ଆନ୍ତଃରାଜ୍ୟ ଟେନିସ୍‌ କ୍ରିକେଟ: ଶ୍ରୀକାକୁଲମ୍‌ ଚାମ୍ପିୟନ

ବ୍ରହ୍ମପୁର ଅଫିସ୍‌,୧୩ା୧-ସ୍ଥାନୀୟ ଗୋଷାଣୀନୂଆଗଁା କେସି ହାଇସ୍କୁଲ ପଡିଆରେ କେସି ଏକାଦଶ କ୍ରିକେଟ ବ୍ଲକ ଆନୁକୂଲ୍ୟରେ ଆନ୍ତଃ ରାଜ୍ୟ ଟେନିସ ବଲ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅବସରପ୍ରାପ୍ତ ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ, ଅନ୍ୟ ଅତିଥିଙ୍କ ମଧ୍ୟରେ ବିଜେଡି ଡିଷ୍ଟ୍ରିକ୍ଟ ଭାଇସ୍‌ ପ୍ରେସିଡେଣ୍ଟ ସଞ୍ଜିିତ ପାଣିଗ୍ରାହୀ, ଅମିୟ ଦାଶ, ଗୋବିନ୍ଦ ପାଢ଼ୀ, ବୁଦ୍ଧିଆ ସାହୁ, ପ୍ରମୋଦ ଚୌଧୁରୀ, କୈଳାସ ଚୌଧୁରୀ, ଜଗନ୍ନାଥ ସାହୁ, ବିଜୟ କୁମାର ପଟ୍ଟନାୟକ, ଏନ.ତ୍ରିିପତି ପାତ୍ର, ନୟନ ଆଚାର୍ଯ୍ୟ, ଡ.ଅସୀମ ଅମିତାଭ ପଟ୍ଟନାୟକ, ନୀଳମାଧବ ବେହେରା, ସନ୍ତୋଷ ପାଢ଼ୀ ଓ ପ୍ରଦୀପ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଫାଇନାଲ ମ୍ୟାଚ ଶ୍ରୀକାକୁଲମ ଏଫସିସି ବନାମ ଆଜାଦ ସ୍ପୋର୍ଟିଂ ବ୍ଲକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଶ୍ରୀକାକୁଲମ ଦଳ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ ୧୫ ଓଭର ମ୍ୟାଚ ଖେଳି ୬ ଉଇକେଟ ବିନିମୟରେ ୨୩୨ ରନ କରିଥିଲା। ଦଳପକ୍ଷରୁ ସାଇ ୨୨ ବଲ ଖେଳି ୬୪ ରନ ଓ ସନ୍ତୁ ୨୦ ବଲ ଖେଳି ୫୩ ରନ କରିଥିଲେ । ଆଜାଦ ସ୍ପୋର୍ଟିଂ ତରଫରୁ ସୁନୀଲ ପାଣିଗ୍ରାହୀ ଓ ମନୋଜ ଚୌଧୁରୀ ଦୁଇଟି ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ଆଜାଦ ସ୍ପୋର୍ଟିଂ କ୍ଲବ ୧୦ ଓଭର ଖେଳି ସମସ୍ତ ଉଇକେଟ ହରାଇ ୬୦ ରନ କରିଥିଲା । ଦଳପକ୍ଷରୁ ସୁନୀଲ ୬ ବଲ ଖେଳି ୧୬ ରନ କରିଥିଲେ ।
ଶ୍ରୀକାକୁଲମ ତରଫରୁ ବୋଲିଂରେ ସୋନୁ ୨ ଓଭରରେ ୯ ରନ ଦେଇ ୪ ଉଇକେଟ ଅକ୍ତିଆର କରିଥିଲେ। ଏହି ମ୍ୟାଚକୁ ଶ୍ରୀକାକୁଲମ ଦଳ ୧୭୨ ରନ ଜିତି ନେଇଥିଲା। ଡି.ରଜନୀକାନ୍ତ ରେଡ୍ଡୀ ଓ ପ୍ରସନ୍ନ ପାଢ଼ୀ ମ୍ୟାଚ୍‌ ପରିଚାଳନା କରିଥିଲେ। ସ୍କୋରର ଭାବେ ସୂର୍ଯ୍ୟନାରାୟଣ ପରିଡା ସହଯୋଗ କରିଥିଲେ। ମ୍ୟାନ ଅଫ ଦି ମ୍ୟାଚ ଭାବେ ଓ ମ୍ୟାନ ଅଫ ଦି ସିରିଜ ଭାବେ ଶ୍ରୀକାକୁଲମର ସାଇ ବେଷ୍ଟ ବୋଲର, ଶ୍ରୀକାକୁଲମର ସୋନୁ, ବେଷ୍ଟ ବ୍ୟାଟ୍ସମ୍ୟାନ ଓ ଆଜାଦ ଟିମର ସୁନୀଲ ପାଣିଗ୍ରାହୀଙ୍କୁ ମନୋନୀତ କରାଯାଇଥିଲା । ବିଜେତା ଟିମ୍‌କୁ ଟ୍ରଫି ସହ ୩୦ ହଜାର ଟଙ୍କା ଓ ରନର୍ସ ଟିମ୍‌କୁ ଟ୍ରଫି ସହ ୨୦ ହଜାର ଟଙ୍କା ବ୍ରହ୍ମପୁର ବିଧାୟକ ପଣ୍ଡା ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri