ଆଦିବାସୀ ହସ୍ତଶିଳ୍ପ କଳାର ବଢୁଛି ଆଦୃତି

ବାଲେଶ୍ୱର ଅଫିସ, ୨।୩ (ମାନସ ବିଶ୍ୱାଳ)-ଜଙ୍ଗଲ ସହିତ ଆଦିବାସୀଙ୍କ ସଂସ୍କୃତି, ଜୀବନଜୀବିକା ଜଡ଼ିତ। ବନଜାତ ସାମଗ୍ରୀକୁ ନେଇ ସେମାନେ ସୁନ୍ଦର ହସ୍ତକଳା ପ୍ରଦର୍ଶନ କରି ଆସୁଛନ୍ତି। ଏହି ପୁରାତନ କଳାର ନବୀକରଣ ପରେ ସବୁଠି ବଢିଛି ଏହାର ଆଦୃତି ଓ ମହକ। ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ବସବାସ କରୁଥିବା ଭୂମିଜ ଆଦିବାସୀ ଶିଆଳି, ଖଜୁରି ଓ ଅନ୍ୟ ବନଜାତ ଦ୍ରବ୍ୟରୁ ଆକର୍ଷଣୀୟ ସାମଗ୍ରୀ ପ୍ରସ୍ତୁତ କରି ଏବେ ଦେଶବିଦେଶରେ ସ୍ବତନ୍ତ୍ର ପରିଚୟ ଲାଭ କରିଛନ୍ତି। ସୃଷ୍ଟି କରିଛି ଏକ ନୂଆ ଗ୍ରାହକ ବଜାର।
ମହିଷାପଟା ପଞ୍ଚାୟତ ଶାଳବଣି ଗ୍ରାମର ଭୂମିଜ ଜନଜାତିର ପ୍ରମୋଦ ସିଂ, ରାଣୀ ସିଂ, ଗୋଲକ ସିଂ ଶିଆଳି ଟୋପି ଓ ଖଜୁରି ପତ୍ରରେ ବିଭିନ୍ନ ଆକର୍ଷଣୀୟ ସାମଗ୍ରୀ ତିଆରି କରି ନୀଳଗିରିର ସମନ୍ବିତ ଜନଜାତି ବିକାଶ ସଂସ୍ଥା ଓ ‘ବଣ ଧୂଳିର ଫୁଲ’ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହଯୋଗରେ ଭୁବନେଶ୍ୱରେ ଆୟୋଜିତ ଆଦିବାସୀ ମେଳାରେ ପ୍ରଦର୍ଶନ କରିଥିଲେ। ମେଳାକୁ ବୁଲି ଆସିଥିବା ଦେଖଣାହାରୀଙ୍କଠାରୁ ଆରମ୍ଭ କରି ଅତିଥିମାନେ ଉକ୍ତ କଳାକୃତିକୁ ପସନ୍ଦ କରିବା ସହ ନିଜେ ବ୍ୟବହାର କରିଥିବା ଦେଖିବାକୁ ମିଳିଥିଲା। ଏପରିକି ବଣରେ ପଡ଼ି ନଷ୍ଟ ହୋଇଯାଉଥିବା ସାମଗ୍ରୀଗୁଡ଼ିକୁ ବ୍ୟବହାର କରି ତିଆରି କରାଯାଇଥିବା ହସ୍ତ କଳାକୃତିଗୁଡ଼ିକର ଭଲ ବ୍ୟବସାୟ ମଧ୍ୟ ହୋଇଥିଲା। ଗୋଟିଏ ଦିନରେ ୩୫ଶହ ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟବସାୟ ହୋଇଥିଲା। ୨୦୧୯ ନଭେମ୍ବର ୨୩ ତାରିଖଠାରୁ ୨୯ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସିଆର୍‌ପି ଛକ ନିକଟସ୍ଥ ଜନଜାତି ସଂଗ୍ରହାଳୟ ପରିସର ଏବଂ ଚଳିତବର୍ଷ ଜାନୁୟାରୀ ୨୬ରୁ ଫେବୃୟାରୀ ୯ତାରିଖ ପର୍ଯ୍ୟନ୍ତ ୟୁନିଟ୍‌-୩ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଜାତୀୟ ଆଦିବାସୀ ମେଳା-୨୦୨୦ରେ ପ୍ରଦର୍ଶନ କରାଯାଇଥିଲା। ମେଳାକୁ ବୁଲିବାକୁ ଆସିଥିବା ଲୋକେ ମୁଣ୍ଡରେ ଶିଆଳି ପତ୍ର ନିର୍ମିତ ଟୋପି ପିନ୍ଧିବା ସହ ହାତରେ ଖଜୁରି ପତ୍ରରେ ନିର୍ମିତ ବିଭିନ୍ନ ସାମଗ୍ରୀକୁ ଧରି ଫଟୋ ଓ ସେଲ୍‌ଫି ଉଠାଇଥିଲେ।
ଶାଳବଣୀ ଗ୍ରାମର ପତ୍ର ହସ୍ତଶିଳ୍ପୀ ପ୍ରମୋଦ ସିଂ କୁହନ୍ତି, ବଣ ପାହାଡ଼ରେ ବିଭିନ୍ନ କାମ କରିବା ସମୟରେ ଜନଜାତିର ଲୋକମାନେ ଖରା ଓ ବର୍ଷାରୁ ରକ୍ଷା ପାଇବା ପାଇଁ ଶିଆଳି ପତ୍ରକୁ ସେହି ପତ୍ରର ଡେମ୍ଫରେ ଫୋଡ଼ି ପରସ୍ତ ପରସ୍ତ କରି ପତ୍ର ଖଞ୍ଜି ବିଭିନ୍ନ ଆକାରର ଟୋପି ତିଆରି କରି ମୁଣ୍ଡରେ ଲଗାଇଥାନ୍ତି। ଏବେ ଛତାର ବହୁଳ ବ୍ୟବହାର ସତ୍ତ୍ୱେ ଶିଆଳି ଟୋପିର ଆଦର କମିନି। ଶିଳ୍ପୀ ରାଣୀ ସିଂ କହନ୍ତି, ଖଜୁରୀପତ୍ରରେ ପିଲାମାନେ ବିଭିନ୍ନ ପ୍ରକାର ଫୁଲ, ପଶୁପକ୍ଷୀ, ଫୁଲଝାଡୁ ଆଦି ତିଆରି କରିଥାନ୍ତି। ସେହିପରି ଗୋଲକ ସିଂ କହନ୍ତି, ଆମେ କେବେ ଭାବି ନ ଥିଲୁ ଏହି ହସ୍ତକଳାକୁ ଲୋକେ ଅତି ଆଦରରେ କିଣି ନେବେ। ଏହାକୁ ଜୀବିକା ଭାବରେ ଗ୍ରହଣ କରାଯାଇ ଗୁଜୁରାଣ ମେଣ୍ଟାଇ ହେବ ବୋଲି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ‘ବଣ ଧୂଳିର ଫୁଲ’ର ଅଧ୍ୟକ୍ଷ ବିଜୟ ଆଚାର୍ଯ୍ୟ କୁହନ୍ତି, ଆଧୁନିକତାର ଛାପରେ ଧୀରେ ଧୀରେ ଜନଜାତିଙ୍କ କଳା, ସଂସ୍କୃତି, ସମୃଦ୍ଧି ଓ ପରମ୍ପରା ବିଲୁପ୍ତ ହେବାରେ ଲାଗିଛି। ଯଦି ସରକାରୀ ଓ ବେସରକାରୀ ସଂସ୍ଥାମାନେ ସହଯୋଗର ହାତ ବଢ଼ାନ୍ତି, ତେବେ ଏହି କଳାକୁ ବିଜ୍ଞାନ ଓ କାରିଗରୀ ଜ୍ଞାନକୌଶଳ ତଥା ନମୁନା ବିକାଶ କାର୍ଯ୍ୟକ୍ରମ ଦ୍ୱାରା ଆହୁରି ଅଧିକ ମୂଲ୍ୟ ବୃଦ୍ଧି କରାଯାଇପାରିବ। ଫଳରେ ଏହି କଳାର ସଂରକ୍ଷଣ ସହ ଜନଜାତିଙ୍କୁ ଆୟବୃଦ୍ଧିରେ ସହାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ବରଗଡ଼ରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ, ଖଡ଼ି ଛୁଆଁଇଲେ ଜିଲାପାଳ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ)- ଚଳିତ ଶିକ୍ଷାବର୍ଷରେ ନୂତନ ଛାତ୍ରୀଛାତ୍ରମାନଙ୍କ ନାମଲେଖା ଓ ଖଡ଼ିଛୁଆଁ ପାଇଁ ଶନିବାର ଜିଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri