ନୂଆଦିଲ୍ଲୀ,୧୧-୮: ବଜେଟରେ ଲାଗୁ ହୋଇଥିବା ସରଚାର୍ଜକୁ ନେଇ ଚିନ୍ତିତ ଫରେନ ପୋର୍ଟଫୋଲିଓ ଇନ୍ଭେଷ୍ଟର(ଏଫ୍ପିଆଇ) କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ଙ୍କୁ ଭେଟିଛନ୍ତି। ସରଚାର୍ଜ ଲାଗୁ ହେବା ଦ୍ୱାରା ସେମାନଙ୍କ ନିବେଶ ପ୍ରଭାବିତ ହେଉଛି ଦର୍ଶାଇ ଏଫ୍ପିଆଇ ଏହାକୁ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି। ଏହା ପ୍ରତ୍ୟାହାର ହେବା ପରେ ଯାଇ ସେମାନେ ଭାରତରେ ନିବେଶ କରିବେ ବୋଲି ସେମାନେ ସୀତାରାମନ୍ଙ୍କୁ ସ୍ପଷ୍ଟ କରିଛନ୍ତି। ତେବେ ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଚୁପ୍ ରହିଛନ୍ତି। ସେ ଏସଂକ୍ରାନ୍ତରେ କୌଣସି ପ୍ରତିଶ୍ରୁତି ଦେଇନାହାନ୍ତି। ଏଠାରେ ଡୋମେଷ୍ଟିକ ଇନ୍ଷ୍ଟିଚ୍ୟୁଶନାଲ ଇନ୍ଭେଷ୍ଟର ଓ ଏଫ୍ପିଆଇଙ୍କ ସହ ସୀତାରାମନ୍ ସରଚାର୍ଜକୁ ନେଇ ଆଲୋଚନା କରିଥିଲେ। ତେବେ ଏହାକୁ ପ୍ରତ୍ୟାହାର କରିବା ନେଇ ଅର୍ଥମନ୍ତ୍ରୀ ପ୍ରତିଶ୍ରୁତି ଦେବା ସଂକ୍ରାନ୍ତରେ ମନ୍ତ୍ରଣାଳୟ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ। ଉଲ୍ଲେଖଯୋଗ୍ୟ ଯେ, ଅତି ଧନୀ ଓ ଏଫ୍ପିଆଇଙ୍କ ଉପରେ ସରଚାର୍ଜ ଲାଗୁ କରାଯିବ ବୋଲି ଚଳିତ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ସୀତାରାମନ୍ ଘୋଷଣା କରିଥିଲେ। ଏଥିରେ କ୍ଷୁବ୍ଧ ଏଫପିଆଇ ବଜେଟ ପରେ ଆଜିସୁଦ୍ଧା ଷ୍ଟକ ବଜାରରୁ ୨୨ ହଜାର କୋଟି ଟଙ୍କା କାଢ଼ି ନେଇଛନ୍ତି। ବୈଠକରେ ବିଦେଶୀ ସଂସ୍ଥାଗତ ନିବେଶକମାନେ ଉପସ୍ଥିତ ଥିଲେ। ତେବେ ଏହି ବୈଠକରେ ଉପସ୍ଥିତ ଥିବା ଅର୍ଥ ମନ୍ତ୍ରଣାଳୟର ଅଧିକାରୀମାନେ ସବୁ ଶୁଣିବା ପରେ ମଧ୍ୟ କିଛି ଉତ୍ତର ଦେଇ ନ ଥିଲେ। ସେମାନେ ଦିଆଯାଇଥିବା ପରାମର୍ଶକୁ ଚୁପ୍ଚାପ୍ ଶୁଣିଥିଲେ। ଆସୋସିଏଶନ ଅଫ୍ ଆସେଟ୍ ମ୍ୟାନେଜମେଣ୍ଟ ରାଉଣ୍ଡଟେବଲ ଅଫ୍ ଇଣ୍ଡିଆ ପ୍ରେସିଡେଣ୍ଟ ନନ୍ଦିତା ପାରକର୍ କହିଛନ୍ତି ଯେ, ଅର୍ଥମନ୍ତ୍ରୀଙ୍କୁ ଟିକସ ବ୍ୟବସ୍ଥା ଓ ଇଜ୍ ଅଫ୍ ଡୁଇଂ ବିଜନେସ ସମ୍ପର୍କରେ କୁହାଯାଇଛି। ଇକ୍ୟୁଟି ନିବେଶ କ୍ଷେତ୍ରରେ ଭାରତରେ ଏଫ୍ପିଆଇ ପ୍ରାୟ ୨୫ରୁ ୩୫ ବିଲିୟନ ଡଲାର ନିବେଶ କରିପାରିବେ ବୋଲି ସୀତାରାମନ୍ଙ୍କୁ ଜଣାଇ ଦିଆଯାଇଛି। ତେବେ ଏଥିଲାଗି ସ୍ଥିର ଟିକସ ବ୍ୟବସ୍ଥା ଲାଗୁ ହେବା ଆବଶ୍ୟକ ବୋଲି କୁହାଯାଇଛି।
୫୦ହଜାର ଖସିଲାଣି ସୁନାଦର! ଏକ୍ସପର୍ଟ କହିଲେ ଆଗକୁ ଲକ୍ଷେ ତଳକୁ…
ନୂଆଦିଲ୍ଲୀ, ୨ା୭: ସୁନା ବଜାରରେ ଜାରି ରହିଥିବା ଦ୍ରୁତ ଅଭିବୃଦ୍ଧି ଏବେ ଓଲଟା ମୋଡ଼ ନେଇଛି। ଚଳିତ ବର୍ଷ ପ୍ରାରମ୍ଭରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ପ୍ରତି…
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର; ଜୁଲାଇରେ ଏତେ ପ୍ରତିଶତ ବଢ଼ିବ ମହଙ୍ଗା ଭତ୍ତା…
ନୂଆଦିଲ୍ଲୀ,୧।୭: ଶ୍ରମ ବ୍ୟୁରୋର ଏକ ପ୍ରେସ୍ ରିଲିଜ୍ ଅନୁଯାୟୀ, AICPI-IW ଏପ୍ରିଲ୍ ୨୦୨୬ରେ ୧୪୯.୯ରୁ ମେ ୨୦୨୬ରେ ୦.୯ ପଏଣ୍ଟ ବୃଦ୍ଧି ପାଇ ୧୫୦.୮ ହୋଇଛି। ଏହି…
ଆଜିଠୁ ଶସ୍ତା ହେଲା ୫ କେଜିଆ ଗ୍ୟାସ୍ ସିଲିଣ୍ଡର, ଜାଣନ୍ତୁ ଆପଣଙ୍କ ସହରର ନୂଆ ଦର!
ନୂଆଦିଲ୍ଲୀ,୧।୭: ମହଙ୍ଗା ମାଡ଼ ମଧ୍ୟରେ ଏବେ ଏଲପିଜି (LPG) ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଆଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ସହିତ ‘ଛୋଟ ଗ୍ୟାସ୍ ସିଲିଣ୍ଡର’ ମଧ୍ୟ…
୧ ଜୁଲାଇରୁ ବଦଳିଗଲା ଏହି ୧୦ଟି ବଡ଼ ନିୟମ! ଆଇଟିଆର୍, କ୍ରେଡିଟ୍ କାର୍ଡଠାରୁ ଆରମ୍ଭ କରି ପିଏଫ୍ ଉଠାଣ ପର୍ଯ୍ୟନ୍ତ…
ନୂଆଦିଲ୍ଲୀ,୧।୭: ଜୁଲାଇ ଆରମ୍ଭ ହୋଇଯାଇଛି। ଆଇଟିଆର୍ (ITR) ଦାଖଲ ସମୟସୀମାଠାରୁ ଆରମ୍ଭ କରି ୟୁପିଆଇ (UPI) ଭିତ୍ତିକ ପିଏଫ୍ (PF) ଟଙ୍କା ଉଠାଣ ଏବଂ କ୍ରେଡିଟ୍ କାର୍ଡର…
ମାସର ପ୍ରଥମ ଦିନରେ ଶସ୍ତା ହେଲା ସୁନା; ଏତିକି ଖସିଲା ରେଟ! ଜାଣନ୍ତୁ ୧ ଜୁଲାଇର ନୂଆ ରେଟ୍…
ନୂଆଦିଲ୍ଲୀ,୧।୭: ୧ ଜୁଲାଇ ୨୦୨୬ରେ ସୁନା ଏବଂ ରୂପା ଉଭୟର ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। କ୍ରମାଗତ ଭାବେ ବଢୁଥିବା ମୂଲ୍ୟ ପରେ ଏବେ ଗ୍ରାହକମାନଙ୍କୁ ସାମାନ୍ୟ…
ଦେଶରେ ୫ଟଙ୍କା ଶସ୍ତା ହେଲା ପେଟ୍ରୋଲ, ଜାଣନ୍ତୁ କେଉଁ କମ୍ପାନୀ କଲା ଘୋଷଣା
ନୂଆଦିଲ୍ଲୀ,୧।୭: ଦେଶର କୋଟି କୋଟି ଜନତାଙ୍କ ପାଇଁ ଏକ ବଡ଼ ଖୁସି ଖବର। ଦୀର୍ଘ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଦେଶରେ ଇନ୍ଧନ ମୂଲ୍ୟରେ…
୪୫ହଜାର ଟଙ୍କା ଖସିଲାଣି ସୁନାଦର, ଆଗକୁ ଲକ୍ଷେ ତଳକୁ ଖସିବ? ବିଶେଷଜ୍ଞଙ୍କ ବଡ଼ ବୟାନ
ଭୁବନେଶ୍ୱର, ୩୦।୬: ଗତ ପ୍ରାୟ ଏକ ବର୍ଷ ଧରି ସୁନା ବଜାରରେ ଲାଗି ରହିଥିବା ଅପ୍ରତ୍ୟାଶିତ ସୁନାମି ଏବେ ଶାନ୍ତ ପଡ଼ିଛି। ଲଗାତାର ଭାବେ ବୃଦ୍ଧି ପାଇ…
ବନ୍ଦ ହୋଇଯିବ ଏହି ୨ଟି ବଡ଼ ବ୍ୟାଙ୍କ୍! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ ଖବର ପଛର ସତକଥା…
ନୂଆଦିଲ୍ଲୀ,୩୦।୬: ସୋସିଆଲ ମିଡିଆରେ କିଛି ଏଭଳି ଖବର ସାମ୍ନାକୁ ଆସୁଛି, ଯେଉଁଥିରେ କୁହାଯାଉଛି ଯେ ଭାରତର ତିନୋଟି ବଡ଼ ବ୍ୟାଙ୍କର ମିଶ୍ରଣ ହେବାକୁ ଯାଉଛି। ଯଦି ଏହି…
Archives

