ଢେଙ୍କାନାଳ ଅଫିସ, ୧୮।୮: ଢେଙ୍କାନାଳ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ସ୍ଥାନୀୟ କୈବଲ୍ୟ ବଜାରରେ ୮୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କୃଷକ ବଜାର ଦୋକାନ ଘର ଆବଣ୍ଟନ କରାଯିବ। ଏ ନେଇ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଶନିବାର ଜିଲା କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏକାଧିକ ପ୍ରସ୍ତାବ ପାରିତ ହୋଇଛି।
ନିର୍ମାଣ ହୋଇଥିବା ୫୬ ଦୋକାନ ଏବଂ ୫ କ୍ଷୁଦ୍ର ଗୋଦାମ ଘର ବଣ୍ଟନ କରାଯିବ। ୨ଟି ଗୋଦାମ ଘରକୁ ଶୀତତାପ ନିୟନ୍ତ୍ରିତ କରିବା ପାଇଁ ନିୟନ୍ତ୍ରିତ ବଜାର କମିଟି ହାତରେ ରଖାଯିବ। ଅବଶିଷ୍ଟ ୩ ଗୋଦାମ ଘର ଏବଂ ୫୬ ଦୋକାନ ଘର ଆବଣ୍ଟିତ ହେବ। କୃଷକ ବଜାର ନିର୍ମାଣ ସମୟରେ ପୌରସଂସ୍ଥା ପକ୍ଷରୁ ୩୩ ଜଣ ଅସ୍ଥାୟୀ ଦୋକାନୀଙ୍କୁ ଭେଣ୍ଡିଂ ଜୋନ୍କୁ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ୩ ଗୋଦାମ ଘର ସହିତ ୩୩ ଦୋକାନ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଉକ୍ତ ଦୋକାନୀମାନେ ଦୋକାନ ଘର ପାଇବା ପାଇଁ ୧୫ ଦିନ ମଧ୍ୟରେ ନିୟନ୍ତ୍ରିତ ବଜାର କମିଟିକୁ ଦରଖାସ୍ତ କରିବେ। ସେମାନେ କେଉଁ ସାମଗ୍ରୀ ବିକ୍ରି କରିବେ ତାହାକୁ ଦରଖାସ୍ତରେ ଉଲ୍ଲେଖ କରିବାକୁ ପଡ଼ିବ। ଦରଖାସ୍ତ ହସ୍ତଗତ ହେବାପରେ ତଦନୁଯାୟୀ ଦୋକାନ ଘର ଆବଣ୍ଟନ କରାଯିବ।
କୃଷକ ବଜାର ନିର୍ମାଣ ପୂର୍ବରୁ ଉକ୍ତ ସ୍ଥାନରେ ୧୦୩ ଚାଷୀ ଏବଂ କ୍ଷୁଦ୍ର ବ୍ୟବସାୟୀ ଖୋଲା ଆକାଶ ତଳେ ବସୁଥିଲେ। ଉପଜିଲାପାଳଙ୍କ ନେତୃତ୍ୱରେ ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଅବଶିଷ୍ଟ ୨୬ ଦୋକାନ ସମ୍ପୃକ୍ତ ଚାଷୀ ଏବଂ ବ୍ୟବସାୟୀଙ୍କୁ ଲଟେରି ମାଧ୍ୟମରେ ପ୍ରଦାନ କରାଯିବ। ଆସନ୍ତା ୧୫ଦିନ ମଧ୍ୟରେ ସେମାନେ ସ୍ବୀକୃତିପତ୍ର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟରେ ଦାଖଲ କରିବେ। ପ୍ରତି ଦୋକାନ ପାଇଁ ମାସିକ ଭଡ଼ା ୬୦୦ ଟଙ୍କା ରଖାଯାଇଛି। ଅମାନତ ବାବଦକୁ ୨୦ହଜାର ଟଙ୍କା ଦେବାକୁ ପଡ଼ିବ। ସେହିପରି ଛୋଟ ଗୋଦାମ ଘର ପାଇଁ ମାସିକ ୨୦୦୦ ଟଙ୍କା ଭଡ଼ା ରଖାଯାଇଥିବା ବେଳେ ଅମାନତ ରାଶି ବାବଦକୁ ୫୦ହଜାର ଟଙ୍କା ଦେବାକୁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଧାର୍ଯ୍ୟ କରାଯାଇଛି। ଦୋକାନଘର ପାଇବାରୁ ବଞ୍ଚତ୍ତ ଚାଷୀ, ବ୍ୟବସାୟୀ ପୌରସଂସ୍ଥା ଭେଣ୍ଡିଂ ଜୋନ୍ ଏବଂ କୃଷକ ବଜାର ମଧ୍ୟରେ ଥିବା ଖୋଲା ପିଣ୍ଡିରେ ବସି ବ୍ୟବସାୟ କରିପାରିବେ।
ଚାଷୀଙ୍କ ପାଇଁ ନିର୍ମିତ କ୍ୟାଣ୍ଟିନରେ ଉଚିତ ମୂଲ୍ୟରେ ଖାଦ୍ୟ ମିଳିବ। ପୌରସଂସ୍ଥା ଦ୍ୱାରା ନିର୍ମିତ ଶୌଚାଳୟ ନିୟନ୍ତ୍ରିତ ବଜାର କମିଟିକୁ ହସ୍ତାନ୍ତର କରାଯିବ। ଏହାର ରକ୍ଷଣାବେକ୍ଷଣ ନିୟନ୍ତ୍ରିତ ବଜାର କମିଟି କରିବ। ଚିହ୍ନଟ ହୋଇଥିବା ପାର୍କିଂ ଅଞ୍ଚଳକୁ କେବଳ ଛୋଟ ଯାନବାହାନ ରଖିବା ପାଇଁ ବ୍ୟବହାର କରାଯିବ। କୃଷକ ବଜାର ପଛ ପାଖରେ ନିର୍ମିତ ୨୫ଫୁଟ ଓସାର ରାସ୍ତା କିମ୍ବା ପୂର୍ତ୍ତ ବିଭାଗ ରାସ୍ତାରେ କେହି ବସି ବ୍ୟବସାୟ କରିପାରିବେ ନାହିଁ ବୋଲି ଜିଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ବୈଠକରେ ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ନିରଞ୍ଜନ ସେଠ୍, ସଭ୍ୟ ଦିଲୀପ ରଥ, ଅନିଲ ନନ୍ଦ, ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ, କୈବଲ୍ୟ ବଜାର କମିଟି ସଦସ୍ୟ ମଦନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
Posted inଆମ ଜିଲା ଖବର, ଢେଙ୍କାନାଳ View All
ରେଳ ଲାଇନ୍ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…
ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…
ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…
ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍. ଉଦୟଗିରି ଥାନା…
ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…
ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍। ମଙ୍ଗଳବାର ଅପରାହ୍ନ ପ୍ରାୟ…
ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’
ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…
ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ
ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…
ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…
ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…
ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…
ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…
ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…
ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍ପି ଶୁଭେନ୍ଦୁ କୁମାର ପାତ୍ର…
Archives

