ଆରମ୍ଭ ହେଲା ଧରପଗଡ଼: ରାୟଗଡ଼ାରେ କାଠ ବୋଝେଇ ଟ୍ରକ୍‌କୁ ୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜରିମାନା

ରାୟଗଡ଼ା ଅଫିସ,୩।୧: ମାର୍ଚ୍ଚ ୧ରୁ ମୋଟର ଯାନ ଆଇନ କଡ଼ାକଡ଼ି ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଥିଲେ। ଏ ନେଇ ଗାଡ଼ିର ଆବଶ୍ୟକ କାଗଜପତ୍ର ଠିକ୍‌ କରିବା ଲାଗି ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି କ୍ରମରେ ରବିବାର ରାୟଗଡ଼ା ସହରରେ ପରିବହନ ବିଭାଗ ଓ ପୋଲିସ ପକ୍ଷରୁ ଯାଞ୍ଚ କାରାଯାଉଥିବା ବେଳେ ଏକ ଟ୍ରକ୍‌ଠାରୁ ୧ଲକ୍ଷ ୧୦ ହଜାର ୮ ଶହ ଟଙ୍କା ଜରିମାନା କରାଯାଇଛି। କାଠ ବୋଝେଇ ଟ୍ରକ୍‌ (ଏପି୩୧୨ଡବ୍ଲ୍ୟୁ୩୨୪୯) ଆନ୍ଧ୍ରରୁ ଓଡ଼ିଶା ଆସୁଥିବା ବେଳେ ପେଟ୍ରୋଲ ପମ୍ପ ନିକଟରେ ଯାଞ୍ଚ କରାଯାଇଥିଲା। ଗାଡିର ପରମିଟ୍‌ ରୋଡ୍‌ ଟ୍ୟାକ୍ସ ଦେଇ ନ ଥିବା ନେଇ ଏହି ଜରିମାନା କରାଯାଇଛି।