ଆଦିବାସୀ ଜୀବନଶୈଳୀରେ କୃଷ

ସାରଦା ପ୍ରସାଦ କର

ଓଡିଶା ରେ କୃଷିଜୀବୀ ଆଦିବାସୀ କହିଲେ ଡଙ୍ଗରିଆ କନ୍ଧ ଜନଜାତିଙ୍କୁ ବୁଝାଏ। ପାହାଡ଼ ପାଦଦେଶର ଗଡ଼ାଣିଆ ଅଞ୍ଚଳରେ ସେମାନେ ଧାନ, ଡାଲି ଜାତୀୟ ଶସ୍ୟ ଓ ପନିପରିବା ଇତ୍ୟାଦି ଚାଷ କରନ୍ତି। ସେମାନେ ସାଧାରଣତଃ ଜୈବିକ ସାର ପ୍ରୟୋଗ କରିବା ସହ ଆୟ ଓ ବ୍ୟୟକୁ ଧ୍ୟାନ ଦେଇଥାନ୍ତି। ସେଣ୍ଟର୍‌ ଫର୍‌ ଇଣ୍ଟିଗ୍ରେଟେଡ୍‌ ରୁରାଲ୍‌ ଆଣ୍ଡ୍‌ ଟ୍ରାଇବାଲ୍‌ ଡେଭ୍‌ଲପ୍‌ମେଣ୍ଟ (ସି.ଆଇ.ଆର୍‌.ଟି.ଡି.) ଭଳି ଆଞ୍ଚଳିକ ଅଣଲାଭକାରୀ ସଂସ୍ଥା ଜୈବିକ ଚାଷ ଓ ଚାଷୀଙ୍କ ଦ୍ୱାରା ପ୍ରସ୍ତୁତ ସିଡ୍‌ ବ୍ୟାଙ୍କ୍‌କୁ ପ୍ରୋତ୍ସାହନ ଦେଇଆସୁଛି। ସେମାନଙ୍କ ଜିରୋ ବଜେଟ୍‌ ନାଚୁରାଲ୍‌ ଫାର୍ମିଂକୁ ଓଡ଼ିଶାର ଅନ୍ୟ ଚାଷୀମାନେ ଅନୁସରଣ କଲେ ଅସୁବିଧା ନାହିଁ।
ଚାଷୀମାନଙ୍କ ଭିତରେ ମୁଣ୍ଡା ଓ ଓରାମ୍‌ ଆଦିବାସୀ ଚାଷରେ ଜୈବ ସାର ଏବଂ କୀଟନାଶକ ବ୍ୟବହାର କରନ୍ତି। ମହୁଆ ଯେଉଁଥିରେ ପ୍ରଚୁର ପ୍ରାକୃତିକ ଉପାଦାନ ଥାଏ ଏବଂ ଏହା ପ୍ରାକୃତିକ ଭାବେ ଉକ୍ତ ଅଞ୍ଚଳରୁ ପର୍ଯ୍ୟାପ୍ତ ମିଳିଥାଏ, ସେଥିରୁ ସେମାନେ ସାର ଓ କୀଟନାଶକ ଉପତ୍ନ କରି ଚାଷରେ ବିନିଯୋଗ କରନ୍ତି। ଫଳସ୍ବରୂପ ଆଗରୁ ଗୋଟିଏ ଏକର ଜମିରୁ ଦୁଇ କୁଇଣ୍ଟାଲ ରାଗି ବା ଫିଙ୍ଗର୍‌ ମିଲେଟ୍‌ ବାହାରୁ ଥିବାବେଳେ ଏବେ ୧୨ କୁଇଣ୍ଟାଲ ଉପତ୍ାଦନ ହେଉଛି।
ପାଉଡ଼ିଭୂୟାଁ ଜନଜାତି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର ଓ ଅନୁଗୁଳ ଜିଲାରେ ବସବାସ କରିଥାନ୍ତି। ଝାଡ଼ୁ ତିଆରି କରିବା, ମଶିଣା ବୁଣିବା, ବେତବୁଣା କାର୍ଯ୍ୟ, ଲିଚୁ ଚାଷ, ଟସର ଚାଷ ଓ ପୋଡ଼ୁ ଚାଷ ସେମାନେ କରିଥାନ୍ତି। ସେମାନେ ଗୋଟିଏ ଗୃହର ୩ ଭାଗରୁ ଗୋଟିଏ ଆଭ୍ୟନ୍ତରୀଣ ଭାଗ ଶସ୍ୟ ମହଜୁଦ ନିମନ୍ତେ ବ୍ୟବହାର କରନ୍ତି। ଏଠାରେ ପୋଡ଼ୁ ଚାଷ ପ୍ରଣାଳୀ ବହୁଳ ପ୍ରଚଳିତ,ଯେଉଁ ଜମିକୁ (ବିରିଙ୍ଗା) କୁହାଯାଏ। ମିଶ୍ର ଚାଷ ପଦ୍ଧତିରେ ଡାଲି, ବାଜରା ଚାଷ ସହ ସେମାନେ ଗାଈ, ମଇଁଷି, ଛେଳି, ମେଣ୍ଢା, କୁକୁଡ଼ା ଓ ବତକ ଆଦି ପାଳନ କରିଥାନ୍ତି। ପାଉଡ଼ିଭୂୟାଁଙ୍କ ବ୍ୟତୀତ ଅନ୍ୟ ଏକ ଜନଜାତି ସଂପ୍ରଦାୟ ପାହାଡ଼ି ଖରିଆମାନେ ମୟୂରଭଞ୍ଜ ଜିଲାର ଯଶିପୁର ଓ କରଞ୍ଜିଆ ବ୍ଲକ୍‌ରେ ବସବାସ କରନ୍ତି। ମହୁ ସଂଗ୍ରହ ଓ ପ୍ରକ୍ରିୟାକରଣ, କିସ୍‌ମିସ୍‌, ଆରାରୁଟ୍‌, ଝାଡ଼ୁ, ମଶିଣା, ଖଲିପତ୍ର ତିଆରି ସହ ଖାଦ୍ୟ ସଂଗ୍ରହ, ଶିକାର ଓ ଚାଷ କରିବା ଏମାନଙ୍କର ମୁଖ୍ୟ ପେସା।
ମାଲକାନଗିରିର ବଣ୍ଡା ଜନଜାତି ଯାହା ଦେଶର ୭୫ଗୋଟି ନିର୍ଦ୍ଦିଷ୍ଟ କ୍ଷତିଗ୍ରସ୍ତ ଆଦିବାସୀ ଶ୍ରେଣୀ (ପାର୍ଟିକୁଲାର୍‌ ଭଲନରେବୁଲ୍‌ ଟ୍ରାଇବାଲ୍‌ ଗ୍ରୁପ୍‌) ମଧ୍ୟରେ ପରିଗଣିତ ଯୁଗେ ଯୁଗେ ଡଙ୍ଗର ଚାଷ ମାଧ୍ୟମରେ ଖାଦ୍ୟ ନିରାପତ୍ତାକୁ ନିଶ୍ଚିତ କରିଆସିଛି। ୨୦୧୮ର ଆକଳନ ଅନୁସାରେ ୦.୧୩ ମିଲିୟନ୍‌ ସମୁଦାୟ ବଣ୍ଡା ଘାଟି ଜନଜାତିଙ୍କୁ ରାଜ୍ୟ ସରକାରଙ୍କ ଓପେଲିପ୍‌ ଓ ଆନ୍ତର୍ଜାତିକ ସଂସ୍ଥା ଆଇ.ଏଫ୍‌.ଏ.ଡି.ର ଯୁଗ୍ମ ପରିଚାଳନା ମାଧ୍ୟମରେ କୃଷିର ବିକାଶ କରାଯାଉଛି। ମୌସୁମୀର ପ୍ରଥମ ବର୍ଷା ସହ ଏହି ବଣ୍ଡାମାନେ ଚାଷକାର୍ଯ୍ୟ ଆରମ୍ଭ କରନ୍ତି ଏବଂ ନଭେମ୍ବରଠାରୁ ଜାନୁୟାରୀ ମଧ୍ୟରେ ଅମଳ କରନ୍ତି। ‘ବୁହି ପରବୋର’ ପରି ଧର୍ମୀୟ ପାଳନ ଅବସରରେ ମାଟି ମା’ ଓ ପୂର୍ବପୁରୁଷଙ୍କୁ ଉତ୍ସର୍ଗ କରନ୍ତି। ସେମାନଙ୍କ ଧାରଣା ଯେ, ମାଟି ମା’ ଓ ପୂର୍ବପୁରୁଷଙ୍କ ଯୋଗୁ ଧରଣୀ ଶସ୍ୟ-ଶ୍ୟାମଳା ହେଉଛି। ‘ପୋଡ଼ୁ’ଚାଷ ଯେଉଁଥିରେ ଛୋଟ ଅନାବନା ଗଛ କାଟି ଏବଂ ପୋଡ଼ି ସେମାନେ ଜମିକୁ ଚାଷଯୋଗ୍ୟ କରନ୍ତି। ପ୍ରତ୍ୟେକ ଚାଷ ପରେ ସେମାନେ ଜମିକୁ ତିନିବର୍ଷ ପାଇଁ ଖାଲି ଛାଡ଼ିଦିଅନ୍ତି। ଯାହାଫଳରେ ପ୍ରାକୃତିକ ଭାବେ ମାଟିରେ ଗଛବୁଦା ସବୁ ଉଠିଥାନ୍ତି। ପୁଣି ତିନି ବର୍ଷ ପରେ ସେହି ଜାଗାରେ ଜୈବିକ ପାଉଁଶ ପ୍ରୟୋଗ କରି ପୋଡୁଚାଷ କରନ୍ତି। ହଳଦ୍ୱାରା ଚାଷ କରି ମାଟିକୁ ହୁଗୁଳା କରି କ୍ଷୟ ପରିବର୍ତ୍ତେ ସେମାନେ ମାଟିକୁ ଖୋଳି ବିହନ ଶଯ୍ୟା ତିଆରି କରନ୍ତି। ଧାନ ସହ ମକା ଓ ତୈଳବୀଜ ବୁଣିବା ଏକାଥରେ କରାଯାଏ।
ଭାରତରେ ସମୁଦାୟ ୬୨ ଗୋଟି ବିଭିନ୍ନ ଜନଜାତିଙ୍କୁ ସ୍ବୀକୃତି ମିଳିଛି। ଏଥିମଧ୍ୟରେ ସର୍ବପ୍ରାଚୀନ ତଥା ବୃହତ୍ତମ ଜନଜାତି ସାନ୍ତାଳ ସଂପ୍ରଦାୟ ଅନ୍ତର୍ଭୁକ୍ତ। ଏମାନେ ଓଡ଼ିଶା ସହ ଆସାମ, ଛତିଶଗଡ଼, ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗ ଅଞ୍ଚଳରେ ଦେଖାଯାଆନ୍ତି। ଏମାନେ ମଧ୍ୟ ପର୍ଯ୍ୟାୟକ୍ରମ ଚାଷ ବା ସିପ୍ଟିଂ କଲ୍ଟିଭେସନ୍‌କୁ ଆପଣେଇଛନ୍ତି। ଓଡ଼ିଶା ଓ ଆନ୍ଧ୍ରରେ ଏଭଳି ଚାଷକୁ ପୋଡ଼ୁଚାଷ, କେରଳରେ ‘ଓନାମ୍‌’ ଓ ଆସାମରେ ‘ଝୁମ’ ବୋଲି କୁହାଯାଏ। ଏହି ପ୍ରାଚୀନ ପଦ୍ଧତି ଚାଷ ଏସିଆ, ଆଫ୍ରିକା ଓ ଦକ୍ଷିଣ ଆମେରିକାରେ ପ୍ରଚଳିତ। ଦକ୍ଷିଣ-ପୂର୍ବ ଏସିଆରେ ଏହି ଚାଷକୁ ‘ଲେଡିଂ’ କୁହାଯାଏ। କେନ୍ଦ୍ର-ଆମେରିକାରେ ‘ମିଲପା’, ଆଫ୍ରିକାରେ ‘ଟାଭି’ ବା ଚିତେମେନ୍‌ ଓ ଶ୍ରୀଲଙ୍କାରେ ‘ଚେନ୍ନା’ ପଦ୍ଧତି କୁହାଯାଏ। ମୁଣ୍ଡା ଜନଜାତି ଶ୍ରେଣୀ ଅନ୍ତର୍ଭୁକ୍ତ ପାଖାପାଖି ୧୦ ହଜାର ଜୁଆଙ୍ଗ ଆଦିବାସୀମାନେ ଓଡ଼ିଶାର କେନ୍ଦୁଝର, ଢ଼େଙ୍କାନାଳ, ଅନୁଗୋଳ ଓ ଯାଜପୁର ଜିଲାରେ ଦେଖାଯାଆନ୍ତି। ବଣ କନ୍ଦାମୂଳ ଓ ଆମ୍ବ ଟାକୁଆ ଖାଇବା ସହ ସେମାନେ ଘର ପାଖରେ ଅଳ୍ପ କିଛି ମକା ଚାଷ କରନ୍ତି।
