Posted inଜାତୀୟ

ଆନ୍ଧ୍ରରେ ଓ୍ବାଇଏସ୍‌ଆର୍‌ସିପି:୩୦ରେ ଶପଥ ନେବେ ଜଗନ୍‌ମୋହନ

ଅମରାବତୀ,୨୪-୫:ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ଓ୍ବାଇଏସ୍‌ଆର୍‌ ଜଗନ୍‌ମୋହନ ରେଡ୍ଡୀଙ୍କ ଦଳ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ନିରଙ୍କୁଶ ସଂଖ୍ୟାଗରିଷ୍ଠତା ସହ ସରକାର ଗଢ଼ିବାକୁ ଯାଉଛି। ଜଗନ୍‌ମୋହନ ଆସନ୍ତା ୩୦ ତାରିଖରେ ମନ୍ଦିର ସହର ତିରୁପତିରେ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଦଳର ଜଣେ ନେତା କହିଛନ୍ତି। ଆସନ୍ତା ଶନିବାର ନବନିର୍ବାଚିତ ଓ୍ବାଇଏସ୍‌ଆରସିପି ବିଧାୟକମାନଙ୍କ ବୈଠକ ବସି ଜଗନ୍‌ମୋହନଙ୍କୁ ସେମାନଙ୍କ ନେତା ନିର୍ବାଚିତ କରାଯିବ ବୋଲି ବରିଷ୍ଠ ନେତା ଉମାରେଡ୍ଡୀ ଭେଙ୍କଟେଶ୍ୱରଲୁ ଖବରଦାତାମାନଙ୍କୁ ସୂଚନା ଦେଇଛନ୍ତି।
ଉଭୟ ଲୋକ ସଭା ଓ ରାଜ୍ୟ ବିଧାନସଭାରେ ଓ୍ବାଇଏସ୍‌ଆର କଂଗ୍ରେସ ପାର୍ଟି (ଓ୍ବାଇଏସ୍‌ଆରସିପି) ପୂର୍ଣ୍ଣ ବହୁମତ ହାସଲ କରିବାକୁ ଯାଉଛି। ଫଳରେ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡୁଙ୍କ ତେଲୁଗୁଦେଶମ୍‌ ପାର୍ଟି (ଟିଡିପି)କୁ ଶକ୍ତ ଝଟ୍‌କା ଲାଗିଛି। ରାତି ୮ଟା ସୁଦ୍ଧା ଟ୍ରେଣ୍ଡ୍‌ ଅନୁଯାୟୀ ଆନ୍ଧ୍ର ବିଧାନସଭାର ୧୭୫ ଆସନ ମଧ୍ୟରୁ ୧୪୪ଟିରେ ଓ୍ବାଇଏସ୍‌ଆର୍‌ କଂଗ୍ରେସ ଆଗରେ ଥିଲାବେଳେ ଶାସକ ଟିଡିପି ମାତ୍ର ୨୯ ଆସନରେ ଆଗରେ ରହିଛି। ସେହିପରି ରାଜ୍ୟର ୨୫ଟି ଲୋକ ସଭା ଆସନରୁ ୨୩ଟିରେ ଓ୍ବାଇଏସ୍‌ଆରସିପି ଆଗରେ ଥିବା ଜଣାପଡିଛି। ଦଳର ଏହି ସଫଳତାକୁ ନେଇ ଜଗନଙ୍କ ଶିବିରରେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିବାବେଳେ ଚନ୍ଦ୍ରାବାବୁ ନାଇଡୁଙ୍କ କ୍ୟାମ୍ପ ଏପର୍ଯ୍ୟନ୍ତ ପରାଜୟ ସ୍ବୀକାର କରିନାହିଁ।
ଆନ୍ଧ୍ରପ୍ରଦେଶ ଦୁଇଭାଗ ହୋଇ ତେଲେଙ୍ଗାନା ଗଠନ ହୋଇଥିବାବେଳେ ସେବେଠାରୁ ଚନ୍ଦ୍ରାବାବୁ ଆନ୍ଧ୍ରରେ ଶାସନ କରିଆସୁଥିଲେ। ଏଥର ତାଙ୍କ ଦଳ ଗୋଟିଏ ବି ଲୋକ ସଭା ଆସନ ଜିତିବା ସମ୍ଭାବନା ନ ଥିବାବେଳେ ବିଧାନସଭାରେ ଶୋଚନୀୟ ପରାଜୟବରଣ କରିବାକୁ ଯାଉଛି। କେନ୍ଦ୍ରରେ ବିରୋଧୀ ଦଳଗୁଡିକୁ ଏକାଠି କରି ସରକାର ଗଠନ ଲାଗି ଚନ୍ଦ୍ରାବାବୁ ଯେଉଁ ଉଦ୍ୟମ ଚଳାଇଥିଲେ ତାହା ଫସର ଫାଟି ଯାଇଛି।
୨୦୦୯ରେ ଆନ୍ଧ୍ରର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ରାଜଶେଖର ରେଡ୍ଡୀଙ୍କର ହେଲିକପ୍ଟର ଦୁର୍ଘଟଣାରେ ପରଲୋକ ହେବା ପରେ ତାଙ୍କ ପୁଅ ଜଗନ୍‌ମୋହନ (୪୬) ୨୦୧୧ରେ ନୂଆ ଦଳ ଓ୍ବାଇଏସ୍‌ଆର କଂଗ୍ରେସ ପାର୍ଟି ଗଠନ କରିଥିଲେ। ସେ ରାଜ୍ୟବ୍ୟାପୀ ଦୁଇଥର ପଦଯାତ୍ରା କରି ନିଜର ଲୋକପ୍ରିୟତା ବଢ଼ାଇଥିଲେ। ୩୬୪୮ କିଲୋମିଟର ପଦଯାତ୍ରା କରି ସେ କୋଟିଏରୁ ଊର୍ଦ୍ଧ୍ୱ ଲୋକଙ୍କ ସହ ମିଶିଥିଲେ। ଆନ୍ଧ୍ରକୁ ସ୍ବତନ୍ତ୍ର ମାନ୍ୟତା ଦାବି ନେଇ ସେ ଆନ୍ଦୋଳନ ଚଳାଇଥିଲେ। ଅନ୍ୟପକ୍ଷରେ ଭାଜପା ମେଣ୍ଟରୁ ଦୂରେଇ ଯାଇ ଚନ୍ଦ୍ରାବାବୁଙ୍କ ଦଳ ବିରୋଧୀ ଶିବିରରେ ସାମିଲ ହେବା ତାଙ୍କ ପାଇଁ ଭୁଲ୍‌ ନିଷ୍ପତ୍ତି ଥିଲା ବୋଲି କୁହାଯାଉଛି। ଉଭୟ ଲୋକ ସଭା ଓ ରାଜ୍ୟ ବିଧାନସଭାରେ ଓ୍ବାଇଏସ୍‌ଆର୍‌ସିପି ଆଶାତୀତ ସଫଳତା ହାସଲ କରିବାକୁ ଯାଉଥିବାବେଳେ ଏହା ଜନସାଧାରଣଙ୍କର ବିଜୟ ବୋଲି ଜଗନ୍‌ କହିଛନ୍ତି। ଏଭଳି ବୃହତ୍‌ ବିଜୟ ପାଇଁ ସେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଫୋନ୍‌ ଯୋଗେ ଜଗନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେହିପରି ଲୋକ ସଭାରେ ଭାଜପାର ବଡ଼ ବିଜୟ ଲାଗି ଜଗନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆନ୍ଧ୍ରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ନ ମିଳିବା ପର୍ଯ୍ୟନ୍ତ ତାଙ୍କର ଲଢ଼େଇ ଜାରି ରହିବ ବୋଲି ଜଗନ କହିଛନ୍ତି।
୨୦୦୪ରେ କଡ଼ାପା ଜିଲାରୁ କଂଗ୍ରେସ ପାଇଁ ନିର୍ବାଚନ ପ୍ରଚାରରୁ ଜଗନ୍‌ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରି ଉକ୍ତ ନିର୍ବାଚନମଣ୍ଡଳୀରୁ ୨୦୦୯ରେ କଂଗ୍ରେସ ଟିକେଟରେ ଲୋକ ସଭାକୁ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ଲୋକ ସଭା ପାଇଁ ପୁଣି ଏକ ପ୍ରାର୍ଥୀ ତାଲିକା ଘୋଷଣା କଲା ଭାଜପା: ଜାଣନ୍ତୁ କାହାକୁ ମିଳିଲା କେଉଁ ଆସନ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ପାଇଁ ଭାଜପାର ଆଉ ଏକ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ମହାରାଷ୍ଟ୍ରର ଗୋଟିଏ ଲୋକ ସଭା ଆସନ ପାଇଁ...

ମୋଦି-ଯୋଗୀଙ୍କୁ ଯିଏ ନିଜର ଭାବେ ନାହିଁ ସେ ନିଜ ପିତାଙ୍କୁ ମଧ୍ୟ ଆପଣାଇପାରିବ ନାହିଁ :ଭାଜପା ଏମ୍‌ପି ମନ୍ତବ୍ୟକୁ ନେଇ ଉଠିଲା ବିବାଦ

ଲକ୍ଷ୍ନୌ,୧୮।୪: ପଶ୍ଚିମ ୟୁପିରେ କ୍ଷତ୍ରିୟ ସମାଜର ଅସନ୍ତୋଷ ଭାରତୀୟ ଜନତା ପାର୍ଟିର ସମସ୍ୟାକୁ ବଢାଇ ଦେଇଛି। ଏହି ସମୟରେ ୟୁପିର ଗୌତମ ବୁଦ୍ଧ ନଗର ଲୋକ...

ପିଲାଙ୍କୁ ଦେଉଛନ୍ତି କି ସେରେଲାକ? ସାମ୍ନାକୁ ଆସିଲା ଚାଞ୍ଜଲ୍ୟକର ତଥ୍ୟ

ନୂଆଦିଲ୍ଲୀ,୧୮।୪: ଭାରତରେ ନେସଲେର ଦୁଇଟି ସର୍ବାଧିକ ବିକ୍ରି ହେଉଥିବା ବେବିଫୁଡ୍‌ ବ୍ରାଣ୍ଡରେ ବହୁ ପରିମାଣର ଚିନି ଥିବା ଦେଖିବାକୁ ମିଳିଛି। ସୁଇଜରଲାଣ୍ଡ କମ୍ପାନୀଗୁଡିକ ଉପରେ ନଜର...

ରାଜ୍ୟର ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ନାମାଙ୍କନ ଦାଖଲ

ନୂଆଦିଲ୍ଲୀ /ଭୁବନେଶ୍ୱର,୧୮।୪:ଦେଶର ଚତୁର୍ଥ ଏବଂ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି...

ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ଟ୍ରେନ ରିଜର୍ଭଭେଶନ ସେବା

ନୂଆଦିଲ୍ଲୀ,୧୭।୪: ଯଦି ଆପଣ କୌଣସି ସ୍ଥାନକୁ ଟ୍ରେନରେ ଯିବା ପାଇଁ ରିଜର୍ଭଭେଶନ ଟିକେଟ୍‌ ବୁକ୍‌ କରୁଛନ୍ତି ତେବେ ଏହାକୁ ତୁରନ୍ତ କରିନିଅନ୍ତୁ । କାରଣ ବୈଷୟିକ...

‘ଆଚରଣ ବିଧି ଉଲଂଘନ କରନ୍ତୁ ନାହିଁ’, ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ନିର୍ବାଚନ ଆୟୋଗ ଦେଲେ ପରାମର୍ଶ

ନୂଆଦିଲ୍ଲୀ,୧୭।୪: ମତଦାନ ଦିନ କୁଚ ବିହାର ଗସ୍ତ ବାତିଲ କରିବାକୁ ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି ଆନନ୍ଦ ବୋଷଙ୍କୁ ପରାମର୍ଶ ଦେଇଛନ୍ତି ନିର୍ବାଚନ ଆୟୋଗ। ଏହି ନିର୍ବାଚନ...

ନାମାଙ୍କନ ଦାଖଲ କରି ଓହରିଲେ ଗୁଲାମ ନବୀ ଆଜାଦ, ଲଢିବେ ନାହିଁ ଲୋକ ସଭା ନିର୍ବାଚନ

ନୂଆଦିଲ୍ଲୀ, ୧୭।୪: ଡେମକ୍ରାଟିକ୍ ପ୍ରୋଗ୍ରେସିଭ ଆଜାଦ ପାର୍ଟି (DPAP) ମୁଖ୍ୟ ଗୁଲାମ ନବୀ ଆଜାଦ ୨୦୨୪ ନିର୍ବାଚନରେ ନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାପୂର୍ବ ପୂର୍ବତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri