ଆବାସ ଯୋଜନା ବାଟବଣା: ପ୍ରକୃତ ହିତାଧିକାରିଙ୍କୁ ମିଳୁନି ଗୃହ

ଅତାବିରା, ୧ା୫(ଡି.ଏନ.ଏ.)- ବରଗଡ଼ ଜିଲା ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନ ଗ୍ରାମାଞ୍ଚଳରେ ଗରୀବ ଶ୍ରେଣୀ ପରିବା ଦୀର୍ଘ ବର୍ଷ ଧରି ପୁଆଳ, ନଡ଼ାରେ ତିଆରି କୁଡିଆ ଘରେ ଜୀବନ ବିତାଉଛନ୍ତି। ହେଲେ ତାଙ୍କୁ ସରକାରୀ ଆବାସ ଗୃହ ମିଳୁ ନ ଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ପକ୍କାଘର ସହ ଜମି ଥିବା ହିତାଧିକାରୀଙ୍କୁ ମୋ କୁଡ଼ିଆ, ବିଜୁ ପକ୍କାଘର, ଇନ୍ଦିରାଆବାସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ନେଇ କାର୍ଯ୍ୟାଦେଶ ଯୋଗାଇ ଦିଆଯାଉଛି। ଫଳରେ ସରକାରଙ୍କ ଆବାସ ଯୋଜନା ବାଟବଣା ହେବାରେ ଲାଗିଛି। ଏପରି କି ରାଜନୈତିକ ଦଳର କର୍ମୀଙ୍କ ନାଁ ବିଜୁ ପକ୍କାଘର ଯୋଜନାରେ ଥିବା ଘର ଥିବା ବେଳେ ସେମାନଙ୍କୁ ଆବାସ ଗୃହ ଯୋଜନାରେ କାର୍ଯ୍ୟାଦେଶ ମିଳିଥିବା ନଜିର ରହିଛି । ଗୋଟିଏ ପରିବାରର ବାପା, ପୁଅ, ସ୍ତ୍ରୀଙ୍କୁ  ଆବାସ ଗୃହ ମିଳିଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ବିଭାଗୀୟ ଅଧିକାରୀଙ୍କ ତୃଟିପୂର୍ଣ୍ଣ ସର୍ଭେ ଓ ପିଶି କାରବାର ଯୋଗୁ ପ୍ରକୃତ ହିତାଧିକାରୀଙ୍କୁ ଆବାସ ଗୃହ ମିଳିପାରୁ ନାହିଁ। ଏହାର ଭିଜିଲାନ୍ସ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଯୁବ ଜାଗରଣ ମଞ୍ଚର ମାନସ ପଣ୍ଡା, ଗଜରାଜ କୁମ୍ଭାରଙ୍କ ସହ ଅନ୍ୟମାନେ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।

ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ଅତାବିରା ବ୍ଲକ ଟାମ୍ପରସରା ପଞ୍ଚାୟତ ଅଧୀନ ଅଏଁଲାପାଲି ଗ୍ରାମ ଝୁମ୍ପୁଡିପଡ଼ାରେ। ମୋହନ ସିଦ୍ଧାର (୫୦)ଙ୍କ ପରିବାର କହିଲେ ସ୍ତ୍ରୀ ପ୍ରଶନ୍ନମତି ଏବଂ ୪ ଝିଅ ମିଥିଲା, ମମତା, କ୍ଷୀରେଶ୍ୱରୀ ଏବଂ ପୂର୍ଣ୍ଣିମା। ଅନ୍ୟପକ୍ଷେ ମୋହନଙ୍କ ପ୍ରଥମ ସ୍ତ୍ରୀ ବାପ ଘରେ ଥିବା ବେଳେ ଦିବ୍ୟାଙ୍ଗ ପୁତ୍ର ଗଣେଷ ତାଙ୍କ ପାଖରେ ରହୁଛନ୍ତି। ମୋହନ ବାରମ୍ବାର ଆବାସ ଗୃହ ପାଇଁ ପଞ୍ଚାୟତରେ ଅଭିଯୋଗ କରିଥିଲେ। ହେଲେ ତାଙ୍କୁ ଆବାସ ଗୃହ ଖଣ୍ଡିଏ ମିଳିପାରୁ ନାହିଁ। ଫଳରେ ପରିବାର ଲୋକେ ପୁଆଲ ନଡା କୁଡିଆ ଘରେ ବହୁ କଷ୍ଟରେ ରହୁଛନ୍ତି।

ମୋହନ ଗରିବ ଶ୍ରେଣୀର ହୋଇଥିବା ବେଳେ ତାଙ୍କୁ ଘର ଖଣ୍ଡିଏ ନ ମିଳିବା ପରିତାପର ବିଷୟ ହୋଇଛି। ମୋହନଙ୍କ ରାଶନ କାର୍ଡ ଥିବା ବେଳେ ୧ ଟଙ୍କିଆ ଚାଉଳ ପାଉଛନ୍ତି। ହେଲେ ତାଙ୍କୁ ଅନ୍ୟ କୌଣସି ସରକାରୀ ସହାୟତା ମିଳୁ ନ ଥିବା ମୋହନ କହିଛନ୍ତି। ସେ ଡ୍ରାଇଭର କାମ କରି ଯେଉଁ ଦିପଇସା ରୋଜଗାର କରୁଛନ୍ତି, ସେଥିରେ ତାଙ୍କ ପରିବାର ଚଳୁଛି। ଅନ୍ୟପକ୍ଷେ ମୋହନଙ୍କୁ ଏକ ଆବାସ ଗୃହ ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି। ଏନେଇ ବିଡିଓ ପ୍ରଣବ କୁମାର ଚାନ୍ଦଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ପଶ୍ଚିମବଙ୍ଗ ପୋଲିସର ତନାଘନା

ସମ୍ୱଲପୁର,୨୮।୧୨: ସମ୍ୱଲପୁର ଜିଲା ଅଇଁଠାପାଲି ଥାନାରେ ରବିବାର ପଶ୍ଚିମବଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳରେ ଜଣେ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା।...

ଅଧା ରହିଗଲା ସମଲେଶ୍ୱରୀ ଦର୍ଶନ, ଟୁରିଷ୍ଟ ବସ ଓଲଟି ୧୫ ଆହତ

ସମ୍ବଲପୁର, ୨୭।୧୨(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ଜାତୀୟ ରାଜପଥ(୫୫) ଉପରେ ଗୁରୁବାର ଭୋରରେ ଏକ ଟୁରିଷ୍ଟ ବସ ଦୁର୍ଘଟଣାର...

ଓଡ଼ିଶାରେ ‘ବଙ୍ଗଳାଦେଶୀ’ ସନ୍ଦେହରେ ବଙ୍ଗୀୟ ଶ୍ରମିକଙ୍କୁ ପିଟିପିଟି ହତ୍ୟା, ୬ ଅଭିଯୁକ୍ତ ଗିରଫ

ସମ୍ବଲପୁର,୨୬।୧୨(ପ୍ରମୋଦ ବହିଦାର): ସମ୍ବଲପୁରର ଦାନିପାଲିଠାରେ ‘ବଙ୍ଗଳାଦେଶୀ’ ସନ୍ଦେହ କରି ପଶ୍ଚିମବଙ୍ଗର ଶ୍ରମିକ ଶେଖ୍ ଜୁଏଲ୍ (୨୨)ଙ୍କୁ ପିଟିପିଟି ହତ୍ୟା ଘଟଣାରେ ପୋଲିସ ଗୁରୁବାର ୬ ଜଣ...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଡିଭାଇଡରରେ ପିଟି ହୋଇ ଜଳିଗଲା ଟ୍ରେଲର୍‌

ସମ୍ବଲପୁର,୨୦।୧୨: ରମ୍ପେଲା ସପ୍ନେ ବ୍ରିଜ ଉପରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବ୍ରିଜ ଉପରେ ଏକ ୧୮ ଚକିଆ ଟ୍ରେଲର୍‌ ଯାଉଥିବା ବେଳେ...

ଟୋକନ ସମସ୍ଯାକୁ ନେଇ ଚାଷୀଙ୍କ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ବାଦ୍ ପଡ଼ିଛି ଜାତୀୟ ରାଜପଥ ଓ ରେଳ ରୋକ

ସମ୍ବଲପୁର,୧୯।୧୨(ପ୍ରମୋଦ ବହିଦାର): ଟୋକନ ସମସ୍ୟାକୁ ନେଇ ଶୁକ୍ରବାର ଚାଷୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଜାରି ରହିଛି । ଚାଷୀମାନେ ସକାଳ ୬ଟାରୁ ସହରର...

ପାରିବାରିକ ବିବାଦର କରୁଣ ପରିଣତି, ସ୍ବାମୀଙ୍କୁ ଗାମୁଛାରେ ହତ୍ୟାକଲେ ସ୍ତ୍ରୀ

ସମ୍ବଲପୁର,୧୮।୧୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଏମସିଏଲ ଜାଗୃତିବିହାର ଠାରେ ଜଣେ ଏମସିଏଲ କର୍ମଚାରୀଙ୍କୁ ତାଙ୍କ ଧର୍ମପତ୍ନୀ ତଣ୍ଟି ଚିପି ହତ୍ୟା କରିଛନ୍ତି । ମୃତ...

ଶୁକ୍ରବାର ସମ୍ବଲପୁର ବନ୍ଦକୁ ସମର୍ଥନ କରି ଶତାଧିକ ଚାଷୀଙ୍କ ବାଇକ୍‌ ରାଲି

ସମ୍ବଲପୁର,୧୮ା୧୨(ପ୍ରମୋଦ ବହିଦାର): ଖରିଫ ଧାନ ବିକ୍ରି ପାଇଁ ଟୋକନ ବଣ୍ଟନ ସମସ୍ୟା ବିରୋଧରେ ଚାଷୀ ସଂଗଠନ ପକ୍ଷରୁ ଶୁକ୍ରବାର ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri