ଢେଙ୍କାନାଳ ଅଫିସ, ୧୮।୮: ଢେଙ୍କାନାଳ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ସ୍ଥାନୀୟ କୈବଲ୍ୟ ବଜାରରେ ୮୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କୃଷକ ବଜାର ଦୋକାନ ଘର ଆବଣ୍ଟନ କରାଯିବ। ଏ ନେଇ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଶନିବାର ଜିଲା କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏକାଧିକ ପ୍ରସ୍ତାବ ପାରିତ ହୋଇଛି।
ନିର୍ମାଣ ହୋଇଥିବା ୫୬ ଦୋକାନ ଏବଂ ୫ କ୍ଷୁଦ୍ର ଗୋଦାମ ଘର ବଣ୍ଟନ କରାଯିବ। ୨ଟି ଗୋଦାମ ଘରକୁ ଶୀତତାପ ନିୟନ୍ତ୍ରିତ କରିବା ପାଇଁ ନିୟନ୍ତ୍ରିତ ବଜାର କମିଟି ହାତରେ ରଖାଯିବ। ଅବଶିଷ୍ଟ ୩ ଗୋଦାମ ଘର ଏବଂ ୫୬ ଦୋକାନ ଘର ଆବଣ୍ଟିତ ହେବ। କୃଷକ ବଜାର ନିର୍ମାଣ ସମୟରେ ପୌରସଂସ୍ଥା ପକ୍ଷରୁ ୩୩ ଜଣ ଅସ୍ଥାୟୀ ଦୋକାନୀଙ୍କୁ ଭେଣ୍ଡିଂ ଜୋନ୍କୁ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ୩ ଗୋଦାମ ଘର ସହିତ ୩୩ ଦୋକାନ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଉକ୍ତ ଦୋକାନୀମାନେ ଦୋକାନ ଘର ପାଇବା ପାଇଁ ୧୫ ଦିନ ମଧ୍ୟରେ ନିୟନ୍ତ୍ରିତ ବଜାର କମିଟିକୁ ଦରଖାସ୍ତ କରିବେ। ସେମାନେ କେଉଁ ସାମଗ୍ରୀ ବିକ୍ରି କରିବେ ତାହାକୁ ଦରଖାସ୍ତରେ ଉଲ୍ଲେଖ କରିବାକୁ ପଡ଼ିବ। ଦରଖାସ୍ତ ହସ୍ତଗତ ହେବାପରେ ତଦନୁଯାୟୀ ଦୋକାନ ଘର ଆବଣ୍ଟନ କରାଯିବ।
କୃଷକ ବଜାର ନିର୍ମାଣ ପୂର୍ବରୁ ଉକ୍ତ ସ୍ଥାନରେ ୧୦୩ ଚାଷୀ ଏବଂ କ୍ଷୁଦ୍ର ବ୍ୟବସାୟୀ ଖୋଲା ଆକାଶ ତଳେ ବସୁଥିଲେ। ଉପଜିଲାପାଳଙ୍କ ନେତୃତ୍ୱରେ ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଅବଶିଷ୍ଟ ୨୬ ଦୋକାନ ସମ୍ପୃକ୍ତ ଚାଷୀ ଏବଂ ବ୍ୟବସାୟୀଙ୍କୁ ଲଟେରି ମାଧ୍ୟମରେ ପ୍ରଦାନ କରାଯିବ। ଆସନ୍ତା ୧୫ଦିନ ମଧ୍ୟରେ ସେମାନେ ସ୍ବୀକୃତିପତ୍ର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟରେ ଦାଖଲ କରିବେ। ପ୍ରତି ଦୋକାନ ପାଇଁ ମାସିକ ଭଡ଼ା ୬୦୦ ଟଙ୍କା ରଖାଯାଇଛି। ଅମାନତ ବାବଦକୁ ୨୦ହଜାର ଟଙ୍କା ଦେବାକୁ ପଡ଼ିବ। ସେହିପରି ଛୋଟ ଗୋଦାମ ଘର ପାଇଁ ମାସିକ ୨୦୦୦ ଟଙ୍କା ଭଡ଼ା ରଖାଯାଇଥିବା ବେଳେ ଅମାନତ ରାଶି ବାବଦକୁ ୫୦ହଜାର ଟଙ୍କା ଦେବାକୁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଧାର୍ଯ୍ୟ କରାଯାଇଛି। ଦୋକାନଘର ପାଇବାରୁ ବଞ୍ଚତ୍ତ ଚାଷୀ, ବ୍ୟବସାୟୀ ପୌରସଂସ୍ଥା ଭେଣ୍ଡିଂ ଜୋନ୍ ଏବଂ କୃଷକ ବଜାର ମଧ୍ୟରେ ଥିବା ଖୋଲା ପିଣ୍ଡିରେ ବସି ବ୍ୟବସାୟ କରିପାରିବେ।
ଚାଷୀଙ୍କ ପାଇଁ ନିର୍ମିତ କ୍ୟାଣ୍ଟିନରେ ଉଚିତ ମୂଲ୍ୟରେ ଖାଦ୍ୟ ମିଳିବ। ପୌରସଂସ୍ଥା ଦ୍ୱାରା ନିର୍ମିତ ଶୌଚାଳୟ ନିୟନ୍ତ୍ରିତ ବଜାର କମିଟିକୁ ହସ୍ତାନ୍ତର କରାଯିବ। ଏହାର ରକ୍ଷଣାବେକ୍ଷଣ ନିୟନ୍ତ୍ରିତ ବଜାର କମିଟି କରିବ। ଚିହ୍ନଟ ହୋଇଥିବା ପାର୍କିଂ ଅଞ୍ଚଳକୁ କେବଳ ଛୋଟ ଯାନବାହାନ ରଖିବା ପାଇଁ ବ୍ୟବହାର କରାଯିବ। କୃଷକ ବଜାର ପଛ ପାଖରେ ନିର୍ମିତ ୨୫ଫୁଟ ଓସାର ରାସ୍ତା କିମ୍ବା ପୂର୍ତ୍ତ ବିଭାଗ ରାସ୍ତାରେ କେହି ବସି ବ୍ୟବସାୟ କରିପାରିବେ ନାହିଁ ବୋଲି ଜିଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ବୈଠକରେ ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ନିରଞ୍ଜନ ସେଠ୍, ସଭ୍ୟ ଦିଲୀପ ରଥ, ଅନିଲ ନନ୍ଦ, ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ, କୈବଲ୍ୟ ବଜାର କମିଟି ସଦସ୍ୟ ମଦନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
Posted inଆମ ଜିଲା ଖବର, ଢେଙ୍କାନାଳ View All
ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା
ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...
ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ
ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...
ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ
ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...
କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…
ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...
ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…
ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...
ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ
ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...
ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି
ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...
ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ
ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...
Archives


