ଆନ୍ଦୋଳନ ଯୋଗୁ ୧.୪୭ କୋଟି କ୍ଷତି

ତାଳଚେର,୧୧ା୧୦(ନି.ପ୍ର.)- ସୋଲଡା ରୋଡ ସେଲ ପଏଣ୍ଟରୁ ଟ୍ରକ୍‌ରେ କୋଇଲା ପରିବହନ ଦାବି କରି ତାଳଚେର ବ୍ଲକ ଡଅଁରା ଗ୍ରାମବାସୀ ଓ ବଳରାମ ଟ୍ରକ୍‌ ଆସୋସିଏଶନ ପକ୍ଷରୁ ଆନ୍ଦୋଳନ କରାଯାଇଛି। ଗତ ୬ ତାରିଖଠାରୁ ଏହି ଆନ୍ଦୋଳନ ଯୋଗୁ କୋଇଲା ଉତ୍ତୋଳନ ସହ ନାଲକୋ, ଜେଆଇଟିପିଏଲ୍‌, ଜେଏସପିଏଲ, ବିଏସ୍‌ଏଲ୍‌, ଏସ୍‌ପିସିଏଲ୍‌, ଜିଏମ୍‌ଆରକୁ କୋଇଲା ଯୋଗାଣ ବାଧାପ୍ରାପ୍ତ ହୋଇଛି। ଏହି ବନ୍ଦ ଯୋଗୁ ଏମ୍‌ସିଏଲ୍‌ର ୧.୪୭ କୋଟି କ୍ଷତି ଓ ରାଜ୍ୟ ସରକାରଙ୍କ ୨୦.୫୮ ଲକ୍ଷ ଟଙ୍କାର ରାଜସ୍ବ ହାନି ଘଟିଥିବା ଏମ୍‌ସିଏଲ୍‌ ପକ୍ଷରୁ ପ୍ରେସ୍‌ ଇସ୍ତାହାରରେ ପ୍ରକାଶ କରାଯାଇଛି।