ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗର ୮ ଗିରଫ

ପୁରୀ ଅଫିସ, ୧୧ା୨: ଗତ କିଛିଦିନ ଧରି ଏକ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ ପୋଲିସର ମୁଣ୍ଡବ୍ୟଥା ବଢାଇ ଦେଇଥିଲା। ଲୁଟେରାମାନଙ୍କୁ ଧରିବାକୁ ପୋଲିସ ଜାଲ ବିଛାଇଥିଲା। ସୋମବାର ପୁରୀ ପୋଲିସ ଏକ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ୮ ସଦସ୍ୟଙ୍କୁ ଗିରଫ କରିଛି। ସେମାନେ ହେଲେ ଯାଜପୁରର ପିଣ୍ଟୁ ଓରଫ ଶୁଭ୍ରଜିତ ପରିଡ଼ା, ଜଗତ୍‌ସିଂହପୁରର ବୁବୁନା ଓରଫ ସୁଶାନ୍ତ ସ୍ବାଇଁ, ହାପି ଓରଫ ରାକେଶ ରାୟ, ବାପୁ ଓରଫ ରାଜେନ୍ଦ୍ର କୁମାର ସ୍ବାଇଁ, ନୟାଗଡ଼ର ବିପିନ ଓରଫ ବିପିନ ପୃଷ୍ଟି, କୋଣାର୍କର ରାଜା ଓରଫ ରାକେଶ ଖୁଣ୍ଟିଆ, ସତ୍ୟବାଦୀର କାହ୍ନା ଓରଫ ଭବାନୀ ଶଙ୍କର ମହାପାତ୍ର ଏବଂ କଟକର ଶିବୁନା ଓରଫ ଜିତେନ୍ଦ୍ର କୁମାର ଖଟୁଆ। ଏମାନଙ୍କଠାରୁ ୩ଟି ଇନୋଭା କାର, ଗୋଟିଏ ଟାଟା ଇଣ୍ଡିଗୋ,୨ଟି ବାଜାଜ୍‌ ପଲସର ବାଇକ୍‌, ଗୋଟିଏ ସୋନି ଏଲଇଡି ଟିଭି, ୮ଟି ମୋବାଇଲ ଫୋନ୍‌, ଇଲେକ୍ଟ୍ରିକାଲ ଯନ୍ତ୍ରପାତି, ଗୋଟିଏ ବନ୍ଧୁକ ଓ ଜୀବନ୍ତ ଗୁଳି ସମେତ ଲକ୍ଷାଧିକ ଟଙ୍କାର ସୁନାରୁପା ଅଳଙ୍କାର ଜବତ କରାଯାଇଛି। ୬ ଗିରଫ ଅଭିଯୁକ୍ତ ପିପିଲି ଥାନାର କେସ୍‌ ନମ୍ବର ୨୪୩/୧୯ ଏବଂ ୧୩/୨୦ ମାମଲାରେ ପୃଥକ ଭାବେ ଜଡ଼ିତ। ଗିରଫ ଅଭିଯୁକ୍ତମାନଙ୍କୁ ବାପୁ ଓ ଶିବୁନା ସହଯୋଗ କରିଥିବା ସୋମବାର ଏସ୍‌ପି ଡ. ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।
ଏସ୍‌ପି କହିଛନ୍ତି ଯେ, ଗିରଫ ଅଭିଯୁକ୍ତଙ୍କୁ ସୋମବାର ଅପରାହ୍ନରେ ପିପିଲି ପୋଲିସକୁ ହସ୍ତାନ୍ତର କରାଯାଇଛି। ମଙ୍ଗଳବାର ସେମାନଙ୍କୁ କୋର୍ଟଚାଲାଣ କରାଯିବ। କୋର୍ଟରେ ହାଜର କରାଯିବା ପରେ ତଥ୍ୟ ହାସଲ ଲାଗି ସେମାନଙ୍କୁ ରିମାଣ୍ଡରେ ଅଣାଯିବ। ଗିରଫ ଅଭିଯୁକ୍ତମାନେ ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, ଜଗତସିଂହପୁର, କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ସମ୍ବଲପୁର ଜିଲା ସମେତ ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ନିଜ କାୟାବିସ୍ତାର କରିଥିଲେ। ଏମାନଙ୍କ ନାମରେ ଓଡ଼ିଶାର ବିଭିନ୍ନ ଥାନା ସମେତ ପଡୋଶୀ ରାଜ୍ୟର ଥାନାରେ ମଧ୍ୟ ମାମଲା ରହିଛି। ଗତ ୨୬.୯.୧୯ରେ ପିପିଲି ଥାନା ଅନ୍ତର୍ଗତ ଦକ୍ଷିଣ ନୂଆଗଁାର ଚନ୍ଦ୍ରଶେଖର ଦାଶ ଅଭିଯୋଗ କରିଥିଲେ ଯେ, କେତେଜଣ ଦୁର୍ବୃତ୍ତ ତାଙ୍କ ଘର ଗ୍ରୀଲ ତାଡ଼ି ଘରେ ପଶିି ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ନଗଦ ୯୪ହଜାର ଟଙ୍କା ଲୁଟି ନେଇଥିଲେ। ଏ ନେଇ ଥାନାରେ ଆଇପିସି ଦଫା ୪୫୭, ୩୮୦ରେ କେସ୍‌ ନଂ. ୨୪୩ ରୁଜୁ ହୋଇଥିଲା। ସେହିପରି ମଙ୍ଗଳପୁରର ରଞ୍ଜନା ବିଶ୍ୱାଳ ଅଭିଯୋଗ କରିଥିଲେ ଯେ, ଗତ ଜାନୁୟାରୀ ୧୯ ତାରିଖ ସନ୍ଧ୍ୟା ୬ଟାରେ ୩ଜଣ ଦୁର୍ବୃତ୍ତ ତାଙ୍କ କବାଟ ବାଡ଼େଇଥିଲେ। କବାଟ ଖୋଲିବା ମାତ୍ରେ ଘରେ ପଶିିି ବନ୍ଧୁକ ଦେଖାଇ ୨ଟି ସୁନାଚେନ ଏବଂ ନଗଦ ୪୦ହଜାର ଟଙ୍କା ଲୁଟି ନେଇଥିଲେ। ଏ ନେଇ ଥାନାରେ ଆଇପିସି ଦଫା ୪୫୭, ୩୯୪,୨୫ ଓ ୨୭ ଆମର୍‌ସ ଆକ୍ଟରେ କେସ୍‌ ନମ୍ବର ୧୩/୨୦ ରୁଜୁ ହୋଇଥିଲା। ଏଭଳି ଅଭିଯୋଗ ମିଳିବା ପରେ ଏସ୍‌ପିଙ୍କ ନେତୃତ୍ୱରେ ପୋଲିସ ବିଭିନ୍ନ ସ୍ଥାନରେ ତଦନ୍ତ ଜାରି ରଖିଥିଲା। ଏମାନେ ବନ୍ଦ ଘରକୁ ଟାର୍ଗେଟ କରିଥାନ୍ତି। ନିକଟରେ ରାତ୍ର ପାଟ୍ରୋଲିଂ ବେଳେ ଜଣେ ଅଭିଯୁକ୍ତଙ୍କୁ ପୁରୀ ପୋଲିସ ଧରିଥିଲା। ତାଙ୍କୁ ପଚରାଉଚୁରା ବେଳେ ସେମାନେ ବିଭିନ୍ନ ଥାନା ଅଞ୍ଚଳରେ ଘଟିଥିବା ଚୋରିରେ ସମ୍ପୃକ୍ତ ଥିବା ସ୍ବୀକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅବନୀତଙ୍କ ଗ୍ଲାମରସ୍‌ ଲୁକ୍‌କୁ ନେଇ ଉଠିଲା ପ୍ରଶ୍ନ

ଅଭିନେତ୍ରୀ ଅବନୀତ କୌର ଯେତିକି ଗ୍ଲାମରସ୍‌ ସେତିକି ଚର୍ଚ୍ଚିତ ମଧ୍ୟ। ନିଜ ଚମକଦାର ଲୁକ ପାଇଁ ପ୍ରାୟତଃ ପ୍ରଶଂସା ସାଉଁଟନ୍ତି। ନିକଟରେ ସେ ତାହା ତ୍ୱଚାରେ ବୋଟକ୍ସ…

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ସର୍ବନିମ୍ନ ମୌଳିକ ଦରମା…

ନୂଆଦିଲ୍ଲୀ,୧୫।୪: ଅଷ୍ଟମ ବେତନ କମିଶନକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ବେତନ କମିଶନର ସରକାରୀ ୱେବସାଇଟ ମଧ୍ୟ ବିଭିନ୍ନ ସହରର ଅଂଶୀଦାରମାନଙ୍କ ସହିତ ଆଲୋଚନା ପାଇଁ ଏକ…

ଗଜପତି ପାଇଁ ଗୌରବ ଆଣିଲେ ଯାଜ୍ଞସେନୀ: ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ମୁଖ୍ୟମନ୍ତ୍ରୀଙ୍କଠୁ ପାଇଲେ ପୁରସ୍କାର

ମୋହନା,୧୫।୪( ମନ୍ମଥ ମିଶ୍ର ): ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାର ପକ୍ଷରୁ ଓଡ଼ିଆ ସାହିତ୍ୟ ପକ୍ଷ ୨୦୨୬ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ…

ଆଇନଜୀବୀଙ୍କ ମସ୍ତିଷ୍କରେ ବିରଳ ଅସ୍ତ୍ରୋପଚାର ସଫଳ: ମୁଣ୍ଡରୁ ବାହାରିଲା ୩ ଶହ ଗ୍ରାମର ଓଜନର…ଡାକ୍ତର ଆଶ୍ଚର୍ଯ୍ୟ

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ର ଜଣାଶୁଣା ଆଇନଜୀବୀ ତଥା ଖେମୁଣ୍ଡି ଓକିଲ ସଂଘର ପୂର୍ବତନ ସଭାପତି ହରପ୍ରସାଦ ରଥଙ୍କ ମସ୍ତିଷ୍କରେ ଟ୍ୟୁମର ହୋଇଥିବାରୁ…

କିଏ ହେବ ଆଶା ଭୋସଲେଙ୍କ ସମ୍ପତ୍ତିର ଉତ୍ତରଧିକାରୀ? ୟାଙ୍କୁ ମିଳିବ କୋଟି କୋଟି ଟଙ୍କାର ସମ୍ପତ୍ତି…

ମୁମ୍ୱାଇ: ବଲିଉଡର ପ୍ରସିଦ୍ଧ ଗାୟିକା ଆଶା ଭୋସଲେ ଆଉ ଆମ ମଧ୍ୟରେ ନାହାନ୍ତି। ଆଠ ଦଶନ୍ଧି ଧରି ହିନ୍ଦୀ ସିନେମାକୁ ତାଙ୍କର ସୁମଧୁର କଣ୍ଠସୱରରେ ସୁନ୍ଦର କରିଥିବା…

ଯୁଦ୍ଧରେ ଇରାନ ବିପର୍ଯ୍ୟସ୍ତ: ଏହି ୫ ଉପସାଗରୀୟ ଦେଶଠାରୁ ଦାବି କଲା କ୍ଷତିପୂରଣ

ତେହରାନ୍‌,୧୫।୪: ପାଞ୍ଚଟି ଉପସାଗରୀୟ ଦେଶ ବିରୁଦ୍ଧରେ  ଇରାନ ଗମ୍ଭୀର ଅଭିଯୋଗ ଆଣିଛି। ଇରାନ ଦାବି କରିଛି ଯେ ଆମେରିକା ଏବଂ ଇସ୍ରାଏଲ ଦ୍ୱାରା ଫେବୃଆରୀ ୨୮ରେ ହୋଇଥିବା…

ଏକର ପ୍ରତି ଏତେ କୋଟି ଟଙ୍କା ଦାବି କଲେ ଗ୍ରାମବାସୀ, ଶୁଣିକି ଆଶ୍ଚର୍ଯ୍ୟ ହୋଇଗଲେ…

ପାଟଣା,୧୫।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ମେଗାଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ସକାଳ ୯ଟାରେ ଚେମଣା ପଞ୍ଚାୟତ ବଳିଆ ପଶି…

ରାଘବ ଚଢାଙ୍କୁ ପୁଣି ଆଉ ଏକ ଝଟ୍‌କା, ପଞ୍ଜାବ ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୫।୪: ଆମ ଆଦମୀ ପାର୍ଟି ନେତା ଏବଂ ରାଜ୍ୟ ସଭାର ଉପନେତା ଅଶୋକ ମିତ୍ତଲଙ୍କ ଘର ଏବଂ କାର୍ଯ୍ୟାଳୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଚଢାଉ ମଧ୍ୟରେ, ପଞ୍ଜାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri