ଆମ୍ବୁଲାନ୍ସ ଆସିଲାନି: ବିଡିଓଙ୍କ ସରକାରୀ ଗାଡିରେ ଡାକ୍ତରଖାନା ଗଲେ ମହିଳା

ସୋର, ୨୫ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ବ୍ଲକ ଅଧୀନ ସରଶଂଖ ଗ୍ରାମରେ ଥିବା ସଂଗରୋଧ କେନ୍ଦ୍ରରେ ଶନିବାର ମଧ୍ୟରାତ୍ରିରେ ଜଣେ ମହିଳା ଅନ୍ତେବାସିନୀଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ବିଡିଓ ସରକାରୀ ଗାଡିରେ ବାଲେଶ୍ୱର କୋଭିଡ୍‌ କେୟାର ସେଣ୍ଟରକୁ ସ୍ଥାନାନ୍ତର କରିଛନ୍ତି। ଏହି କେନ୍ଦ୍ରରେ ଥିବା ମହିଳା ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ନୋଡାଲ ଅଫିସର ଦାୟିତ୍ୱରେ ଥିବା ଡ. ସତ୍ୟନାରାୟଣ ନାୟକ ମଧ୍ୟରାତ୍ରରେ ଯାଇ ସମ୍ପୃକ୍ତ ମହିଳାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ତାଙ୍କୁ ବାଲେଶ୍ୱର କୋଭିଡ୍‌ କେୟାର ସେଣ୍ଟରକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ। ଆମ୍ବୁଲାନ୍ସ ତୁରନ୍ତ ଉପଲ୍‌ବ୍ଧ ନ ହେବାରୁ ତାଙ୍କୁ ବିଡିଓ ସୁଶାନ୍ତ କୁମାର ବାରିକ ନିଜ ସରକାରୀ ଗାଡିରେ ବାଲେଶ୍ୱର ସ୍ଥାନାନ୍ତର କରିଛନ୍ତି। ସେହିପରି ବ୍ଲକ ଅଧୀନ ଦହିପୁର ଗ୍ରାମରେ ଥିବା ସଂଗରୋଧ କେନ୍ଦ୍ରରେ ରହୁଥିବା ଜଣେ ଅନ୍ତେବାସୀ ଜ୍ୱରରେ ଦୁଇ ଦିନ ଧରି ପୀଡିତ ଥିବା ବେଳେ ରାତି ୮ଟା ସମୟରେ ତାଙ୍କର ସ୍ବସ୍ଥ୍ୟ ପରୀକ୍ଷା କରାଯାଇ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି। ରବିବାର ସବିରା କେନ୍ଦ୍ରରୁ ଜଣଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଥିବା ବେଳେ ଶିରାପୁର ଗ୍ରାମରେ ଥିବା କେନ୍ଦ୍ରରୁ ୨ ଜଣଙ୍କୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦିଆଯାଇଛି।