ଆମେରିକାକୁ ଇରାନର ଧମକ: ଆକ୍ରମଣ କଲେ ଭୟାବହ ପରିଣତି

ତେହେରାନ,୨୩ା୬: ଆମେରିକାର ଗୋଇନ୍ଦା ଡ୍ରୋନ୍‌କୁ ଗୁରୁବାର ଇରାନ ସେନା ଖସାଇଦେବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚତ୍ଛି। ଉଭୟ ଦେଶ ଏବେ ଯୁଦ୍ଧମୁହାଁ ହୋଇଥିବା କୁହାଯାଉଛି। ଇରାନ ଉପରେ ଆକ୍ରମଣ ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ଦ୍ଦେଶ ଦେଇସାରିଥିବାବେଳେ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ବଦଳାଇଥିଲେ। ପ୍ରତିଶୋଧ ସ୍ବରୂପ ଇରାନର ତିନୋଟି ସ୍ଥାନରେ ଆକ୍ରମଣ ଲାଗି ଆମେରିକା ପ୍ରସ୍ତୁତ ଥିଲା। ତେବେ ଏହି ଆକ୍ରମଣରେ ଅନେକ ନିରୀହ ଲୋକଙ୍କ ଜୀବନ ଯିବ ବୋଲି ଜାଣିବା ପରେ ଆକ୍ରମଣ ଯୋଜନାକୁ ପ୍ରତ୍ୟାହାର କରିନିଆଗଲା ବୋଲି ଟ୍ରମ୍ପ୍‌ ଟୁଇଟ୍‌ କରିଥିଲେ।
ଅନ୍ୟପକ୍ଷରେ ଇସ୍‌ଲାମୀୟ ସାଧାରଣତନ୍ତ୍ର ଇରାନ ଉପରେ କୌଣସିପ୍ରକାର ଆକ୍ରମଣର ପରିଣତି ମଧ୍ୟପ୍ରାଚ୍ୟରେ ଆମେରିକାର ସ୍ବାର୍ଥ ପାଇଁ ଗୁରୁତର ହେବ ବୋଲି ତେହେରାନ ଚେତାବନୀ ଦେଇଛି। ଇରାନ ଉପରକୁ ଗୋଟିଏ ଗୁଳି ମାରିଲେ ଆମେରିକା ଓ ଏହାର ମିତ୍ର ରାଷ୍ଟ୍ରର ସ୍ବାର୍ଥରେ ନିଆଁ ଲଗାଇଦେବୁ ବୋଲି ଇରାନ ସୈନ୍ୟବାହିନୀ ମୁଖପାତ୍ର ବ୍ରିଗେଡିୟର ଜେନେରାଲ ଅବୋଲଫାଜଲ୍‌ ଶେକାର୍ଚି କହିଛନ୍ତି। ତେବେ ଯୁଦ୍ଧ କରିବାକୁ ଚାହାନ୍ତି ନାହିଁ ବୋଲି ଟ୍ରମ୍ପ୍‌ କହିଛନ୍ତି। ଯଦି ଯୁଦ୍ଧ ହୁଏ ଇରାନ ସମ୍ପୂର୍ଣ୍ଣ ବିଲୋପ ହୋଇଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଆଲୋଚନା ପାଇଁ ଆମେରିକା ଦ୍ୱାର ଉନ୍ମୁକ୍ତ ରଖିଛି। କୌଣସି ପରିସ୍ଥିତିରେ ମଧ୍ୟ ଇରାନକୁ ଅଣୁଅସ୍ତ୍ର ପ୍ରସ୍ତୁତ କରିବାକୁ ଦିଆଯିବ ନାହିଁ ବୋଲି ଟ୍ରମ୍ପ୍‌ ଏକ ଗଣମାଧ୍ୟମକୁ କହିଛନ୍ତି।
ଆମେରିକା ଇରାନକୁ ଉତ୍ତେଜିତ କରୁଛି। ଏହାକୁ ନେଇ ଭୁଲ୍‌ ଆକଳନ ହେବାର ବିପଦ ରହିଛି ଯାହା ବିଶ୍ୱଯୁଦ୍ଧ ସୃଷ୍ଟି କରିପାରେ ବୋଲି ମାଲେସିଆ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦ କହିଛନ୍ତି। ଭୁଲ୍‌ ଆକଳନ ପାଇଁ କାହାକୁ ଦାୟୀ କରାଯିବ ବୋଲି ପ୍ରଶ୍ନ କରାଯିବାରୁ ମହମ୍ମଦ କହିଥିଲେ, ସେ ଯାହା ଦେଖିପାରୁଛନ୍ତି, ଏପର୍ଯ୍ୟନ୍ତ ସବୁ ଉତ୍ତେଜନା ଆମେରିକା ସୃଷ୍ଟି କରିଛି। ପ୍ରଥମେ ଆଣବିକ ସନ୍ଧିରୁ ଆମେରିକା ଓହରିଗଲା। ଏବେ ଉପସାଗରୀୟ ଅଞ୍ଚଳକୁ ଯୁଦ୍ଧଜାହାଜ ପଠାଉଛି ଏବଂ ଇରାନକୁ ଉତ୍ତେଜିତ କରୁଛି ବୋଲି ମହାଥିର୍‌ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ କହିଛନ୍ତି।
ତେହେରାନର ଆଣବିକ କାର୍ଯ୍ୟକ୍ରମ ରୋକିବା ଲାଗି ବହୁପାକ୍ଷିକ ଚୁକ୍ତିନାମାରୁ ଗତବର୍ଷ ଟ୍ରମ୍ପ୍‌ ଓହରିଯିବା ପରେ ଦୁଇଦେଶ ମଧ୍ୟରେ ଉତ୍ତେଜନା ଲାଗିରହିଛି। ଗତ ସପ୍ତାହରେ ଉପସାଗରୀୟ ଅଞ୍ଚଳରେ ୬ଟି ବ୍ୟବସାୟିକ ତୈଳବାହୀ ଜାହାଜ ଉପରେ ଆକ୍ରମଣକୁ ନେଇ ଆମେରିକା ଇରାନକୁ ଦାୟୀ କରିବା ଏବଂ ଗୁରୁବାର ଇରାନ ସେନା ଆମେରିକା ଡ୍ରୋନ୍‌କୁ ଖସାଇବା ପରେ ଏହି ଉତ୍ତେଜନା ଚରମ ସୀମାରେ ପହଞ୍ଚତ୍ଛି। ଡ୍ରୋନ୍‌ ଇରାନ ବାୟୁସୀମା ଅତିକ୍ରମ କରିଥିବା ତେହେରାନ ଅଭିଯୋଗ କରୁଥିବାବେଳେ ଏହା ଅନ୍ତର୍ଜାତୀୟ ଜଳରାଶି ଉପରେ ଉଡୁଥିଲା ବୋଲି ଆମେରିକା ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri