ଆବାସ ଯୋଜନାରୁ ବଁଚିତ୍‌ ବୁରୁଧ୍‌ ଦମ୍ପତି :ବଛ୍‌ରେ ହେଲା ପରହର ଘରେ ମୁଡ଼ ଗୁଁଜିଛନ୍‌

 

ଅତାବିରା, ୧୦।୧୨ (ଡି.ଏନ.ଏ.)-
ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖି, ବାସହୀନ ପରିବାରକେ ଆବାସ ଯୋଜନାରେ ଘର ଯୁଗେଇ ଦେଉଛନ୍‌। ହେଲେ ଦାଇତିଅରେ ଥିବାର ଅଧ୍‌କାରୀ, କରମଚାରୀମାନକର ଖାମଖିଆଲି ମନଭାବ ଲାଗି ହକ୍‌ଦାର ହିତାଧିକାରୀ ଯୋଜନାରୁ ବଁଚିତ୍‌ ହେଉଥିବାର ଅଭିଯୋଗ ହେଉଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ। ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟଲି ପଁଚେତ୍‌ ସାଲନା ଗଁାରେ।
ସୂଚନା ଅନ୍‌ସାରେ ସାଲନା ଗଁାର ବୁରୁଧ୍‌ ଏ. ରୁଦ୍ରାୟା (୬୬)କଁର ପରିବାର କହେଲେ ମାଏକିନା ୱାଇ. ଇଶ୍ୱରୀ (୬୦) ଆର ନାତେନ୍‌ ବି. ଶ୍ରୁତି। ପରିବାରଟା ନିହାତି ଗରିବ୍‌, ଦୁଖ୍‌ସୁଖ କରି ଏ.ରୁଦ୍ରାୟା ନିଜର ୨ ଝି’କେ ବିହାଚୁରା କରିଛନ୍‌। ସେ ଗାଈ ପଟ୍‌ଦୁ ରଖିଛନ୍‌, କ୍ଷୀର ବିକି ପରିବାରର ତେଲନୁନ ଖରଚ୍‌ ତୁଲଉଛନ୍‌। ଇଆଡ଼େ ବଛ୍‌ରେ ତଲେ ବରଷାରେ ତାକର ଘରଟା ଭାଂଗି ଯାଇଛେ। ଏନ୍‌ତାଥି ବୁଢ଼ାବୁଢ଼ି ବଛ୍‌ରେ ହେଲା ପରହର ଘରେ ଆଶ୍‌ରେ ନେଇଛନ୍‌। ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ଏ.ରୁଦ୍ରାୟା ପଁଚେତ୍‌ନୁ ଜିଲା ପରଶାସନ ତକ୍‌ ଗୁହାରି କରି ନିରାଶ ହେଇଥିବାର ସେ କହିଛନ୍‌। ସେନ୍‌ତା ଯେନ୍‌ମାନକର ଘରଦୁଆର ଅଛେ, ଭଲରେ ଚଲୁଛନ୍‌ ସେମାନକୁ ସରକାରୀ ଯୋଜନାରେ ଘର ମିଲୁଛେ। ହେଲେ ଆମର ଲେଖେଁ ଗରିବ୍‌ଦୁଖି ଘର ଅଭାବୁ ଖରା, ବରଷା, ଶୀତ୍‌ କାକରରେ ଭିଜୁଥିଲେ ବି ଗୁହାରି କଲେ କେହି ନାଇଁ ଶୁନବାର ବଲି ସେ ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ଭେଡ଼େନ ବିଡିଓ ମୁରଲୀଧର ନାୟକକୁଁ ପଚରାଲାରୁ ଘଟନାର ତଦଁତ୍‌ କରି ପଦକ୍ଷେପ ନିଆଯିବା ବଲି ସେ କହିଛନ୍‌।