Posted inଜାତୀୟ

ଆନ୍ଧ୍ରରେ ଓ୍ବାଇଏସ୍‌ଆର୍‌ସିପି:୩୦ରେ ଶପଥ ନେବେ ଜଗନ୍‌ମୋହନ

ଅମରାବତୀ,୨୪-୫:ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ଓ୍ବାଇଏସ୍‌ଆର୍‌ ଜଗନ୍‌ମୋହନ ରେଡ୍ଡୀଙ୍କ ଦଳ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ନିରଙ୍କୁଶ ସଂଖ୍ୟାଗରିଷ୍ଠତା ସହ ସରକାର ଗଢ଼ିବାକୁ ଯାଉଛି। ଜଗନ୍‌ମୋହନ ଆସନ୍ତା ୩୦ ତାରିଖରେ ମନ୍ଦିର ସହର ତିରୁପତିରେ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଦଳର ଜଣେ ନେତା କହିଛନ୍ତି। ଆସନ୍ତା ଶନିବାର ନବନିର୍ବାଚିତ ଓ୍ବାଇଏସ୍‌ଆରସିପି ବିଧାୟକମାନଙ୍କ ବୈଠକ ବସି ଜଗନ୍‌ମୋହନଙ୍କୁ ସେମାନଙ୍କ ନେତା ନିର୍ବାଚିତ କରାଯିବ ବୋଲି ବରିଷ୍ଠ ନେତା ଉମାରେଡ୍ଡୀ ଭେଙ୍କଟେଶ୍ୱରଲୁ ଖବରଦାତାମାନଙ୍କୁ ସୂଚନା ଦେଇଛନ୍ତି।
ଉଭୟ ଲୋକ ସଭା ଓ ରାଜ୍ୟ ବିଧାନସଭାରେ ଓ୍ବାଇଏସ୍‌ଆର କଂଗ୍ରେସ ପାର୍ଟି (ଓ୍ବାଇଏସ୍‌ଆରସିପି) ପୂର୍ଣ୍ଣ ବହୁମତ ହାସଲ କରିବାକୁ ଯାଉଛି। ଫଳରେ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡୁଙ୍କ ତେଲୁଗୁଦେଶମ୍‌ ପାର୍ଟି (ଟିଡିପି)କୁ ଶକ୍ତ ଝଟ୍‌କା ଲାଗିଛି। ରାତି ୮ଟା ସୁଦ୍ଧା ଟ୍ରେଣ୍ଡ୍‌ ଅନୁଯାୟୀ ଆନ୍ଧ୍ର ବିଧାନସଭାର ୧୭୫ ଆସନ ମଧ୍ୟରୁ ୧୪୪ଟିରେ ଓ୍ବାଇଏସ୍‌ଆର୍‌ କଂଗ୍ରେସ ଆଗରେ ଥିଲାବେଳେ ଶାସକ ଟିଡିପି ମାତ୍ର ୨୯ ଆସନରେ ଆଗରେ ରହିଛି। ସେହିପରି ରାଜ୍ୟର ୨୫ଟି ଲୋକ ସଭା ଆସନରୁ ୨୩ଟିରେ ଓ୍ବାଇଏସ୍‌ଆରସିପି ଆଗରେ ଥିବା ଜଣାପଡିଛି। ଦଳର ଏହି ସଫଳତାକୁ ନେଇ ଜଗନଙ୍କ ଶିବିରରେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିବାବେଳେ ଚନ୍ଦ୍ରାବାବୁ ନାଇଡୁଙ୍କ କ୍ୟାମ୍ପ ଏପର୍ଯ୍ୟନ୍ତ ପରାଜୟ ସ୍ବୀକାର କରିନାହିଁ।
ଆନ୍ଧ୍ରପ୍ରଦେଶ ଦୁଇଭାଗ ହୋଇ ତେଲେଙ୍ଗାନା ଗଠନ ହୋଇଥିବାବେଳେ ସେବେଠାରୁ ଚନ୍ଦ୍ରାବାବୁ ଆନ୍ଧ୍ରରେ ଶାସନ କରିଆସୁଥିଲେ। ଏଥର ତାଙ୍କ ଦଳ ଗୋଟିଏ ବି ଲୋକ ସଭା ଆସନ ଜିତିବା ସମ୍ଭାବନା ନ ଥିବାବେଳେ ବିଧାନସଭାରେ ଶୋଚନୀୟ ପରାଜୟବରଣ କରିବାକୁ ଯାଉଛି। କେନ୍ଦ୍ରରେ ବିରୋଧୀ ଦଳଗୁଡିକୁ ଏକାଠି କରି ସରକାର ଗଠନ ଲାଗି ଚନ୍ଦ୍ରାବାବୁ ଯେଉଁ ଉଦ୍ୟମ ଚଳାଇଥିଲେ ତାହା ଫସର ଫାଟି ଯାଇଛି।
୨୦୦୯ରେ ଆନ୍ଧ୍ରର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ରାଜଶେଖର ରେଡ୍ଡୀଙ୍କର ହେଲିକପ୍ଟର ଦୁର୍ଘଟଣାରେ ପରଲୋକ ହେବା ପରେ ତାଙ୍କ ପୁଅ ଜଗନ୍‌ମୋହନ (୪୬) ୨୦୧୧ରେ ନୂଆ ଦଳ ଓ୍ବାଇଏସ୍‌ଆର କଂଗ୍ରେସ ପାର୍ଟି ଗଠନ କରିଥିଲେ। ସେ ରାଜ୍ୟବ୍ୟାପୀ ଦୁଇଥର ପଦଯାତ୍ରା କରି ନିଜର ଲୋକପ୍ରିୟତା ବଢ଼ାଇଥିଲେ। ୩୬୪୮ କିଲୋମିଟର ପଦଯାତ୍ରା କରି ସେ କୋଟିଏରୁ ଊର୍ଦ୍ଧ୍ୱ ଲୋକଙ୍କ ସହ ମିଶିଥିଲେ। ଆନ୍ଧ୍ରକୁ ସ୍ବତନ୍ତ୍ର ମାନ୍ୟତା ଦାବି ନେଇ ସେ ଆନ୍ଦୋଳନ ଚଳାଇଥିଲେ। ଅନ୍ୟପକ୍ଷରେ ଭାଜପା ମେଣ୍ଟରୁ ଦୂରେଇ ଯାଇ ଚନ୍ଦ୍ରାବାବୁଙ୍କ ଦଳ ବିରୋଧୀ ଶିବିରରେ ସାମିଲ ହେବା ତାଙ୍କ ପାଇଁ ଭୁଲ୍‌ ନିଷ୍ପତ୍ତି ଥିଲା ବୋଲି କୁହାଯାଉଛି। ଉଭୟ ଲୋକ ସଭା ଓ ରାଜ୍ୟ ବିଧାନସଭାରେ ଓ୍ବାଇଏସ୍‌ଆର୍‌ସିପି ଆଶାତୀତ ସଫଳତା ହାସଲ କରିବାକୁ ଯାଉଥିବାବେଳେ ଏହା ଜନସାଧାରଣଙ୍କର ବିଜୟ ବୋଲି ଜଗନ୍‌ କହିଛନ୍ତି। ଏଭଳି ବୃହତ୍‌ ବିଜୟ ପାଇଁ ସେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଫୋନ୍‌ ଯୋଗେ ଜଗନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେହିପରି ଲୋକ ସଭାରେ ଭାଜପାର ବଡ଼ ବିଜୟ ଲାଗି ଜଗନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆନ୍ଧ୍ରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ନ ମିଳିବା ପର୍ଯ୍ୟନ୍ତ ତାଙ୍କର ଲଢ଼େଇ ଜାରି ରହିବ ବୋଲି ଜଗନ କହିଛନ୍ତି।
୨୦୦୪ରେ କଡ଼ାପା ଜିଲାରୁ କଂଗ୍ରେସ ପାଇଁ ନିର୍ବାଚନ ପ୍ରଚାରରୁ ଜଗନ୍‌ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରି ଉକ୍ତ ନିର୍ବାଚନମଣ୍ଡଳୀରୁ ୨୦୦୯ରେ କଂଗ୍ରେସ ଟିକେଟରେ ଲୋକ ସଭାକୁ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

ମୁଖ୍ୟମନ୍ତ୍ରୀ ହେବା ପରେ ଦିଲ୍ଲୀରେ ମୋଦିଙ୍କୁ ସାକ୍ଷାତ କଲେ ବିଜୟ, ୨୦ ମିନିଟରେ କଲେ…..

ନୂଆଦିଲ୍ଲୀ,୨୭।୫: ଜୋସେଫ ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ଗସ୍ତ କରିଥିଲେ। ଏଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏହା ତାମିଲନାଡୁରେ…

ପତ୍ନୀଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ରାୟଗଡା ଏଡିଜେ

ଗୁଣପୁର,୨୭।୫( ସୁଜାତା ପାଢ଼ୀ ): ଘରୋଇ କନ୍ଦଳ ପରେ ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣାରେ ବିଚାରଣା କରି ରାୟଗଡା ଏଡିଜେ ଅଳ୍ପନା ସ୍ବାଇଁ ଅଭିଯୁକ୍ତ…

ସାର୍ଟିଫିକେଟ ପାଇଁ ଯାଉଥିବା ବେଳେ ବାଇକକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ଚନ୍ଦନଙ୍କ ଜୀବନ

ଗଜପତି,୨୭।୫(ଗିରିଧାରୀ ପରିଛା) : ଚାଉଳ ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା ବାଇକ । ଦୁର୍ଘଟଣାରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଚାଳକ ଆହତ…

୨ ମାସରୁ ଊର୍ଦ୍ଧ୍ୱ ହେବ ଭତ୍ତା ପାଇନାହାନ୍ତି ହିତାଧିକାରୀ, ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡିଓଙ୍କୁ କଲେ ଗୁହାରି

ଥୁଆମୂଳ ରାମପୁର,୨୭ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀମାନେ ଚରମ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ୨ ମାସରୁ…

ମର୍ମନ୍ତୁଦ ଦୁର୍ଘଟଣା; କାମସାରି ଘରକୁ ଫେରୁଥିବା ବେଳେ ଓଲଟିଲା ପିକଅପ୍ ଭ୍ୟାନ, ୨…

ରାଜନଗର, ୨୭ା୫ (ଭାସ୍କର ରାଉତରାୟ): ରାଜନଗର ବ୍ଲକ ରାଜନଗର ଗୁପ୍ତି ମୁଖ୍ୟ ରାସ୍ତାର ହାତୀନା ଗ୍ରାମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଦୁଇ…

ରାଜ୍ ପ୍ରସାଦ ରାୟଗଡ଼ାର ନୂଆ ଏସ୍ପି; ଦାୟିତ୍ବ ଗ୍ରହଣ କରୁକରୁ କହିଦେଲେ ଏହି କଥା, ଛାନିଆ…

ଗୁଣପୁର,୨୭।୫(ସୁଜାତା ପାଢ଼ୀ): ରାୟଗଡ଼ା ଜିଲାର ନୂତନ ଏସପି ଭାବେ ରାଜ୍ ପ୍ରସାଦ ବୁଧବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି । ପୂର୍ବତନ ଏସପି ସ୍ୱାତି ଏସ କୁମାରଙ୍କ ଠାରୁ…

କର୍ନାଟକରେ ସତ୍ତା ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଶେଷ! କାଲି ଏହି ସମୟରେ ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୨୭।୫: କର୍ନାଟକରେ ଆଗାମୀ ଦୁଇ ଦିନ ମଧ୍ୟରେ କ୍ଷମତା ପରିବର୍ତ୍ତନ ନେଇ କଳ୍ପନାଜଳ୍ପନା ତୀବ୍ର ହେଉଥିବା ବେଳେ, କଂଗ୍ରେସ ବିଧାୟକ ଆର.ଭି. ଦେଶପାଣ୍ଡେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri