ଆମ ଗାଁ ଆମ ବିକାଶ ଯୋଜନା : ରାଁସୋଳ ଶ୍ରେଷ୍ଠ ପଞ୍ଚାୟତଭାବେ ପୁରସ୍କୃତ

କାଳିଆପାଣି,୫।୯(ଡି.ଏନ୍‌.ଏ.)- ରାଜ୍ୟ ସରକାରଙ୍କ ‘ଆମ ଗାଁ ଆମ ବିକାଶ’ ଯୋଜନାର ସଫଳ ରୂପାୟନ ନେଇ ବୁଧବାର ସୁକିନ୍ଦା ବ୍ଲକ ଅନ୍ତର୍ଗତ ରାଁସୋଳ ପଞ୍ଚରାୟତକୁ ଶ୍ରେଷ୍ଠ ପଞ୍ଚାୟତଭାବେ ପୁରସ୍କୃତ କରାଯାଇଛି। ଏ ନେଇ ଯାଜପୁରଠାରେ ଏକ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପରିଷଦ ଅଧ୍ୟକ୍ଷ ନରେଶ ମହାନ୍ତି, ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ, ପ୍ରକଳ୍ପ ନିର୍ଦ୍ଦେଶକ ମନୋଜ ବେହେରା ଉପସ୍ଥିତ ରାଁସୋଳକୁ ଶ୍ରେଷ୍ଠ ପଞ୍ଚାୟତ ଭାବେ ବିବେଚନା କରି ସରପଞ୍ଚ ବିଶ୍ୱଜିତ ମହାନ୍ତିଙ୍କୁ ମାନପତ୍ର ପ୍ରଦାନ କରିଥିଲେ।