ଆବାସ ଯୋଜନା ବାଟବନା:ପଲିଥିନ୍‌ ଢପା ଭଂଗା ଘରେ ଗରିବ ପରିବାର

ଖପ୍ରାଖୋଲ, ୨୮ା୬(ଡି.ଏନ.ଏ.): ଗରବ୍‌ ଦୁଖି ପରିବାର ଲାଗି ମୁଡ଼ ଗୁଁଜ୍‌ବାକେ ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକାଘର, ଇନ୍ଦିରା ଆବାସ, ମୋ କୁଡ଼ିଆ ଲେଖେଁ ଅନେକ ଆବାସ ଯୋଜନା କାଯ୍‌କାରୀ ହେଉଛେ। ହେଲେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ସହାଜପାଣି ପଁଚେତ୍‌ ଅଧୀନ ଫୁଲକିମୁଣ୍ଡା ଗାଁର ଦୁର୍ଯ୍ୟୋଧନ ସୁନାକଁର ଲାଗି ସତେ ଯେନ୍‌ତା ଇ ସବୁ ଯୋଜନା ଅପହଁଚ୍‌ ହେଇ ରହିଛେ। ପରିବାର କହିଲେ ମାଏକିନା ଆର ଗୁଟେ ବଲି ପୁଓ। ଦୁର୍ଯ୍ୟୋଧନ କୁଲିମଜୁରି, ଦାଦନ ଯାଇ ନିଜର କୁଟୁମ ପୁଷୁଛନ୍‌। ପଲିଥିନ, ତାଲବର୍‌ଡା ଢପା ହେଇଥିବାର ଦରଭଂଗା ଘର। ସରକାରୀ ଯୋଜନାରେ ଘର ଖଁଡ଼େ ପାଏବାର ଲାଗି ଦୁର୍ଯ୍ୟୋଧନ ଅନେକ ଥର ପଁଚେତ୍‌ ଆର ବ୍ଲକ ପରଶାସନକେ ଗୁହାରି କରି ନିରାଶ ହେଇଛନ୍‌। ଯଦି ଏନ୍‌ତା ଦୁଖି ଦରିଦିରିଆ ପରିବାରକେ ଆବାସ ଯୋଜନାରେ ସାମିଲ ନାଇଁ କରାଯିବାର, ତ ଯୋଜନା କାହାର ଲାଗି। ଇ ବାବ୍‌ଦେ ଖପ୍ରାଖୋଲ ବିଡିଓ ତରଣୀ ସୁନାକୁଁ ପଚରାଲାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଏବାକେ ହେଲେ ପହେଲା ତାଲିକାରେ ନଁା ନାଇଁଥିଲେ ନୂଅଁା ଫର୍ମରେ ସାମିଲ ଲାଗି ଦୁର୍ଯ୍ୟୋଧନ ଆବେଦନ କରିପାରବେ ବଲି ସେ କହିଥିଲେ।