ଆର୍‌ଆଇ ଅଫିସ ଖାଲି ଯୋଗୁ ଲୋକେ ହନ୍ତସନ୍ତ

ପୁରୁଣା ଭୁବନେଶ୍ୱର,୬ା୨(ଡି.ଏନ.ଏ.): ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ଓ ଜମି ଅଧିଗ୍ରହଣ ନେଇ ମାପଚୁପ ଚାଲିଛି। ଅନ୍ୟ ଅଧିକାରୀଙ୍କ ସହ ରାଜସ୍ବ ନିରୀକ୍ଷକ ପ୍ରତ୍ୟକ୍ଷ ଭାବେ ଏଠାରେ ଉପସ୍ଥିତ ରହୁ ଥିବାରୁ ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜମି ବାଡି କାଗଜପତ୍ରଠାରୁ ଆରମ୍ଭ କରି ଅନ୍ୟ ଛୋଟ ମୋଟ ଜରୁରୀ ଆୟ, ଜାତି, ଉତ୍ତରାଧିକାରୀ ପ୍ରମାଣ ପତ୍ର ଆଦି ପାଇବା ନେଇ ସମସ୍ୟା ଉପୁଜୁଛି। ଦୀର୍ଘଦିନ ହେବ ଉପରିସ୍ଥ ଅଧିକାରୀଙ୍କ ସହାୟତା କରିବାକୁ ଯାଇ ଅଧିକାଂଶ ସମୟ କର୍ମଚାରୀଙ୍କ ଦେଖାରେଖାରେ ପୁରା ଅଫିସ୍‌ ଖାଲି ରହୁଛି। ଏଣୁ ଆଖପାଖ ମୌଜାର ସାଧାରଣ ବାସିନ୍ଦାଙ୍କ ସୁବିଧା ନେଇ ବିକଳ୍ପ ବ୍ୟବସ୍ଥା କରିବାକୁ ବିଭିନ୍ନ ମହଲରୁ ଦାବି କରାଯାଉଛି।