ଆନ୍ଦୋଳନର ପଞ୍ଚମ ଦିନରେ ଚାଷୀଙ୍କ ନିଆରା ପ୍ରତିବାଦ

ତରଭା, ୨୯ା୨(ଡି.ଏନ.ଏ.)
ସୁବର୍ଣ୍ଣପୁର ଜିଲା ତରଭା ବ୍ଲକ ଆଞ୍ଚଳିକ କୃଷକ ସଂଗଠନ ଆନୁକୂଲ୍ୟରେ ଚାଲିଥିବା ଚାଷୀ ଆନ୍ଦୋଳନ ପଞ୍ଚମ ଦିନରେ ପହଞ୍ଚିଛି ା ଶୁକ୍ରବାର ପ୍ରଶାସନର ଦୃଷ୍ଟି ଆକର୍ଷଣ ପାଇଁ ତରଭା ବ୍ଲକର ଚାଷୀମାନେ ନିଆରା ଢଙ୍ଗରେ ପ୍ରତିବାଦ କରିଥିଲେ। ଶେଷ ଚାଷୀଠାରୁ ଶେଷ ବସ୍ତା ଧାନ ନ ଉଠିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଚାଷୀମାନେ ବ୍ଲକ ସମ୍ମୁଖରେ ଏକ କୁଶପୁତ୍ତଳିକା କରି ତାହାକୁ ପ୍ରଶାସନର ଆଖ୍ୟାଦେଇ ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିଲେ ା ପରେ ପୁଣି ବ୍ଲକ ଅଫିସ ସମ୍ମୁଖକୁ ଆସି ସେଠାରେ ସେହି କୁଶପୁତ୍ତଳିକାରେ ଅଗ୍ନ୍ନି ସଂଯୋଗ କରି ପ୍ରଶାସନର ସଂସ୍କାର କରିଥିଲେ ା ଅଞ୍ଚଳର ଚାଷୀ ସରକାରଙ୍କ ମାରଣା ନୀତିରେ ଟୋକନ ଲାପ୍‌ସ ହୋଇଯିବା ଯୋଗୁଁ ସେମାନଙ୍କର ଧାନବିକ୍ରି କରିପାରି ନାହାନ୍ତି। ଆଉ କେତେକ ଅନଲାଇନରେ ପଞ୍ଜିକୃତ ହୋଇଥିଲେ ମଧ୍ୟ ଟୋକନ ପାଇନାହାନ୍ତି। ଫଳରେ ଧାନ ଚାଷୀ ନିଜଘରେ ରଖିବାକୁ ବାଧ୍ୟ ହୋଇଛନ୍ତି ା ସଂସ୍କାର କାର୍ଯ୍ୟକ୍ରମ ପରେ ଜିଲା ପ୍ରଶାସନ ପକ୍ଷରୁ ସିଏସଓ ବିବେକାନନ୍ଦ କେର୍କେରା ଘଟଣାସ୍ଥଳରେ ପହଞ୍ଚି ଯେତେ ଚାଷୀ ଧାନ ବାହାରେ ରଖିଛନ୍ତି ତାଙ୍କର ତାଲିକା ଦେଲେ, ଉଠିବାର ବ୍ୟବସ୍ଥା ମୁଁ ନିଜେ କରିବି ବୋଲି ଚାଷୀ ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ା ପ୍ୟାକ୍ସରେ ଥିବା ଧାନଗୁଡିକ ଗୁରୁବାରଠାରୁ ବିଭିନ୍ନ ମିଲ୍‌କୁ ଯାଉଥିବା ଜଣାପଡିଛି ା ଚାଷୀ ମାନେ ସିଏସଓ କେର୍କେରାଙ୍କ ଆଗରେ ଶେଷ ଚାଷୀଠାରୁ ଶେଷ ବସ୍ତା ଧାନ ନ ଉଠିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ପୁଣି ଦୋହରାଇଥିଲେ ା ଏହି ଶୋଭାଯାତ୍ରାରେ ଜିଲା କୃଷକ ସଂଘଠନ ସଭାପତି ରାଜେନ୍ଦ୍ର ନାଏକ, ଉଲୁଣ୍ଡା ବ୍ଲକ ଉପସଭାପତି ସୁଧିର ବଘାର, ସମ୍ପାଦକ ସତ୍ୟ ପଧାନ, ଉପେନ୍ଦ୍ର ଡାଙ୍ଗ, ବୀରମହାରାଜପୁର ଉପଖଣ୍ଡ କୋଷାଧ୍ୟକ୍ଷ ନରୋତ୍ତମ ପଧାନ, ମିତ୍ରବ୍ରତ ମିଶ୍ର, ପୁରନ୍ଦର ବାଗ, ସଦାନନ୍ଦ ପାଣିଗ୍ରାହୀ, ମନୋଜ ମନହୀରା, କାର୍ତ୍ତିକ ନାଗ, ପରମାନନ୍ଦ ମିଶ୍ରଙ୍କ ସମେତ ସଂଗଠନର ଉପସଭାପତି କଙ୍ଗାଲୁ ବରାଡ, ଭବାନୀଶଙ୍କର ମିଶ୍ର, ନିଳାଦ୍ରି ମେହେର ପ୍ରମୁଖ ଅନେକ ଚାଷୀ ସାମିଲ ହୋଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ଧାନକିଣା, ସବୁ ଚାଷୀଙ୍କ ଆକାଉଣ୍ଟକୁ…

ଭୁବନେଶ୍ୱର,୧ା୧: ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମଣ୍ଡିରେ ଧାନକିଣା ଚାଲିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି। ସେ ପ୍ରତିକ୍ରିୟା ଦେଇ କହିଛନ୍ତି,...

ବର୍ଷର ଶେଷ ଦିନରେ ଜମିଲା ଆମିଷ ବଜାର, ୭ କୋଟିର ଖାଇଦେଲେ ରାଜଧାନୀବାସୀ

ଭୁବନେଶ୍ୱର,୧।୧(ଅନୁରାଧା ମହାରଣା)- ବର୍ଷର ଶେଷ ଦିନରେ ଭୁବନେଶ୍ୱରରେ ଆମିଷ ବ୍ୟବସାୟ ଜମିଥିଲା। ପ୍ରାୟ ୭ କୋଟି ୩୦ ଲକ୍ଷ ଟଙ୍କାର ଆମିଷ କିଣିଛନ୍ତି ଗ୍ରାହକ। ଖାସି...

ବିମାନବନ୍ଦରକୁ ଘେରି ରହିଛି କୁହୁଡ଼ି: ରନ୍‌ଓ୍ବେରେ ଫସିଲା ଅନେକ ବିମାନ

ଭୁବନେଶ୍ୱର,୧ା୧: ଗୁରୁବାର ସକାଳେ ଇଂରାଜୀ ନବବର୍ଷ ୨୦୨୬ର ପ୍ରଥମ ଦିନ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘନ କୁହୁଡ଼ି ଯୋଗୁ ବିମାନ ଚଳାଚଳ ଗୁରୁତର...

ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟ ଶାସନ ସଚିବ: କହିଲେ ରାଜ୍ୟ ପାଇଁ ଜଗନ୍ନାଥଙ୍କ ନିକଟରେ…

ଭୁବନେଶ୍ୱର,୧ା୧: କାର୍ଯ୍ୟ ଆରମ୍ଭ କରିଛନ୍ତି ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ଲୋକସେବା ଭବନରେ ପ୍ରଥମ ପ୍ରତିକ୍ରିୟାରେ ସେ ସମଗ୍ର ଓଡ଼ିଶାବାସୀଙ୍କୁ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri