ଆର୍ତ୍ତନାଦ ଦିବସରେ ଶୋଭାଯାତ୍ରା, ଦଳିତ ଖ୍ରୀଷ୍ଟିଆନ୍‌ଙ୍କୁ ମିଳୁ ଅନୁସୂଚିତ ଜାତି ମାନ୍ୟତା

ବ୍ରହ୍ମପୁର ଅଫିସ୍‌,୧୧ା୮- ହିନ୍ଦୁଙ୍କ ଭଳି ଖ୍ରୀଷ୍ଟିଆନ୍‌ ଧର୍ମରେ ଥିବା ଦଳିତମାନଙ୍କୁ ଅନୁସୂଚିତ ଜାତିର ମାନ୍ୟତା ଦାବି ନେଇ ଶନିବାର ଶୋଭାଯାତ୍ରା ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜାତୀୟ ଦଳିତ ଖ୍ରୀଷ୍ଟିଆନ୍‌ ପରିଷଦର ଓଡ଼ିଶା ଶାଖା ପକ୍ଷରୁ ଆର୍ତ୍ତନାଦ ଦିବସ ପାଳନ ଅବସରରେ ବିକ୍ଷୋଭ ସହ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅଭିଯୋଗ ଅନୁଯାୟୀ, ଦେଶ ସ୍ବାଧୀନ ହେବାର କିଛି ଦିନ ପରେ ହିନ୍ଦୁ ଧର୍ମାବଲମ୍ବୀ ଦଳିତଙ୍କୁ ଅନୁସୂଚିତ ଜାତିର ମାନ୍ୟତା ଦିଆଯାଇଛି । ଅନ୍ୟ ଧର୍ମାବଲମ୍ବୀର ଦଳିତମାନଙ୍କୁ ବଞ୍ଚିତ କରାଯାଇ ଜାତିଗତ ସଂରକ୍ଷଣ, ସୁରକ୍ଷା ଓ ଅଭିବୃଦ୍ଧିରୁ ଉଚ୍ଛେଦ କରାଗଲା । ପରବର୍ତ୍ତୀ ସମୟରେ ୧୯୫୬ ମସିହାରେ ଶିଖ୍‌ ଧର୍ମାବଲମ୍ବୀ ଏବଂ ୧୯୯୦ ମସିହାରେ ବୌଦ୍ଧ ଧର୍ମାବଲମ୍ବୀ ଦଳିତଙ୍କୁ ଅନୁସୂଚିତ ଜାତିର ମାନ୍ୟତା ଦିଆଗଲା। ଖ୍ରୀଷ୍ଟିଆନ୍‌ ଧର୍ମରେ ଏହାକୁ ଲାଗୁ ନ କରିବା ବା ସାମାଜିକ ତଥା ଆର୍ଥିକ ସ୍ଥିତିକୁ ବିଚାରକୁ ନ ନେବା ସେମାନଙ୍କ ପ୍ରତି ଅନ୍ୟାୟ । ଧର୍ମ ପରିବର୍ତ୍ତନ ହେତୁ ଜାତିର ପରିବର୍ତ୍ତନ ହୋଇ ନ ଥାଏ । ଜଣେ ଧର୍ମ ପରିବର୍ତ୍ତନ କରିପାରେ। କିନ୍ତୁ ଜାତି ପରିବର୍ତ୍ତନ କରିବା ଅସମ୍ଭବ । ୧୯୫୦ ମସିହାରୁ ଖ୍ରୀଷ୍ଟିଆନ୍‌ ଦଳିତମାନେ ଏହା ବିରୋଧରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଛନ୍ତି । ସୁପ୍ରିମ୍‌କୋର୍ଟ ଦ୍ୱାରା ଗଠିତ ମିଶ୍ର କମିଶନ୍‌ଙ୍କ ରିପୋର୍ଟ ଅନୁସାରେ ସମ୍ବିଧାନର ଅନୁସୂଚିତ ଜାତି ଅଧ୍ୟାଦେଶ ୧୯୫୦ ଅନୁଚ୍ଛେଦ-୩ ହେଉଛି ଅଣସାମ୍ବିଧାନିକ। ଅପରପକ୍ଷେ ଖ୍ରୀଷ୍ଟିଆନ୍‌ ଦଳିତଙ୍କୁ ଅନୁସୂଚିତ ଜାତିର ମାନ୍ୟତା ଦାବି ନେଇ ୨୦୦୪ ଏପ୍ରିଲ୍‌ ୧୨ତାରିଖରେ ସୁପ୍ରିମ୍‌କୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଥିଲା । ଆସନ୍ତା ସେପ୍ଟେମ୍ବରରେ ଏହାର ଶୁଣାଣି ହେବ ।
ଅନୁସୂଚିତ ଜାତିର ମାନ୍ୟତା ନ ଥିବା ଯୋଗୁ ଖ୍ରୀଷ୍ଟିଆନ୍‌ ଦଳିତମାନେ କୌଣସି ପ୍ରକାର ସଂରକ୍ଷଣଜନିତ ସୁବିଧା ପାଇପାରୁନାହାନ୍ତି। ଗତ ୨୦ତାରିଖରେ ମୋହନାରେ ରାଜ୍ୟସ୍ତରୀୟ ବୈଠକରେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା। ଶନିବାର ଜାତୀୟ କଳା ଦିବସ ବା ଆର୍ତ୍ତନାଦ ଦିବସ ପାଳନ ଅବସରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜିପୁର ଚର୍ଚ୍ଚଠାରୁ ବାହାରିଥିବା ଏକ ବିରାଟ ପଟୁଆର ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର୍‌ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ବିକ୍ଷୋଭ ପ୍ରଦର୍ଶନ ପରେ ସୁପ୍ରିମ୍‌କୋର୍ଟ ଏବଂ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ରାଜ୍ୟ ସଭାପତି ପ୍ରଫୁଲ୍ଲ କୁମାର ଲିମା, ରାଜ୍ୟ ସମ୍ପାଦକ ଆଚାର୍ଯ୍ୟ ବିକାଶ ବର୍ଦ୍ଧନ, ରାଜ୍ୟ ସହସଂପାଦକ ସାଗର ବଲ୍ୟାରସିଂ, କିଶୋର ବଲ୍ୟାରସିଂ, ସନ୍ତୋଷ ଜୟପତି, ପ୍ରମୋଦ ନିଶାନ୍ତ, ଥମାସ ମାଇକେଲ୍‌, ରବି ରତନ, ଜି.ସୁବା ରାଓ, ଉବେଦ ସାଲସିଂ, କୁମାର ପ୍ରଶାନ୍ତ, ଶରତ ସୁକାନ୍ତ ପାଣି, ଶରତ ଚନ୍ଦ୍ର ନାୟକ, ଆଚାର୍ଯ୍ୟ ଡେଭିଡ୍‌ ଏଡିସନ୍‌, ରବିନ୍‌ କରାଡ଼, ସୁପ୍ରିଆନ୍‌ ନାୟକ, ରଂଜନ ମାଳି, ପ୍ରଶ୍ନ ମାଳି, ବାଲମିନା ଅଧିକାରୀ, ମିରା ମନ୍ତ୍ରୀ, ରମାକାନ୍ତ ବଲ୍ୟାର୍‌ସିଂ ଓ ବିଜୟାନନ୍ଦ ସିଂ ପ୍ରମୁଖ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ସକାଳୁ ଉଠିଲେ ପାଣି ପାଇଁ ସଂଘର୍ଷ: ୩୦ ପରିବାରକୁ ଗୋଟିଏ ନଳକୂପ

ଦାରିଙ୍ଗବାଡି, ୫/୧୨ (ଅରୁଣ ସାହୁ): ଭୋର ଉଠିଲେ ପିଇବା ଓ ବ୍ୟବହାର କରିବାକୁ ପାଣି ପାଇଁ ସଂଘର୍ଷ କରିବାକୁ ପଡୁଛି। ଦିନେ କି ୨ ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri