Posted inଜାତୀୟ

ଆଧାର ସଂଶୋଧନ ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ

ନୂଆଦିଲ୍ଲୀ,୯ା୭(ପି.ଟି.): ଆଧାର ସଂଶୋଧନ ବିଲ୍‌ ସୋମବାର ପାର୍ଲାମେଣ୍ଟରେ ଗୃହୀତ ହୋଇଛି। ଫଳରେ ଜଣେ ଚାହିଁଲେ ବ୍ୟାଙ୍କ ଖାତା ଖୋଲିବା ଏବଂ ମୋବାଇଲ ସିମ୍‌ କାର୍ଡ କିଣିବାରେ ଆଧାରକୁ ପରିଚୟ ପ୍ରମାଣ ଭାବେ ବ୍ୟବହାର କରିପାରିବେ। ଆଧାର ଓ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ୍‌,୨୦୧୯ ରାଜ୍ୟ ସଭାରେ ବାଚନିକ ଭୋଟରେ ଗୃହୀତ ହୋଇଛି। ୪ ତାରିଖରେ ଏହା ଲୋକ ସଭାର ଅନୁମୋଦନ ଲାଭ କରିଥିଲା। ତେବେ ଆଧାର ତଥ୍ୟ ସମ୍ପର୍କିତ ବ୍ୟବସ୍ଥାର ଉଲ୍ଲଂଘନ କଲେ ସମ୍ପୃକ୍ତ ଘରୋଇ ସଂସ୍ଥାକୁ ୧ କୋଟି ଟଙ୍କା ଜରିମାନା ସହ ଜେଲଦଣ୍ଡ ଭୋଗିବାକୁ ପଡିବ। ଜୁନ୍‌ ୨୪ରେ ଉକ୍ତ ବିଲ୍‌କୁ ଲୋକ ସଭାରେ ଆଗତ କରାଯାଇଥିଲା।
ଲୋକ ସଭାରେ ସୋମବାର ଖାଉଟି ସୁରକ୍ଷା ବିଲ୍‌ ସମେତ ୬ଟି ବିଧେୟକ ଆଗତ ହୋଇଛି। ଖାଉଟିମାନଙ୍କ ଅଧିକାରକୁ ସୁଦୃଢ଼ କରିବା ସହ ଦ୍ରବ୍ୟ ଓ ସେବା ପ୍ରଦାନ କ୍ଷେତ୍ରରେ ରହୁଥିବା ତ୍ରୁଟି ଦୂର ଲାଗି ବ୍ୟବସ୍ଥା କରିବାକୁ ଖାଉଟି ସୁରକ୍ଷା ବିଲ୍‌ ଅଣାଯାଇଛି। ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାସ ପାଶ୍ୱାନ ବିଲ୍‌ ଆଗତ କରିଥିଲେ। ଗତ ଡିସେମ୍ବରରେ ଉକ୍ତ ବିଲ୍‌ ଲୋକ ସଭାରେ ଗୃହୀତ ହୋଇଥିଲେ ହେଁ ରାଜ୍ୟ ସଭାର ଅନୁମୋଦନ ଲାଭ କରି ନ ପାରିବାରୁ ରଦ୍ଦ ହୋଇଯାଇଥିଲା।
ଏହାବ୍ୟତୀତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)କୁ ଅଧିକ କ୍ଷମତା ଦେବା ପାଇଁ ସରକାର ଏନ୍‌ଆଇଏ ଆଇନରେ ସଂଶୋଧନ ଲାଗି ଏକ ବିଲ୍‌ ଆଣିଛନ୍ତି। ଭାରତୀୟଙ୍କୁ ଏବଂ ବିଦେଶରେ ଥିବା ଭାରତର ସ୍ବାର୍ଥକୁ ଟାର୍ଗେଟ କରୁଥିବା ଆତଙ୍କବାଦୀ ସଂଗଠନ ବିରୋଧରେ ଏନ୍‌ଆଇଏ ତଦନ୍ତ କରିଥାଏ। ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଜି. କିଶନ ରେଡ୍ଡୀ ଏନ୍‌ଆଇଏ (ସଂଶୋଧନ) ବିଲ୍‌, ୨୦୧୯ ଆଗତ କରିଥିଲେ। ବିଲ୍‌ରେ ଏନ୍‌ଆଇଏକୁ ସାଇବର ଅପରାଧ ଏବଂ ମାନବ ଚାଲାଣ ଘଟଣାର ତଦନ୍ତ କ୍ଷମତା ପ୍ରଦାନ କରାଯାଇଛି। ସେହିପରି ସୋମବାର ବେଆଇନ କାର୍ଯ୍ୟକଳାପ ନିରାକରଣ ଆଇନରେ ସଂଶୋଧନ ଲାଗି ଏକ ବିଲ୍‌ ଲୋକ ସଭାରେ ଆଗତ ହୋଇଛି। ଏହା ଆଇନରେ ପରିଣତ ହେଲେ ଆତଙ୍କବାଦ ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇପାରିବ। ଆର୍‌ଏସ୍‌ପି ଏମ୍‌ପି ଏନ୍‌.କେ. ପ୍ରେମଚନ୍ଦ୍ରନ୍‌ ଉକ୍ତ ବିଲ୍‌କୁ ବିରୋଧ କରିଥିଲେ। ଆତଙ୍କବାଦ ଦମନ ନାଁରେ ବ୍ୟକ୍ତିର ମୌଳିକ ଅଧିକାରକୁ କ୍ଷୁଣ୍ଣ କରାଯାଇପାରିବ ନାହିଁ ବୋଲି ସେ କହିଥିଲେ।
ଅନ୍ୟାନ୍ୟ ବିଲ୍‌ ମଧ୍ୟରେ ସରକାରୀ ବାସଭବନକୁ ବେଆଇନ ଭାବେ ମାଡ଼ିବସିଥିବା ଲୋକଙ୍କୁ ବାହାର କରିବା ପାଇଁ ଏକ ବିଧେୟକ ଅଣାଯାଇଛି। ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ ସିଂ ପୁରି ସରକାରୀ ବାସଭବନ (ବେଆଇନ ଦଖଲକାରୀଙ୍କୁ ଖାଲି କରିବା) ସଂଶୋଧନ ବିଲ୍‌, ୨୦୧୯ ଆଗତ କରିଥିଲେ। ଏହା ବ୍ୟତୀତ ଜାଲିଆନାଓ୍ବାଲା ବାଗ୍‌ ଜାତୀୟ ସ୍ମାରକୀର ପରିଚାଳନା କରୁଥିବା ଟ୍ରଷ୍ଟର ସ୍ଥାୟୀ ସଦସ୍ୟ ପଦରୁ କଂଗ୍ରେସ ଅଧ୍ୟକ୍ଷଙ୍କୁ ବାଦ୍‌ ଦେଇ ଏହାକୁ ଅଣରାଜନୈତିକ କରିବା ଲାଗି ଲୋକ ସଭାରେ ବିଲ୍‌ ଆଗତ ହୋଇଛି। ସେହିପରି ବ୍ୟକ୍ତି ଚିହ୍ନଟ ଲାଗି ବ୍ୟବହୃତ ଡିଏନ୍‌ଏ ପ୍ରଯୁକ୍ତିର ନିୟନ୍ତ୍ରଣ ଲାଗି ସରକାର ଏକ ବିଲ୍‌ ଆଣିଛନ୍ତି। ବିରୋଧୀ ସଦସ୍ୟମାନେ ଡିଏନ୍‌ଏ ପ୍ରଯୁକ୍ତି ନିୟାମକ ବିଲ୍‌ର ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଗତ ଜାନୁୟାରୀରେ ଏହି ବିଲ୍‌ ଲୋକ ସଭାରେ ଗୃହୀତ ହୋଇଥିଲେ ହେଁ ରାଜ୍ୟ ସଭାରେ ଅନୁମୋଦନ ହୋଇପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri