ଆର୍ଥିକ ଅନଗ୍ରସରଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ

ରାଇକିଆ,୨୩ା୪(ଡି.ଏନ୍‌.ଏ.)- ଲକ୍‌ଡାଉନ ଯୋଗୁ ସାଧାରଣ ଲୋକ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଆର୍ଥିକ ଅନଗ୍ରସର ଲୋକଙ୍କ ଉପରେ ଏହାର ପ୍ରଭାବ ପଡୁଛି। ରାଇକିଆ ବ୍ଲକର ଯୁବ ସମାଜସେବୀ ମେନେଶ୍ୱର୍‌ ଦିଗାଲ ୧୫୦ରୁ ଉର୍ଦ୍ଧ୍ୱ ପରିବାରଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି। ଏଥିସହ ମାସ୍କ ବଣ୍ଟନ କରି ହାତ ଧୋଇବା, ସାମାଜିକ ଦୂରତା ସମ୍ପର୍କରେ ସଚେତନ କରିଥିଲେ। ସଚେତନ କାର୍ଯୟକ୍ରମରେ ଆଶା ଓ ଅଙ୍ଗୱାଡ଼ି କର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ। ତାଙ୍କ ସହ ସରପଞ୍ଚ ପଞ୍ଚୁ ପ୍ରଧାନ, ସମିତି ସଭ୍ୟା ମିନୀ ନାୟକ, ସ୍ବେଚ୍ଛାସେବୀ ସୁକାନ୍ତ ନାୟକ ପ୍ରମୁଖ ସାମିଲ ଥିଲେ।