ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗର ୮ ଗିରଫ

ପୁରୀ ଅଫିସ, ୧୧ା୨: ଗତ କିଛିଦିନ ଧରି ଏକ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ ପୋଲିସର ମୁଣ୍ଡବ୍ୟଥା ବଢାଇ ଦେଇଥିଲା। ଲୁଟେରାମାନଙ୍କୁ ଧରିବାକୁ ପୋଲିସ ଜାଲ ବିଛାଇଥିଲା। ସୋମବାର ପୁରୀ ପୋଲିସ ଏକ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ୮ ସଦସ୍ୟଙ୍କୁ ଗିରଫ କରିଛି। ସେମାନେ ହେଲେ ଯାଜପୁରର ପିଣ୍ଟୁ ଓରଫ ଶୁଭ୍ରଜିତ ପରିଡ଼ା, ଜଗତ୍‌ସିଂହପୁରର ବୁବୁନା ଓରଫ ସୁଶାନ୍ତ ସ୍ବାଇଁ, ହାପି ଓରଫ ରାକେଶ ରାୟ, ବାପୁ ଓରଫ ରାଜେନ୍ଦ୍ର କୁମାର ସ୍ବାଇଁ, ନୟାଗଡ଼ର ବିପିନ ଓରଫ ବିପିନ ପୃଷ୍ଟି, କୋଣାର୍କର ରାଜା ଓରଫ ରାକେଶ ଖୁଣ୍ଟିଆ, ସତ୍ୟବାଦୀର କାହ୍ନା ଓରଫ ଭବାନୀ ଶଙ୍କର ମହାପାତ୍ର ଏବଂ କଟକର ଶିବୁନା ଓରଫ ଜିତେନ୍ଦ୍ର କୁମାର ଖଟୁଆ। ଏମାନଙ୍କଠାରୁ ୩ଟି ଇନୋଭା କାର, ଗୋଟିଏ ଟାଟା ଇଣ୍ଡିଗୋ,୨ଟି ବାଜାଜ୍‌ ପଲସର ବାଇକ୍‌, ଗୋଟିଏ ସୋନି ଏଲଇଡି ଟିଭି, ୮ଟି ମୋବାଇଲ ଫୋନ୍‌, ଇଲେକ୍ଟ୍ରିକାଲ ଯନ୍ତ୍ରପାତି, ଗୋଟିଏ ବନ୍ଧୁକ ଓ ଜୀବନ୍ତ ଗୁଳି ସମେତ ଲକ୍ଷାଧିକ ଟଙ୍କାର ସୁନାରୁପା ଅଳଙ୍କାର ଜବତ କରାଯାଇଛି। ୬ ଗିରଫ ଅଭିଯୁକ୍ତ ପିପିଲି ଥାନାର କେସ୍‌ ନମ୍ବର ୨୪୩/୧୯ ଏବଂ ୧୩/୨୦ ମାମଲାରେ ପୃଥକ ଭାବେ ଜଡ଼ିତ। ଗିରଫ ଅଭିଯୁକ୍ତମାନଙ୍କୁ ବାପୁ ଓ ଶିବୁନା ସହଯୋଗ କରିଥିବା ସୋମବାର ଏସ୍‌ପି ଡ. ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।
ଏସ୍‌ପି କହିଛନ୍ତି ଯେ, ଗିରଫ ଅଭିଯୁକ୍ତଙ୍କୁ ସୋମବାର ଅପରାହ୍ନରେ ପିପିଲି ପୋଲିସକୁ ହସ୍ତାନ୍ତର କରାଯାଇଛି। ମଙ୍ଗଳବାର ସେମାନଙ୍କୁ କୋର୍ଟଚାଲାଣ କରାଯିବ। କୋର୍ଟରେ ହାଜର କରାଯିବା ପରେ ତଥ୍ୟ ହାସଲ ଲାଗି ସେମାନଙ୍କୁ ରିମାଣ୍ଡରେ ଅଣାଯିବ। ଗିରଫ ଅଭିଯୁକ୍ତମାନେ ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, ଜଗତସିଂହପୁର, କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ସମ୍ବଲପୁର ଜିଲା ସମେତ ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ନିଜ କାୟାବିସ୍ତାର କରିଥିଲେ। ଏମାନଙ୍କ ନାମରେ ଓଡ଼ିଶାର ବିଭିନ୍ନ ଥାନା ସମେତ ପଡୋଶୀ ରାଜ୍ୟର ଥାନାରେ ମଧ୍ୟ ମାମଲା ରହିଛି। ଗତ ୨୬.୯.୧୯ରେ ପିପିଲି ଥାନା ଅନ୍ତର୍ଗତ ଦକ୍ଷିଣ ନୂଆଗଁାର ଚନ୍ଦ୍ରଶେଖର ଦାଶ ଅଭିଯୋଗ କରିଥିଲେ ଯେ, କେତେଜଣ ଦୁର୍ବୃତ୍ତ ତାଙ୍କ ଘର ଗ୍ରୀଲ ତାଡ଼ି ଘରେ ପଶିି ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ନଗଦ ୯୪ହଜାର ଟଙ୍କା ଲୁଟି ନେଇଥିଲେ। ଏ ନେଇ ଥାନାରେ ଆଇପିସି ଦଫା ୪୫୭, ୩୮୦ରେ କେସ୍‌ ନଂ. ୨୪୩ ରୁଜୁ ହୋଇଥିଲା। ସେହିପରି ମଙ୍ଗଳପୁରର ରଞ୍ଜନା ବିଶ୍ୱାଳ ଅଭିଯୋଗ କରିଥିଲେ ଯେ, ଗତ ଜାନୁୟାରୀ ୧୯ ତାରିଖ ସନ୍ଧ୍ୟା ୬ଟାରେ ୩ଜଣ ଦୁର୍ବୃତ୍ତ ତାଙ୍କ କବାଟ ବାଡ଼େଇଥିଲେ। କବାଟ ଖୋଲିବା ମାତ୍ରେ ଘରେ ପଶିିି ବନ୍ଧୁକ ଦେଖାଇ ୨ଟି ସୁନାଚେନ ଏବଂ ନଗଦ ୪୦ହଜାର ଟଙ୍କା ଲୁଟି ନେଇଥିଲେ। ଏ ନେଇ ଥାନାରେ ଆଇପିସି ଦଫା ୪୫୭, ୩୯୪,୨୫ ଓ ୨୭ ଆମର୍‌ସ ଆକ୍ଟରେ କେସ୍‌ ନମ୍ବର ୧୩/୨୦ ରୁଜୁ ହୋଇଥିଲା। ଏଭଳି ଅଭିଯୋଗ ମିଳିବା ପରେ ଏସ୍‌ପିଙ୍କ ନେତୃତ୍ୱରେ ପୋଲିସ ବିଭିନ୍ନ ସ୍ଥାନରେ ତଦନ୍ତ ଜାରି ରଖିଥିଲା। ଏମାନେ ବନ୍ଦ ଘରକୁ ଟାର୍ଗେଟ କରିଥାନ୍ତି। ନିକଟରେ ରାତ୍ର ପାଟ୍ରୋଲିଂ ବେଳେ ଜଣେ ଅଭିଯୁକ୍ତଙ୍କୁ ପୁରୀ ପୋଲିସ ଧରିଥିଲା। ତାଙ୍କୁ ପଚରାଉଚୁରା ବେଳେ ସେମାନେ ବିଭିନ୍ନ ଥାନା ଅଞ୍ଚଳରେ ଘଟିଥିବା ଚୋରିରେ ସମ୍ପୃକ୍ତ ଥିବା ସ୍ବୀକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri