ଆପ୍‌ନେ ଆର ପୁଓ ଆରପାରେ:ନିଜର ଭାଏଗ୍‌କେ ନିଦୁଁଛନ୍‌ ଶାଶ୍‌ ବହ

ଲୋଇସିଂହା,୧୭।୭ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅଧୀନ ବାଦିବାହାଲ ଗଁାର ବୁରୁଧ୍‌ ବିଧବା ସଖୀ ମେହେର। ବଛ୍‌ରେ ଭିତରେ ସେ ପୁଓ ଆର ଆପ୍‌ନେକେ ହରେଇଛନ୍‌। ଏହେଦେ ଘରେ ନିସାହା ବିଧବା ବହ ଆର ୩ ବଛର୍‌ର ନାତି ରହିଛନ୍‌। ଇଆଡ଼େ ଖାଏଦ୍‌ ପାଏନ୍‌ ଅଭାବୁ ନାତିର ଦିହିପା ଠିକ୍‌ ନାଇଁ ରହିବାର। ଟଁକ ପଏସା ଅଭାବୁ ସେମାନେ ଛୁଆର ଚିକିସତ୍ା ବି କରେଇ ନାଇଁ ପାରବାର। ଇଥିରଲାଗି ଥାନୀୟ ଜନପରତିନିଧି ଆର ବ୍ଲକ ପରଶାସନର ଉଦାସୀନତା ଦାଇ ବଲି ଗଁାର ପୁରଖା ଲୋକ୍‌ ତପି ଭୋଇ ଆର ଉନିଆମାନେ ଅଭିଯୋଗ କରିଛନ୍‌।
ବାଦିବାହାଲ ସଦର ଗଁାର ମେହେରପଡ଼ାରେ ସଖୀ ମେହେରକଁର ଘର। ଏହେଦେ ବହୁ ପୁଷ୍ପକାନ୍ତୀ ଆର ନାତି ଚନ୍ଦ୍ରକାନ୍ତକୁଁ ନେଇ ସଖୀକଁର ସଁସାର। ପୁଓ ପ୍ରଭୁଦତ୍ତ ମଜୁରି କରି ଟଁକା ରୁଜଗାର କରୁଥିଲେ। ସେନ୍‌ତା ଆପ୍‌ନେ କଷ୍ଟ ମେହେର ରାକ୍ଷୀ ତିଆରି ଗଁା ଗଁା ବିକି ଦୁଇ ପଏସା କମଉଥିଲେ। ହେଲେ ୩ ବଛର ତଲେ କଷ୍ଟ ପକ୍ଷାଘାତ ରୋଗ୍‌ରେ ପଡ଼ଲେ। ଇ ସମିଆରେ ପୁଓ ପ୍ରଭୁଦତ୍ତର ଗୁଟେ ପୁଓ ହେଲା। ହେଲେ ଛୁଆଟା ଜନ୍‌ମୁ ଦୁରବଲିଆ ଥିଲା। ଇଆଡ଼େ ଅଭାବ ଅନାଟନ ଲାଗି ବାପା ଆର ପୁଓର ଚିକିସତ୍ା କରେଇ ନାଇଁପାରି ପ୍ରଭୁଦତ୍ତ ସବୁବେଲେ ମାନସିକ୍‌ ଚାପ୍‌ରେ ରହୁଥିଲେ। ଏନ୍‌ତା ଘଡ଼ିସଁଧି ସମିଆରେ କେହେନ୍‌ସି କାରନ୍‌ରୁ ପ୍ରଭୁଦତ୍ତକଁର ମୁର୍‌ତୁ ହେଲା। ପରିବାରଟା ଦୁଖରେ ଭାଂଗି ପଡ଼ଲେ। ସେନ୍‌ତା ଗଲା ୩ ମାସ ତଲେ ପକ୍ଷାଘାତରେ ପୀଡ଼ିତ କଷ୍ଟ ବି ଆଏଁଖ୍‌ ମୁଜିଦେଲେ। ଏହେଦେ ୩ ବଛର୍‌ର ଛୁଆ ଚନ୍ଦ୍ରକାନ୍ତକେ ନେଇ ଶାଶ୍‌ ବହ ବଡ଼ା ଗୁଲ୍‌ଗୁଲା ହେଇ ଦିନ୍‌ ବିତଉଛନ୍‌। ବାପ୍‌ପୁଓକଁର ଚାଲିଗଲା ଉତାରୁ ପରିବାରଟା ପଁଚେତ୍‌ରୁ ପାଉଥିବାର ଚାଉଲ୍‌ କୁଟା ବି କମିଯାଇଛେ। ଏହେଦେ ଇ ଦୁଖି ପରିବାର ପଁଚେତ୍‌ରୁ ମାସିକ ୧୦ କେଜି ଚାଉଲ ପାଉଥିଲାବେଲେ ସଖୀ ୫ଶହ ଟଁକା ଭତା ପାଉଛନ୍‌। ହେଲେ ଆଏଜ୍‌କାଲି ଏତ୍‌କିରେ ଗୁଟେ ପରିବାର ମାସେ ଚଲବାରଟା ସମ୍‌ଭବ ନୁହେ। ଇଆଡ଼େ ପ୍ରଭୁଦତ୍ତକଁର ମୁର୍‌ତୁକେ ବଛ୍‌ରେ ବିତିଯାଇଥିଲେ ବି ପୁଷ୍ପକାନ୍ତୀ ବିଧବା ଭତା ଆର ପରିବାର ମଙ୍ଗଲ ଯୋଜନାର ସାହାଯ୍‌ ଟଁକା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଇ ବାବ୍‌ଦେ ଥାନୀୟ ସରପଁଚ୍‌କୁଁ ପଚରାଲାରୁ ସବୁ କାଗଜପତର ବ୍ଲକରେ ଦାଖଲ କରାଯାଇଛେ ବଲି ସେ କହିଥିଲେ। ସେନ୍‌ତା ଲୋଇସିଂହା ବିଡିଓ ରାମଚନ୍ଦ୍ର ଖାଡିଆକୁଁ ପଚରାଲାରୁ ଯଦି ପରିବାର ମଙ୍ଗଲ ଯୋଜନାରେ ସେ ଆବେଦନ କରିଥିବେ ତ ନିହାତି ସାହାଯ୍‌ ପାଏବେ। ତାକର ବିଧବା ଭତା କେନ୍‌ଠାନେ ଅଟ୍‌କିଛେ ପଚ୍‌ରେଇ ବୁଝୁନ୍‌। ବ୍ଲକ ପରଶାସନ ତରଫୁ ଆର କେନ୍‌ପରକାର ସାହାଯ୍‌ ଦିଆଯାଇପାରବା ସେଟା କହେଲେ ସେ ଦିଗେ ବି ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।