୍ର ପର୍ଦ୍ଦାଫାଶ କରିଛି। ଜାଲ୍...
୫୨୦ ନମ୍ବର ଜାତୀୟ ରାଜପଥରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ୨ ଡ୍ରାଇଭରଙ୍କ ମୃତ୍ୟୁ
ବଣାଇଁ, ୨୭|୧୨(ପ୍ରଦୀପ ତ୍ରିପାଠୀ )-: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ...
ବସ୍ କାଚ ଭାଙ୍ଗି ଜାଳିଦେଲେ …
ରାଉରକେଲା,୨୬।୧୨: ସୁନ୍ଦରଗଡ଼ ଜିଲା ଟାଙ୍ଗାରପାଲି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କେତେକ ଦୁର୍ୱୃତ୍ତ ଏକ ଯାତ୍ରୀବାହୀ ବସ୍ର କାଚ ଭାଙ୍ଗି ଜାଳି...
ଜେଲ୍ରେ କଏଦୀଙ୍କ ଆନ୍ଦୋଳନ
ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...
ବନ୍ଧାହେଲେ ଜୁନିୟର ଆକାଉଣ୍ଟାଣ୍ଟ, ୪ ଦାମୀ ପ୍ଲଟ୍ ସହ ରହିଛି…
ସୁନ୍ଦରଗଡ଼,୨୩ା୧୨: ସୁନ୍ଦରଗଡ଼ OSCSC ଲିମିଟେଡ୍ ଜୁନିୟର ଆକାଉଣ୍ଟାଣ୍ଟ ରବୀନ୍ଦ୍ର ବାରିକ ଗିରଫ ହୋଇଛନ୍ତି। ଭିଜିଲାନ୍ସ ଚଢାଉ ବେଳେ ରବୀନ୍ଦ୍ରଙ୍କ ଘରୁ ଠାବ ହୋଇଛି ବିପୁଳ ଟଙ୍କାର...
ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବତୀଯୁବକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
ବଣାଇଁ, ୨୨/୧୨(ପ୍ରଦୀପ ତ୍ରିପାଠୀ):- ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନାର ବିରତୋଳା ମନ୍ଦିର ନିକଟରେ ବ୍ରାହ୍ମଣି ନଦୀରେ ଅଭାବନୀୟ ଘଟଣା । ବ୍ରାହ୍ମଣି ନଦୀରେ ବୁଡି ଯୁବତୀଯୁବକଙ୍କ...
Archives


