ଆର୍ଥିକ ଗତିବିଧି ନେଇ ଧର୍ମେନ୍ଦ୍ରଙ୍କ ଆଲୋଚନା

ଭୁବନେଶ୍ୱର,୩୧ା୮(ବ୍ୟୁରୋ): ରୁଷ ଗସ୍ତର ଦ୍ୱିତୀୟ ଦିନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ବିଶ୍ୱର ଅଗ୍ରଣୀ ଇସ୍ପାତ୍‌ ଉପତ୍ାଦନକାରୀ ଏଭରାଜ୍‌ ଗ୍ରୁପର ସିଇଓ ଆଲେକ୍‌ଜାଣ୍ଡର ଫ୍ରୋଲୋଭ ଏବଂ ସ୍କୋଲ୍‌କୋଭୋ ଫାଉଣ୍ଡେଶନ ମୁଖ୍ୟ ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଆରକେଡି ଡିଭୋରକୋଡିକ୍‌ଙ୍କୁ ଭେଟିଛନ୍ତି। ଏହି ଅବସରରେ ଦୁଇଦେଶ ମଧ୍ୟରେ ଇସ୍ପାତ୍‌, କୋଇଲା ବ୍ୟବସାୟ ଏବଂ ତୈଳ ଓ ଗ୍ୟାସ କ୍ଷେତ୍ରରେ ଆର୍ଥିକ ଗତିବିଧି ସମ୍ପର୍କରେ ଆଲୋଚନା ହୋଇଛି।
ଧର୍ମେନ୍ଦ୍ର ଏଭରାଜ୍‌ ଗ୍ରୁପର ସିଇଓଙ୍କ ସହ କୋଇଲା ସମ୍ବଳ, ଖଣିଜ, ଇସ୍ପାତ ଉପତ୍ାଦନ, ଟୋକ୍ନୋଲୋଜି ହସ୍ତାନ୍ତରଣ ଆଦି କ୍ଷେତ୍ରରେ ଏଭରାଜ୍‌ ଏବଂ ଭାରତୀୟ ଇସ୍ପାତ୍‌ କମ୍ପାନୀ ମଧ୍ୟରେ ସହଯୋଗ ରଖିବା ପାଇଁ ଆଲୋଚନା କରିଛନ୍ତି। ସେହିପରି ସ୍କୋଲ୍‌କୋଭୋ ଫାଉଣ୍ଡେଶନର ମୁଖ୍ୟଙ୍କ ସହ ଆଲୋଚନା କରିବା ପରେ ଧର୍ମେନ୍ଦ୍ର କହିଛନ୍ତି, ଉକ୍ତ ସଂସ୍ଥା ଉଦ୍ୟମିତା ଏବଂ ଅଭିନବୀକରଣ ଦିଗରେ କାର୍ଯ୍ୟ କରୁଛି। ଏହାସହ ତୈଳ ଓ ଗ୍ୟାସ କ୍ଷେତ୍ରରେ ପୁଞ୍ଜିବାଦକୁ ପ୍ରୋତ୍ସାହନ ଦେବା ପାଇଁ ଏକ ଷ୍ଟାର୍ଟଅପ୍‌କୁ ଯୋଡୁଛି। ଏହି ଫାଉଣ୍ଡେଶନର ସ୍କୋଲକୋଭୋ ସେଣ୍ଟର ଏକ ହାଇ ଟେକନିକ୍‌ ବ୍ୟବସାୟ କ୍ଷେତ୍ର, ଯାହା ତୈଳ ଏବଂ ଗ୍ୟାସ କ୍ଷେତ୍ର ସହ ନୂଆ ନୂଆ କୌଶଳକୁ ବିକଶିତ କରିବା ଭଳି କମ୍ପାନୀ ଏବଂ ଷ୍ଟାର୍ଟଅପ୍‌ରୁ ନିର୍ମାଣ ହୋଇଛି। ସ୍କୋଲକୋଭୋ ଫାଉଣ୍ଡେଶନ ଷ୍ଟାର୍ଟଅପ୍‌ ଦ୍ୱାରା ନୂଆ ଟେକ୍ନୋଲୋଜି୍ନ ବିକଶିତ ହୋଇଛି। ଏହି ଟେକ୍ନୋଲୋଜି ତୈଳ ଏବଂ ଗ୍ୟାସ କ୍ଷେତ୍ରକୁ ବିକଶିତ କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଛି। ଏହା ମାଧ୍ୟମରେ ଭାରତରେ ପେଟ୍ରୋଲିୟମ ଏବଂ ଗ୍ୟାସ ଅନ୍ବେଷଣ ଓ ଉପତ୍ାଦନକୁ ବୃଦ୍ଧି କରାଯାଇପାରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।