ଆମ ଗାଁ ଆମ ବିକାଶ ଯୋଜନା : ସରକାରଙ୍କ ତଥ୍ୟର ତାଳମେଳ ନାହିଁ

ଭୁବନେଶ୍ୱର,୨୬ା୮(ବ୍ୟୁରୋ): ୨୦୧୮ ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟେକ ଗ୍ରାମାଞ୍ଚଳର ବିକାଶ ଲାଗି ଆମ ଗାଁ ଆମ ବିକାଶ ଯୋଜନାର ଘୋଷଣା କରିଥିଲେ। ଏହାଦ୍ୱାରା ପ୍ରତି ପଞ୍ଚାୟତରେ ବିକାଶକାର୍ଯ୍ୟ ତ୍ୱରାନ୍ବିତ ହେବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିଥିଲେ। ଏହାସହିତ ପ୍ରତି ପଞ୍ଚାୟତ ଲୋକମାନେ ନିଜ ପଞ୍ଚାୟତର ଆବଶ୍ୟକତା ସମ୍ପର୍କରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଆଲୋଚନା କରିବାର ମାଧ୍ୟମ ପାଇପାରିବେ ବୋଲି କୁହାଗଲା। ସେହିଦିନଠାରୁ ହିଁ ଏହି ଯୋଜନା କାର୍ଯ୍ୟ କରିବା ଆରମ୍ଭ ହେଲା। ଏହା ପରଠାରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପ୍ରତିଦିନ ଭିନ୍ନଭିନ୍ନ ପଞ୍ଚାୟତ ପାଇଁ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିବା ପର୍ବ ଚାଲିଲା। ମାତ୍ର ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଏହି ଯୋଜନାରେ ଯେତିକି ଟଙ୍କା ଘୋଷଣା କରିଥିଲେ ସେହି କାର୍ଯ୍ୟ ସମ୍ପୂର୍ଣ୍ଣ କରିପାରିଲେ ନାହିଁ। ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ଶାସକ ଦଳ ପଞ୍ଚାୟତ ଅନୁଯାୟୀ ପ୍ରକଳ୍ପ ଓ ଏଥିପାଇଁ ଟଙ୍କା ମଞ୍ଜୁର କରିଚାଲିଲେ। ଯେଉଁ ପରି ଭାବେ ଟଙ୍କା ଘୋଷଣା କରିଚାଲିଲେ ତା’ର ଅଧା ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଇପାରିଲା ନାହିଁ।
ଶାସକ ଦଳ ସଦସ୍ୟ ପ୍ରୀତିରଞ୍ଜନ ଘଡାଇଙ୍କ ଏକ ବିଧାନସଭା ପ୍ରଶ୍ନର ଉତ୍ତର ରଖି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଆମ ଗାଁ ଆମ ବିକାଶ ଯୋଜନାରେ ରାଜ୍ୟ ସରକାର ୧୫୫୪.୪୩ କୋଟି ଟଙ୍କା ଅଟକଳରେ ୬୨୮୫୭ ଗୋଟି ପ୍ରକଳ୍ପକୁ ଅନୁମୋଦନ କରିଥିଲେ। ହେଲେ ଯେତିକି ଟଙ୍କା ଅନୁମୋଦନ କରାଗଲା ତାଠାରୁ କମ୍‌ ଅର୍ଥ ଏହିସବୁ ପ୍ରକଳ୍ପ ପାଇଁ ମଞ୍ଜୁର ହେଲା। ଅନୁମୋଦନ କରାଯାଇଥିବା ଅର୍ଥରୁ ୨୨୯.୪୩ କୋଟି ଟଙ୍କା କମାଯାଇ ୧୩୨୫ କୋଟି ଟଙ୍କା ସରକାର ମଞ୍ଜୁର କଲେ। ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ସରକାର ଏହି ଘୋଷଣା କରିଥିଲେ। ସେହି ଅନୁଯାୟୀ ଦୈନିକ ସରକାରଙ୍କ ପକ୍ଷରୁ ନୂଆ ନୂଆ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ଘୋଷଣା କରିଚାଲିଲେ। ଠିକ୍‌ ନିର୍ବାଚନର ବର୍ଷକ ପୂର୍ବରୁ ରାଜ୍ୟ ସରକାର ଏହିଭଳି ଘୋଷଣା କରିବା ଯୋଗୁ ବିରୋଧୀ ମଧ୍ୟ କଡା ସମାଲୋଚନା କରିବାକୁ ଲାଗିଲେ। ହେଲେ ଅନୁମୋଦନ ଅନୁଯାୟୀ ସରକାର ପ୍ରକଳ୍ପ ପାଇଁ ଟଙ୍କା ଘୋଷଣା କରି ଚୂପ ରହିଗଲେ। ମଞ୍ଜୁର ହୋଇଥିବା ଟଙ୍କାରୁ ମାତ୍ର ୪୮୩.୦୯ କୋଟି ଟଙ୍କା ସରକାର ଖର୍ଚ୍ଚ କରିଛନ୍ତି। ଅବଶିଷ୍ଟ ୮୪୧.୯୦ କୋଟି ଟଙ୍କା ଖର୍ଚ୍ଚ ହୋଇ ନ ଥିବା ଜଣାପଡିଛି। ସରକାରଙ୍କ ତଥ୍ୟ ଅନୁଯାୟୀ ସରକାର ମଞ୍ଜୁର କରିଥିବା ଅର୍ଥର ୪୦ ପ୍ରତିଶତରୁ କମ୍‌ ଅର୍ଥ ଖର୍ଚ୍ଚ କରିଛନ୍ତି। ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ସରକାର ଯଦି ଗୋଟିଏ ଯୋଜନା ଲାଗି ମଞ୍ଜୁର କରାଯାଇଥିବା ଅର୍ଥ ସମ୍ପୂର୍ଣ୍ଣ ଖର୍ଚ୍ଚ ନ କରିପାରନ୍ତି ଏହାର ଆସନ୍ତା ଆର୍ଥିକ ବର୍ଷରେ ଉକ୍ତ ବଳକା ଧନ ସରକାରଙ୍କ ପାଣ୍ଠିକୁ ଫେରିଆସିବ ବୋଲି ସେ କହିଛନ୍ତି। ଅନ୍ୟପଟେ ଆର୍ଥିକ ବର୍ଷ ୨୦୧୯-୨୦ ବଜେଟ୍‌ରେ ସରକାର ଏହି ଯୋଜନା ପାଇଁ ମାତ୍ର ୪୦୦ କୋଟି ଟଙ୍କାକୁ ମଞ୍ଜୁର କରିଛନ୍ତି। ଏହାର ଅର୍ଥ ସରକାର ଯେଉଁସବୁ ପ୍ରକଳ୍ପ ଗତବର୍ଷ ଘୋଷଣା କରିଥିଲେ ସେସବୁର କାର୍ଯ୍ୟ ମଧ୍ୟ ସରକାର କରିବା କଥା ଭୁଲିଗଲେ।
ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଘୋଷଣା ହୋଇ ଚାଲିଥିବା ଏହି ଯୋଜନା ଦ୍ୱାରା ଗତ ଜାନୁୟାରୀ ୨୨ରେ ରାଜ୍ୟର ୩୦ ଜିଲାର ୩୧୪ ବ୍ଲକ ଅନ୍ତର୍ଗତ ୬,୭୮୯ ଗ୍ରାମପଞ୍ଚାୟତ ପାଇଁ ୬୨,୮୫୭ ପ୍ରକଳ୍ପ ଘୋଷଣା କରାଯାଇଥିଲା। ଏହାସହ ଏହିସବୁ ପ୍ରକଳ୍ପ ଗୁଡିକ ପାଇଁ ୧୫୫୪.୪୩ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଦର୍ଶାଗଲା। ଅର୍ଥାତ୍‌ ଅନୁମୋଦନ ଅର୍ଥ ଯେତିକି ସେତିକି ଟଙ୍କାର ପ୍ରକଳ୍ପକୁ ରାଜ୍ୟ ସରକାର ମଞ୍ଜୁର କରିଥିବା ଦର୍ଶାଇଥିବା ବେଳେ ବିଧାନସଭା ଉତ୍ତରରେ ଅଲଗା ଲେଖିଛନ୍ତି। ବିଧାନସଭାରେ ମନ୍ତ୍ରୀ ଜୁଲାଇ ୧୬ ତାରିଖରେ କିନ୍ତୁ ଅନୁମୋଦନ ଅର୍ଥ ଯେତିକି ଥିଲା ସେଥିରୁ କମ୍‌ ଅର୍ଥାତ୍‌ ୧୩୨୫ କୋଟି ଟଙ୍କା ମଞ୍ଜୁର ହୋଇଥିବା ଦର୍ଶାଯାଇଛନ୍ତି। ଏଥିରୁ ସରକାରଙ୍କ ଆମ ଗାଁ ଆମ ବିକାଶ ଯୋଜନା ସମ୍ପର୍କିତ ତଥ୍ୟ କେତେ ଠିକ୍‌ ତାହା ସ୍ପଷ୍ଟ ବୁଝାପଡୁଛି। ଅନ୍ୟପଟେ ଯେତିକି ପ୍ରକଳ୍ପ ପାଇଁ ସରକାର ୪୮୩ କୋଟି ଟଙ୍କା ଖର୍ଚ୍ଚ କରିଥିବା କଥା କହୁଛନ୍ତି ସେଥିରେ ମଧ୍ୟ କାର୍ଯ୍ୟ ଠିକ୍‌ ହୋଇ ନ ଥିବା ଅଭିଯୋଗ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri