ଆବାସ ଯୋଜନାରୁ ଉପେକ୍ଷିତ ଅଭିଯୋଗ: ଦଦ୍‌ରା କୁରିଆରେ ବୁରୁଧ୍‌ ଦମ୍ପତି

ଲୋଇସିଂହା, ୭।୨ (ଡି.ଏନ୍‌.ଏ.)-ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅଧୀନ ଯୋଗୀସର୍ଡ଼ା ଗଁାର ବୁରୁଧ୍‌ କୃଷ୍ଣଚନ୍ଦ୍ର ପଧାନକୁଁ ଆବାସ ଯୋଜନାରେ ସାମିଲ କରାଯଇଛେ। ହେଲେ ପଁଚେତ୍‌ କତୁରପକ୍ଷକଁର ଖାମ୍‌ଖିଆଲି ମନ୍‌ଭାବ ଲାଗି କୃଷ୍ଣଚନ୍ଦ୍ର କାର୍ଯ୍ୟାଦେଶ ନାଇଁ ପାଇପାରୁଥିବାର ଅଭିଯୋଗ କରିଛନ୍‌। ଏନ୍‌ତାଥି ବିପଦ୍‌ ମୁଢ଼େଇ ବୁରୁଧ୍‌ ଦମ୍ପତି ତାକର ଭଂଗା ଦଦ୍‌ରା କୁରିଆରେ ରହୁଛନ୍‌। ଇ ଘଟନାକେ ନେଇ ପାଖପଡ଼ିଶାକର ଭିତରେ ବି ଅସନ୍‌ତୋଷ ଭାବ ବଢ଼ତେଲ ଯାଉଛେ।
ସୂଚନା ଅନ୍‌ସାରେ ଯୋଗୀସର୍ଡ଼ା ପଁଚେତ୍‌ ସଦର ଗଁାର ବାଞ୍ଜିପଡ଼ାର କୃଷ୍ଣଚନ୍ଦ୍ର ପଧାନ(୭୯)ଆର ଯାଜ୍ଞସିନୀ ପଧାନ(୭୫)। ଇ ବୁରୁଧ୍‌ ଦମ୍ପତିକଁର ପିଲାଛୁଆ କିଛି ନାଇଁ। ଏନ୍‌ତାଥି ସେମାନେ ନିଜର ପୁରନାକାଲିଆ ଭଂଗା ଦଦ୍‌ରା ଘରେ ବଡ଼ା ଗୁଲ୍‌ଗୁଲାରେ ରହୁଛନ୍‌। ଦମ୍ପତିକେ ସରକାରକଁର ଖାଏଦ୍‌ ସୁରକ୍ଷା ଯୋଜନାରେ ୧୦ କେ.ଜି. ଚାଉଲ ଆର ୫ଶହ ଟଁକା ଲେଖଁା ଭତା ମିଲୁଛେ। ସେନ୍‌ତା ତାକର କହେବାର ହିସାବେ ୨ ବଛର ହେଲା ସରକାରକଁର ଆବାସ ଯୋଜନାରେ ସାମିଲ ହେଇଛନ୍‌। ତାଲିକାରେ ତାକର ତଲେ ଥିବାର ଲୋକ୍‌ ଘର ପାଏଲେନ। ହେଲେ ତାହାକୁ ଘର ନାଇଁ ମିଲବାର ବଲି ଇ ବୁରୁଧ୍‌ ଦମ୍ପତି ଅଭିଯୋଗ କରିଛନ୍‌। ଏନ୍‌ତାଥି ବୁଢ଼ାବୁଢ଼ୀ ବଡ଼ା ଗୁଲ୍‌ଗୁଲା ହେଇ ଗୁଟେ ଭଂଗା ଦଦ୍‌ରା ଘରେ ଜୀବନ୍‌କେ ପାଏନ୍‌ଛଡ଼େଇ ରହୁଛନ୍‌ ବଲି ତାକର ପଡ଼ିଶା ରଘୁମଣି ପଧାନ ଅଭିଯୋଗ କରିଛନ୍‌। ବୁରୁଧ୍‌ କୃଷ୍ଣଚନ୍ଦ୍ରକଁର କହେବାର ହିସାବେ ଅଧ୍‌କାରୀମାନେ ଘର ପରିଦରଶନରେ ଆଏଲେ ଘର ମିଲବା କହି ଭରସା ଦେଇ ଯାଉଛନ୍‌। ହେଲେ ସେ ଘର କେଭେ ନାଇଁ ମିଲବାର। ବରଷା ଦିନେ ବଡ଼ା ଗୁଲ୍‌ଗୁଲା ହେଇ ଦିନ୍‌ ବିତେଇଥିଲୁଁ, ଏହେଦେ ବି ଅଦିନିଅଁା ବରଷା ଲାଗି ରହିଛେ। ଘରଟା ଯେନ୍‌ ଅବସ୍‌ତାରେ ଅଛେ କେତେବେଲେ କେନ୍‌ପରକାର ଅଘଟନ ଘଟବା କିଛି କହି ନାଇଁହୁଏ ବଲି ସେ ମନ୍‌ଦୁଖ କରି କହିଥିଲେ। ଇ ବାବ୍‌ଦେ ବିଡିଓ ରାମଚନ୍ଦ୍ର ଖାଡ଼ିଆକୁଁ ପଚ୍‌ରାଲାରୁ ଏସ୍‌ସି/ଏସ୍‌ଟି ବରଗର ଲୁକ୍‌କୁ ପହେଲା ଘର ଦିଆଯାଉଛେ। ଯେହେତୁ ସେମାନେ ଓବିସି ବରଗର ସେଥିରଲାଗି ଟିକେ ଧରଯ୍‌ ରଖି ଟାକ୍‌ବାକେ ପଡ଼ବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri