Categories: ଜାତୀୟ

ଆପରାଧିକ ମାମଲାର ଯାଞ୍ଚ୍‌ ସମୟରେ ପୋଲିସ ଜବତ କରି ପାରିବେନି ଅଭିଯୁକ୍ତଙ୍କ ଅଚଳ ସମ୍ପତ୍ତି: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୪।୯: ଆପରାଧିକ ମାମଲାର ଯାଞ୍ଚ୍‌ ସମୟରେ ପୋଲିସ ଅଭିଯୁକ୍ତଙ୍କ ଅଚଳ ସମ୍ପତ୍ତି ଜବତ କରି ପାରିବେନି ବୋଲି ମଙ୍ଗଳବାର ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି। ଆପରାଧିକ ପ୍ରକ୍ରିୟା ସଂହିତା ଧାରା ୧୦୨ ଅନ୍ତର୍ଗତ ସର୍ବୋଚ୍ଚ ନ୍ୟାୟାଳୟ ଏଭଳି କହିଛନ୍ତି। ତେବେ ପୋଲିସ ଚାହିଁଲେ ଚଳ ସମ୍ପତ୍ତି ଜବତ କରିପାରିବେ ବୋଲି ଏହି ରାୟରେ ଦର୍ଶାଯାଇଛି। ଏକ ଦୁଇଜଣିଆ ଖଣ୍ଡପୀଠ ପକ୍ଷରୁ ଏହି ରାୟ ଦିଆଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ ବମ୍ବେ ହାଇକୋର୍ଟର ଏକ ପୂର୍ଣ୍ଣକାଳୀନ ଖଣ୍ଡପୀଠ ଧାରା ୧୦୨ର ବିଚାର କରି ଯାଞ୍ଚ୍‌ ସମୟରେ ଅଭିଯୁକ୍ତଙ୍କ ଅଚଳ ସମ୍ପତ୍ତି ଜବତ କରିବାର ଅଧିକାର ପୋଲିସର ନାହିଁ ବୋଲି ରାୟ ଦେଇଥିଲେ।

Share