ଆନ୍ତର୍ଜାତିକ ଶିଶୁ ଶାନ୍ତି ପୁରସ୍କାର ଦୌଡ଼ରେ ଶୁଭସ୍ମିତା

କେନ୍ଦ୍ରାପଡ଼ା ଅଫିସ,୧୯ା୯: ଆନ୍ତର୍ଜାତିକ ଶିଶୁ ଶାନ୍ତି ପୁରସ୍କାର ଦୌଡ଼ରେ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ପେଣ୍ଠ ପ୍ରୋଜେକ୍ଟ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ଶୁଭସ୍ମିତା ତ୍ରିପାଠୀ ସ୍ଥାନ ପାଇଛନ୍ତି । ଏହି ପୁରସ୍କାର ପାଇଁ ବିଶ୍ୱରୁ ୩୦୦୦ରୁ ଊର୍ଦ୍ଧ୍ୱ ଦରଖାସ୍ତ ଆସିଥିବା ବେଳେ ମୋଟ ୧୧୯ ଜଣ ଦୌଡ଼ରେ ରହିଛନ୍ତି । ଏଥିରେ ଦେଶର ବିଭିନ୍ନ ରାଜ୍ୟରୁ ମୋଟ ୧୦ ଜଣଙ୍କ ନାମ ରହିଥିବା ବେଳେ ଓଡ଼ିିଶାରୁ ଏକମାତ୍ର ପ୍ରାର୍ଥନୀ ଭାବେ ପେଣ୍ଠ ଗ୍ରାମର ଶୁଭସ୍ମିତାଙ୍କ ନାମ ରହିଛି । ଏ ସମ୍ପର୍କରେ ନେଚର୍ସ କ୍ଲବ ସଭାପତି ବିରଜା ପ୍ରସାଦ ପତି କୁହନ୍ତି, ଆନ୍ତର୍ଜାତିକ ସ୍ବେଚ୍ଛାସେବୀ ସଂଗଠନ କିଡ୍‌ସ ରାଇଟ୍ସ୍‌ ପକ୍ଷରୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଏ । ଶିଶୁ ଅଧିକାର ପାଇଁ ଲଢ଼େଇ କରୁଥିବା ଶିଶୁ ପ୍ରତିଭାଙ୍କୁ ଏହି ପୁରସ୍କାର ମିଳୁଥିବା ବେଳେ ଆସନ୍ତା ୩୦ରେ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ପ୍ରତିଭାଙ୍କ ନାମ ଘୋଷଣା ହେବ । ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍କଣ୍ଠା ପ୍ରକାଶ ପାଇଛି। ବିରଜାଙ୍କ କହିବାନୁସାରେ,କେନ୍ଦ୍ରାପଡା ଜିଲାରେ ଶିଶୁ ଅଧିକାର ପାଇଁ ଶୁଭସ୍ମିତାଙ୍କ ଅନେକ ଅବଦାନ ରହିିଛି। ଏହି ଅଞ୍ଚଳରେ ଜୀବନ ଜୀବିକା ନିର୍ବାହ କରିବା କଷ୍ଟସାଧ୍ୟ ହୋଇଥିବା ବେଳେ ଶିଶୁଙ୍କ ପାଠପଢ଼ା ପ୍ରତି ଗୁରୁତ୍ୱ ଦିଆଯାଏ ନାହିଁ। ଏଭଳିସ୍ଥିତିରେ ଶିକ୍ଷା ଦ୍ୱାରା ପରିବାରର ଆର୍ଥିକ ସ୍ଥିତି ଭବିଷ୍ୟତରେ ଉଜ୍ଜ୍ୱଳ ହୋଇପାରିବ ବୋଲି ଭରସା ଦେଇ ଶୁଭସ୍ମିତା ସ୍କୁଲପ୍ରତି ପିଲାଙ୍କ ମନରେ ଆଗ୍ରହ ସୃଷ୍ଟି କରିଥାନ୍ତି। ସେ ନିଜସ୍ବ ଉଦ୍ୟମରେ ଶିକ୍ଷା ପ୍ରତି ବିମୁଖ ଥିବା ୪ ପରିବାରର ଶିଶୁଙ୍କୁ ସ୍କୁଲକୁ ଆଣିବାରେ ସକ୍ଷମ ହୋଇଛନ୍ତି । ସେହିପରି ତାଙ୍କ ଉଦ୍ୟମରେ ୩ ଜଣ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ଅଗ୍ରଗତି ହୋଇଛି । ଏପରି ପ୍ରତିଭା ସମ୍ପର୍କରେ ଜଣାପଡ଼ିିବା ପରେ ଶୁଭସ୍ମିତାଙ୍କ ଜୀବନାଦର୍ଶକୁ ନେଚର୍ସ କ୍ଲବ ପକ୍ଷରୁ ଦିଲ୍ଲୀସ୍ଥିତ ସେଭ୍‌ ଦ ଚିଲଡ୍ରେନ ଅନୁଷ୍ଠାନକୁ ପଠାଯାଇଥିଲା । ଏହାପରେ ଆନ୍ତର୍ଜାତିକ ଶିଶୁ ଶାନ୍ତି ପୁରସ୍କାର ଦୌଡ଼ରେ ଭାରତରୁ ମନୋନୀତ ହୋଇଥିତ୍ବା ୧୦ ଜଣଙ୍କ ମଧ୍ୟରେ ଶୁଭସ୍ମିତା ସ୍ଥାନ ପାଇଥିଲେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri