ଆନ୍ତଃରାଜ୍ୟ ନିଶା ବ୍ୟବସାୟୀ ଗିରଫ

କଟକ ରୋଡ,୨।୭(ଡି.ଏନ୍‌.ଏ.):
ସ୍ମାର୍ଟସିଟିରେ ବେଧଡକ ଚାଲିଛି ନିଶା କାରବାର। ଜ୍ୱାଇଁଙ୍କ ଭଡାଘରେ ରହି ଶ୍ୱଶୁର ନିଶାଦ୍ରବ୍ୟ ଚାଲାଣ କରୁଥିବା ଅଭିଯୋଗରେ ସୋମବାର ଭୁବନେଶ୍ୱର ମୋବାଇଲ ସ୍କ୍ବାଡ ଓ ଖୋର୍ଦ୍ଧା ଜିଲା ଅବକାରୀ ଟିମ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ବାଲେଶ୍ୱର ଜିଲା ରେମୁଣା ଥାନା ଅଧୀନ ମେନ୍ଦ୍ରା ଗ୍ରାମର ସୁବଳ ସାମନ୍ତରାୟ। ତାଙ୍କଠାରୁ ୫କୁଇଣ୍ଟାଲ ୪୧କେଜି ଗଞ୍ଜେଇ ଜବତ ହୋଇଛି। ଜବତ ଗଞ୍ଜେଇର ମୂଲ୍ୟ ୨୭ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଅବକାରୀ ମୋବାଇଲ ସ୍କ୍ବାଡ ଇନ୍‌ସପେକ୍ଟର ପ୍ରଭାତ କୁମାର ସେଠୀ କହିଛନ୍ତି।
ସୂଚନା ଅନୁଯାୟୀ, ଗତ ପ୍ରାୟ ୨ବର୍ଷ ଧରି ସୁବଳଙ୍କ ଝିଅ ଓ ଜ୍ୱାଇଁ ଖଣ୍ଡଗିରି ଥାନା ଅଧୀନ କୋଳଥିଆ ଅଞ୍ଚଳରେ ୧୦ହଜାର ଟଙ୍କା ଭଡାରେ ଏକ ଘର ନେଇଥିଲେ। ଜ୍ୱାଇଁଙ୍କ ଏକ ଫଟୋ ଷ୍ଟୁଡିଓ ଆଗ୍ରାରେ ଥିବାବେଳେ ଝିଅଙ୍କ ସହ ସୁବଳ ରୁହନ୍ତି। ଗଜପତି ଜିଲା ଅଡବା ଥାନା ଅଞ୍ଚଳରୁ ସେ ଗଞ୍ଜେଇ ଆଣି ଭଡାଘରେ ଗଚ୍ଛିତ ରଖିବା ସହ ଆନ୍ଧ୍ର, ଗୁଜରାଟ, କୋଲକାତା ଓ ଦିଲ୍ଲୀ ଅଞ୍ଚଳକୁ ଏକ ସ୍ବତନ୍ତ୍ର ଗ୍ୟାଙ୍ଗ ମାଧ୍ୟମରେ ଯୋଗାଇଥାନ୍ତି। ଗଜପତି ଅଞ୍ଚଳରୁ ବସ୍‌ ଯୋଗେ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ପହଞ୍ଚିବା ପରେ ବିଭିନ୍ନ ଗାଡି ମାଧ୍ୟମରେ କୋଳଥିଆ ଭଡାଘରେ ପହଞ୍ଚାଇଥାଆନ୍ତି ବୋଲି ସୁବଳ ଅବକାରୀ ଅଧିକାରୀଙ୍କ ନିକଟରେ ସ୍ବୀକାର କରିଛନ୍ତି। ପ୍ରାୟ ୧୫ଶହ ଟଙ୍କାରେ ଗଞ୍ଜେଇ କିଣି ଏହାକୁ ରାଜ୍ୟ ବାହାରେ ୫ହଜାର ଟଙ୍କା (କେଜି)ରେ ବିକ୍ରି କରନ୍ତି। ଅନ୍ୟପକ୍ଷେ ସୂଚନା ମିଳିବା ପରେ ରବିବାର ରାତିରେ ସୁବଳଙ୍କୁ ଧରିବା ପାଇଁ ଅବକାରୀ ବିଭାଗ ଯୋଜନା ପ୍ରସ୍ତୁତି କରିଥିଲା। ତାଙ୍କ ଘର ନିକଟରେ ଜଗି ରହିବା ସହ ସୋମବାର ସକାଳ ପ୍ରାୟ ୮ଟାରେ ଅତର୍କିତ ଚଢ଼ାଉ ପରେ ସୁବଳ ଧରାପଡିବା ସହ ଗଞ୍ଜେଇ ତାଙ୍କ ଘରୁ ମିଳିଥିଲା। ଏକାଧିକ ଟ୍ରଙ୍କରେ ପ୍ୟାକେଟ କରି ସେ ଗଞ୍ଜେଇ ରଖିଥିଲେ। ପ୍ରତିଦିନ ସନ୍ଧ୍ୟାରେ କୋଲକାତା ତଥା ବାହାର ଅଞ୍ଚଳକୁ ଯାତ୍ରୀବାହୀ ବସରେ ଗଞ୍ଜେଇ ପଠାନ୍ତି ବୋଲି ଅବକାରୀ ସବ୍‌ଇନ୍‌ସପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତ କହିଛନ୍ତି। ୧ବର୍ଷ ପୂର୍ବେ ସୁବଳଙ୍କ ଭଡାଘର ନିକଟକୁ ଆସିଥିବା ଜଣେ ଯୁବକଙ୍କୁ ଖଣ୍ଡଗିରି ପୋଲିସ ଧରିଥିଲା। ଏନେଇ ପୋଲିସ କୌଣସି ପଚରାଉଚରା କରିନାହିଁ ବୋଲି ସୁବଳ ଗଣମାଧ୍ୟମରେ କହିଛନ୍ତି। ଏନେଇ ଅବକାରୀ କାର୍ଯ୍ୟାଳୟରେ ମାମଲା (ନଂ. ୩୯/୨୦୧୯-୨୦୨୦)ରୁଜୁ ହୋଇଛି। ଏନେଇ ଖୋର୍ଦ୍ଧା ଜିଲା ଅବକାରୀ ଅଧୀକ୍ଷକ ପ୍ରସନ୍ନ କୁମାର ଆଚାର୍ଯ୍ୟ କୁହନ୍ତି, ଘର ମାଲିକଙ୍କୁ ନୋଟିସ ଦିଆଯିବା ସହ ଅଧିକ ତଦନ୍ତ ପାଇଁ ୨ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri