ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦସ୍ତଖତ ଅଭିଯାନ

ଭଦ୍ରକ ଅଫିସ, ୧୮।୯ : ଭଦ୍ରକ ଜିଲା ଯାଦବ ଓ ଯୁବ ଯାଦବ ମହାସଭା ପକ୍ଷରୁ ବୁଧବାର ତୃତୀୟ ଥର ପାଇଁ ଆରଡ଼ି ଛକଠାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପଥପ୍ରାନ୍ତ ସଭା ଓ ଦସ୍ତଖତ ଅଭିଯାନ କରାଯାଇଛି। ଜିଲା ଯୁବ ଯାଦବ ମହାସଭାର କାର୍ଯ୍ୟକାରୀ ସଭାପତି ପ୍ରକାଶଜ୍ୟୋତି ମହାକୁଡ଼ଙ୍କ ନେତୃତ୍ୱରେ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଥିଲା। ଶତାଧିକ ଯୁବକ ଓ ପଥଚାରୀ ଦସ୍ତଖତ କରି ଏହାକୁ ସମର୍ଥନ ଜଣାଇଛନ୍ତି। ପ୍ରଦୀପ କୁମାର ବାରିକ, ଅମର ବାରିକ, ମନୋଜ ପାଣ୍ଡବ, ଲିପିକା ବାରିକ, ଚିଦାନନ୍ଦ ବାରିକ୍‌, ଶେଷଦେବ ପରିଡ଼ା, ରଶ୍ମିରଞ୍ଜନ ମହାକୁଡ ଓ ଶୁକଦେବ ବେହେରା ପ୍ରମୁଖ ନେତୃତ୍ୱ ନେଇଥିଲେ।