Posted inଫୁରସତ

ଆରାମ ନୁହେଁ, କଷ୍ଟ ଦେବ ଏ ତକିଆ

ଦିନ ତମାମର ଥକାପଣ ଦୂର ହୁଏ ନରମ ଗଦିରେ, ନରମ ତକିଆରେ କେଇ ଘଣ୍ଟା ଆରାମରେ ଶୋଇପଡ଼ିଲେ। ଏହି ଧଳାରଙ୍ଗର ସୁନ୍ଦର ତକିଆ ଦେଖିଲେ ଅନେକଙ୍କ ମନରେ ସେହି ଇଚ୍ଛା ନିଶ୍ଚୟ ଜାଗ୍ରତ ହେଉଥିବ। କିନ୍ତୁ ଜାଣିରଖନ୍ତୁ ଏହି ତକିଆ ଆରାମ ନୁହେଁ, ବରଂ କଷ୍ଟ ଦେବ। କାରଣ ଏହା ନରମ ତୁଳାରେ ନୁହେଁ, ବରଂ ଧଳା ମାର୍ବଲ ପଥରରେ ତିଆରି। ନରଓ୍ବେର କଳାକାର ହାକୋନ ଆଣ୍ଟୋନ ଫାଗେରାସ୍‌ ଏହି ତକିଆକୁ ତିଆରି କରିଛନ୍ତି, ଯାହାକି ସମ୍ପୂର୍ଣ୍ଣ ବାସ୍ତବ ପରି ଲାଗେ। ତକିଆରେ ଶୋଇଲେ ଯେଉଁଭଳି ଭାବେ ତାହା ଲୋଚାକୋଚା ହୁଏ। ଏହାକୁ ବି ସେହିଭଳି ଲୋଚାକୋଚା ଲୁକ୍‌ ଦିଆଯାଇଛି। ଆଉ ଏତେ ନିଖୁଣ ଭାବେ କରାଯାଇଛି ଯେ ତାହା ବାସ୍ତବ ପରି ଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

ତିରୁମାଲା ଗର୍ଭଗୃହରେ କାହିଁକି ନାହିଁ ଘଣ୍ଟି, ଜାଣନ୍ତୁ ଏହାର ରହସ୍ୟ…

ତିରୁମାଲାର ବିଶ୍ୱ ପ୍ରସିଦ୍ଧ ଭଗବାନ ଶ୍ରୀ ଭେଙ୍କଟେଶ୍ୱର ସ୍ବାମୀ (ବାଲାଜୀ) ମନ୍ଦିର ଏହାର ମହିମା, ଚମତ୍କାର ଏବଂ ଅନନ୍ୟ ପରମ୍ପରା ପାଇଁ ସାରା ବିଶ୍ୱରେ ଜଣାଶୁଣା। ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri