ଆମତ୍ପ୍ରଚାର ସର୍ବସ୍ବ ମଣିଷ

ଇବ୍ରାର ଖଁା

ଆମତ୍ପ୍ରଚାରରେ ନିମଗ୍ନ ମଣିଷ ଭୁଲିଯାଉଛି ଯେ ଜୀବନର ଲକ୍ଷ୍ୟ କେବଳ ସ୍ବାର୍ଥ ସାଧନ ପାଇଁ ଉଦ୍ଦିଷ୍ଟ ନୁହେଁ ବରଂ ଅନ୍ୟର ନିଃସ୍ବାର୍ଥପର ସେବା ଏବଂ ଉପକାର କରିବାରେ ତାହା ସାର୍ଥକ ହୋଇଥାଏ। ଏହା ହିଁ ମାନବାଦର ମୂଳମନ୍ତ୍ର, ଯାହାକି ମଣିଷକୁ ପଶୁଠାରୁ ଭିନ୍ନ ବୋଲି ପରିଭାଷିତ କରାଏ। ମାନବିକତାକୁ ଉଜାଗର କରିବା ପାଇଁ ସତ୍ୟ, ନିଷ୍ଠା ଓ ତ୍ୟାଗର ଆବଶ୍ୟକତା ଅପରିହାର୍ଯ୍ୟ ହୋଇଥିବା ବେଳେ ସେଥିରେ ଆତ୍ମପ୍ରଚାରର କୌଣସି ସ୍ଥାନ ନ ଥାଏ। ଉତ୍ସର୍ଗୀକୃତ ସେବା ମନୋବୃତ୍ତି ସାଙ୍ଗକୁ ହୃଦୟରେ ଭରି ରହିଥିବା ଉଦାରତା ମଣିଷକୁ ଦେବତାରେ ପରିଣତ କରିଦିଏ। କିନ୍ତୁ ଯେଉଁମାନେ ଆମତ୍ପ୍ରଚାରରେ ଲିପ୍ତ ରହି ଛଳନାତ୍ମକ ଭାବେ ମାନବ ସେବାର ଅଭିନୟ କରନ୍ତି ସେମାନେ ସାମାଜିକ ଜୀବନରେ କିଛି ସମୟ ପାଇଁ ସମ୍ମାନିତ ହୋଇପାରୁଥିଲେ ମଧ୍ୟ ଶେଷରେ ସେମାନଙ୍କ ଚିରତ୍ରର କୁତ୍ସିତ ଆଭିମୁଖ୍ୟ ଉଜାଗର ହୋଇ ଜନମାନସରେ ସେମାନେ ଅପଦସ୍ଥ ହେବା ସହ ସମାଜରେ ନିନ୍ଦିତ ହୁଅନ୍ତି। କିନ୍ତୁ ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ କୌଣସି ପଦପଦବୀରେ ନ ଥାଇ ମଧ୍ୟ ନିଜର ମହତ୍‌ କାର୍ଯ୍ୟ, ଉଦାରତାପୂର୍ଣ୍ଣ ଆଚରଣ, ସ୍ନେହ, କରୁଣାରେ ଭରା ହୃଦୟ ସହ ବଳିଷ୍ଠ ବ୍ୟକ୍ତିତ୍ୱର ପରାକାଷ୍ଠାରେ ମାନବ ସମାଜକୁ ନୂତନ ଦିଗ୍‌ଦର୍ଶନ ଦେଇ ଅତି ମାନବରେ ପରିଣତ ହୋଇଯାଇଛନ୍ତି। ନିଜକୁ ମାନବସେବା ପାଇଁ ଉତ୍ସର୍ଗ କରିଥିବା ଏହି ମହାନାୟକମାନେ କିଛି ପାଇବାର ଆଶା ନ ରଖି ସବୁ କିଛିକୁ ତ୍ୟାଗ କରିବାର ସଂକଳ୍ପ ନେଇ ଯେଉଁ କାର୍ଯ୍ୟମାନ ସମ୍ପାଦନ କରୁଥିଲେ ସେଥିରେ ସମାଜର ସମୂହ କଲ୍ୟାଣ ସାଧିତ ହେଉଥିଲା। ଏହି ଦୃଷ୍ଟିରୁ ସମଗ୍ର ସମାଜ ସେମାନଙ୍କୁ ନିଜର ଆଦର୍ଶ ଏବଂ ପୂଜ୍ୟ ଭାବେ ଗ୍ରହଣକରି ଏବେ ବି ମହିମାମଣ୍ଡିତ କରିଚାଲିଛି। କିନ୍ତୁ ଆଜିର ସମସ୍ୟା ବହୁଳ ସମାଜରେ ଆନ୍ତରିକତା ଥାଉ ବା ନ ଥାଉ ଲୋକଦେଖାଣିଆ ମନୋଭାବ ନେଇ କେତେଜଣ ତଥାକଥିତ ସାମାଜିକ କର୍ମୀ ନିଜକୁ ଜନସେବକ ରୂପେ ଉପସ୍ଥାପିତ କରି ନିଜ ଆମତ୍ପ୍ରଚାର ସହ ସେବା ନଁାରେ ଯେପରି ସ୍ବାର୍ଥ ସାଧନ ପାଇଁ ଉଦ୍ୟମ କରୁଛନ୍ତି ତାହା ସମାଜରେ ଦୁର୍ନୀତିକୁ ପରିବ୍ୟାପ୍ତ କରିବାରେ ସହାୟକ ହେଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ।
କୁହାଯାଏ ପ୍ରାଣିଜଗତରେ ମଣିଷ ହିଁ ସବୁଠାରୁ ଶ୍ରେଷ୍ଠ ଜୀବ। ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିବା ପାଇଁ ଧନ ଆଉ କ୍ଷମତାର ଆବଶ୍ୟକତା ନ ଥାଏ। ଆବଶ୍ୟକତା ଥାଏ କେବଳ ମାନବିକତାରେ ପରିପୂର୍ଣ୍ଣ ଏକ ଦରଦୀ ହୃଦୟ , ଯାହା ବିପଦ ଆପଦ ବେଳେ ଲୋକଙ୍କ ଦୁଃଖ ଦୁର୍ଦ୍ଦଶାରେ ସାମିଲହୋଇ ନିଜର ସବୁ କିଛିକୁ ତ୍ୟାଗକରି ପୀଡ଼ିତ ଲୋକ ମୁହଁରେ ହସ ଫୁଟାଇବାକୁ ଯଥାସମ୍ଭବ ଉଦ୍ୟମ କରେ। ନିଷ୍ପେଷିତ, ନିରାଶ୍ରୟ, ବୁଭୁକ୍ଷୁ ଜନତାଙ୍କୁ ବଞ୍ଚତ୍ବାର ରାହା ଦେଖାଏ। ଏହି କାରଣରୁ ପୁଣ୍ୟାମତ୍ା ପଣ୍ଡିତ ଗୋପବନ୍ଧୁ ନିଜର ଏକମାତ୍ର ରୋଗଣା ଶିଶୁପୁତ୍ରକୁ ମରଣମୁହଁକୁ ଠେଲି ବନ୍ୟା ପୀଡ଼ିତ ହଜାର ହଜାର ଜନତାଙ୍କ ସେବା ପାଇଁ ବର୍ଷା ବତାସକୁ ଭୟ ନ କରି ଚୁଡ଼ା, ଚାଉଳ ଧରି ଘରୁ ବାହାରିଯାଇଥିଲେ। ଏମିତି ଆହୁରି ଅନେକେ ଅଛନ୍ତି ଯେଉଁମାନେ ନିଜ ଜୀବନକୁ ବାଜିଲଗାଇ ବିପନ୍ନ ଲୋକମାନଙ୍କୁ ମରଣମୁହଁରୁ ଟାଣି ଆଣିବାକୁ ସକ୍ଷମ ହୋଇଛନ୍ତି। ସେମାନେ ପ୍ରଶଂସା ପଛରେ ନ ଧାଇଁ କିଛି ମହତ୍‌ କାର୍ଯ୍ୟ କରି ଯେଉଁ ଆମତ୍ସନ୍ତୋଷ ଲାଭ କରନ୍ତି ତାହା ତାଙ୍କ ପାଇଁ ପ୍ରଶଂସାଠାରୁ କାହିଁ କେତେ ଗୁଣ ଅଧିକ ମୂଲ୍ୟବାନ୍‌ ବୋଲି ବିବେଚିତ ହୋଇଥାଏ।
ପର ଆଗରେ ଦେଖେଇହେବାର ମନୋବୃତ୍ତି ଆମକୁ ପ୍ରଚାର ପାଇଁ ପ୍ରେରିତ କରୁଥିବାରୁ ଆମର କିଛିଟା ଉପଲବ୍ଧିକୁ ଅତିରଞ୍ଜିତ କରି ସମାଜ ଆଗରେ ବଖାଣି ଆମେ ଯେପରି ଆମତ୍ସନ୍ତୋଷ ଲାଭ ପାଇଁ ଉଦ୍ୟମ କରୁ ତାହା ନିରର୍ଥକ ମନେହୁଏ। କାରଣ ଅନ୍ୟମାନଙ୍କ ଦ୍ୱାରା କରାଯାଉଥିବା ସାମାନ୍ୟ ପ୍ରଶଂସାର ଯେତିକି ମହତ୍ତ୍ୱ ଥାଏ ନିଜ ମୁଖରେ ନିଜର ଯେତେ ପ୍ରଶଂସା କଲେ ମଧ୍ୟ ତାହା ମୂଲ୍ୟହୀନ ହୋଇ ନିନ୍ଦାରେ ପରିଣତ ହୁଏ। ଯଦି ଅନ୍ୟମାନେ ଆମ କର୍ମର ମୂଲ୍ୟାୟନ କରି ଆମକୁ ସାଧୁବାଦ ଜଣାଇ ପ୍ରଶଂସା କରନ୍ତି ସେଥିରେ ଆମର ମାନସମ୍ମାନ ବୃଦ୍ଧି ପାଇଥାଏ। କିନ୍ତୁ ଆମତ୍ପ୍ରଶଂସା ସବୁବେଳେ ନିନ୍ଦା ସହ ସମାନ, ଏହା ସମସ୍ତଙ୍କ ପାଇଁ ବୁଝିବାର ଆବଶ୍ୟକତା ରହିଛି। ତେଣୁ ଆମତ୍ପ୍ରଚାର ସର୍ବସ୍ବ ମାନସିକତାକୁ ପରିହାରକରି ବ୍ୟକ୍ତିକୈନ୍ଦ୍ରିକ ଜୀବନରେ ନିଃସ୍ବାର୍ଥପର ମନୋଭାବ ନେଇ ଜନକଲ୍ୟାଣ କାର୍ଯ୍ୟରେ ନିଜ ଯୋଗଦାନକୁ ସୁନିଶ୍ଚିତ କରିପାରିଲେ ସମାଜର ଉନ୍ନତି ହେବ ।
ବରଦାପଡ଼ା, ବିଶ୍ୱାଳପଡ଼ା, ରେଞ୍ଚ, ଖୋର୍ଦ୍ଧା
ମୋ-୯୩୩୭୬୦୧୭୦୫


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri