କଣିହାଁ,୩୧।୧(ଡି.ଏନ.ଏ.) – ଅନୁଗୋଳ ଜିଲା ବଡ଼ଗୁଣ୍ଡୁରୀ ରାଜସ୍ବ ନିରୀକ୍ଷକ ଏକ ଟ୍ରଷ୍ଟ ପାଇଁ ବୁଧବାର ଜଗା ଚିହ୍ନଟ କରିବା ନିମନ୍ତେ ବାରିହାପୁର ଗ୍ରାମକୁ ଯାଇଥିବାବେଳେ ଗ୍ରାମବାସୀ ତାଙ୍କୁ ଅଟକ ରଖିଥିଲେ। ପରେ ପୋଲିସ ଓ ତହସିଲ ପ୍ରଶାସନ ପହଞ୍ଚି ବୁଝାଶୁଝା କରିବା ପରେ ଗ୍ରାମବାସୀ ଆର୍ଆଇଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଛେଣ୍ଡିପଦା ବ୍ଲକ ବାଗେଡିଆ ଗ୍ରାମର ଭଜମନ ବେହେରା ଲାଇଭ କେୟାର ଟ୍ରଷ୍ଟ ନାମକ ଏକ ଅନାଥଶ୍ରମ ପାଇଁ କଣିହାଁ ବ୍ଲକ ବଡ଼ତ୍ରିବିଡା ପଞ୍ଚାୟତ ବାରିହାପୁର ଗ୍ରାମରେ ୧ ଏକର ସରକାରୀ ଜାଗା ଲିଜ୍ ପାଇଁ କଣିହାଁ ତହସିଲକୁ ଆବେଦନ କରିଥିଲେ। ଏ ନେଇ ବଡ଼ଗୁଣ୍ଡୁରୀ ରାଜସ୍ବ ନିରୀକ୍ଷକ ଗୋପବନ୍ଧୁ ବେହେରା ବୁଧବାର ଅପରାହ୍ନରେ ବାରିହାପୁର ଗ୍ରାମକୁ ଜାଗା ଚିହ୍ନଟ ପାଇଁ ଯାଇଥିଲେ। ଗ୍ରାମବାସୀଙ୍କ ଜୀବିକା ନିର୍ବାହରେ ସହାୟକ ହେଉଥିବା ପୁରୁଣା କାଜୁ ବଗିଚାରେ ଟ୍ରଷ୍ଟ ପାଇଁ ଜାଗା ଚିହ୍ନଟ ହେଉଥିବା ଖବରପାଇ ଶତାଧିକ ମହିଳା ପୁରୁଷ ପହଞ୍ଚି ବିରୋଧ ସହ ଆରଆଇ ଓ ସହକର୍ମୀମାନକୁ ଅଟକ ରଖିଥିଲେ। ଖବରପାଇ ତହସିଲଦାର ଅଂଶୁମାନ ଶତପଥୀ, କଣିହାଁ ଥାନା ଧିକାରୀ ପ୍ରଭାତ ତ୍ରିପାଠୀ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଗ୍ରାମର ଇଞ୍ଚେ ସରକାରୀ ଜାଗା କାହାକୁ ମଧ୍ୟ ଛଡ଼ା ଯିବ ନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିବା ସହ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଓ ଜିଲାପାଳଙ୍କୁ ଜଣାଇଥିବା କହିଛନ୍ତି। ଏ ନେଇ କଣିହାଁ ତହସିଲଦାର କହିଛନ୍ତି, ଅନାଥଶ୍ରମ ପାଇଁ ସରକାରୀ ଜାଗା ଲିଜ୍ରେ ଦେବାକୁ ଚିହ୍ନଟ ପ୍ରକ୍ରିୟା ଚାଲିଥିବା ବେଳେ ଗ୍ରାମବାସୀ ବିରୋଧ କରି ଆରଆଇଙ୍କୁ ଅଟକ ରଖିଥିଲେ। ଅନାଥଶ୍ରମ ପାଇଁ ଏ ପର୍ଯ୍ୟନ୍ତ କୌଣସି ଜାଗା ପ୍ରଦାନ କରାଯାଇ ନାହିଁ। ଏ ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ଆଗମୀ ପଦକ୍ଷେପ ନିଆଯିବ। କଣିହାଁ ଆଇଆଇଆସି ପ୍ରଭାତ ତ୍ରିପାଠୀ କହିଛନ୍ତି, ଖବରପାଇ ଯାଇଥିଲୁ। ବୁଝାଶୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା।
Posted inଅନୁଗୋଳ, ଆମ ଜିଲା ଖବର View All
ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ
ପୁରୀ,୩୧ା୧୨(ଅଜିତ୍ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...
ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍କୁ ଧକ୍କା ଦେଇ ଟ୍ରକ୍କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…
କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...
କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…
କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...
ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…
ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...
ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…
ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...
ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ…
ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...
ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର
ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...
ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ
ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...
Archives