ଆଦିବାସୀମାନେ ପାରମ୍ପରିକ ଚାଷ ବ୍ୟତୀତ ନୂତନ ପଦ୍ଧତିରେ ଚାଷ ଆରମ୍ଭ କଲେଣି। ଏଥିମଧ୍ୟରେ ସୌଖୀନ୍‌ ଫୁଲ ଓ ଔଷଧୀୟ ବୃକ୍ଷ ଯଥା ଘିକୁଆଁରୀ, ସଦାବିହାରୀ, ଥାଲକୁଡି ଆଦି ଅନ୍ତର୍ଭୁକ୍ତ। ଗଞ୍ଜାମରେ ରାସ୍ତାକଡ଼ରେ ଫୁଟିଥିବା କିଆଫୁଲରୁ ଅଞ୍ଚଳର ଲୋକମାନେ ଅତର ପ୍ରସ୍ତୁତ କରନ୍ତି। ସେହିଭଳି ଗବ ମଞ୍ଜି (ଜାଟ୍ରୋଫା)ରୁ ଜୈବ ଇନ୍ଧନ ପ୍ରସ୍ତୁତ କରାଯାଇ ଆର୍ଥିକ ଲାଭବାନ ହୋଇପାରୁଛନ୍ତି ଚାଷୀ। ତେବେ ଆଦିବାସୀମାନଙ୍କୁ ଏଭଳି କୃଷିଭିତ୍ତିକ ଶିଳ୍ପରେ ନିଯୁକ୍ତ କରି ସରକାର ସାମାଜିକ ମାନଦଣ୍ଡରେ ଉନ୍ନତି ଆଣିବା ସହ ବେକାରି ଉପରେ ଲଗାମ ଲଗାଇପାରନ୍ତେ। ଛତୁଚାଷ, ମହୁ ଚାଷ, ଫଳବଗିଚା ଓ ଫୁଲଚାଷ ସ୍ବଳ୍ପ ସ୍ଥାନ ଓ ଅଳ୍ପ ପୁଞ୍ଜିରେ ହୋଇପାରୁଥିବାବେଳେ ସରକାରୀ ପରିଚାଳିତ ଓମ୍‌ଫେଡ୍‌ /ଓପୋଲଫେଡ୍‌ ପରି ସଂସ୍ଥା ଆଗକୁ ଆସି ଆଦିବାସୀ ଚାଷର ଉପତ୍ାଦ ଓ ବିକ୍ରିକୁ ବ୍ୟାପକ କରିପାରନ୍ତା। ସରକାରଙ୍କ ଜନଜାତି କଲ୍ୟାଣ ବୋର୍ଡ ଓ ଖଦି ନିଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ତୈଳବୀଜ ଚାଷ, ହଳଦୀ ପ୍ରକ୍ରିୟାକରଣ, ମହୁ ଚାଷ ଓ ଫୁଲଝାଡ଼ୁ ତିଆରି ଇତ୍ୟାଦି କାର୍ଯ୍ୟକ୍ରମ ବ୍ୟାପକ କରିବାର ଆବଶ୍ୟକତା ରହିଛି।
ରାଜ୍ୟରେ ଅଜାଙ୍କ ସମୟରେ ୩ ପ୍ରତିଶତ ଆଉ ନାତି ସମୟରେ ସେହି ୩ ପ୍ରତିଶତ ଜଳସେଚିତ ଅଞ୍ଚଳ। ତେବେ ଆଦିବାସୀଟିଏ ମୁଣ୍ଡବାଡ଼େଇବ ନା ବର୍ଷା ପାଇଁ ଯଜ୍ଞ କରିବ! ଅଧିକ ଅର୍ଥ ଆୟକାରୀ କନ୍ଦମୂଳ, ଦେଶୀଆଳୁ, କପା, ହରଡ଼ ସହ ମିଶ୍ର ଚାଷ ହିସାବରେ ଛେଳି, କୁକୁଡ଼ା ଓ ଗୋପାଳନ କରି ଆଦିବାସୀଟିଏ ଲାଭବାନ ହୋଇପାରିବ। କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚାଷୀମାନଙ୍କର ବିଶାଳ ରଣହୁଙ୍କାର ପରିପ୍ରେକ୍ଷୀରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୁଙ୍କ ସରକାରକୁ ତାଚ୍ଛଲ୍ୟରେ ଆଦିବାସୀ ଚାଷୀର ଯାଏ କେତେ ଆସେ କେତେ!
ପୁରୁଣା ଭୁବନେଶ୍ୱର
ମୋ:୮୨୪୯୮୨୭୧୪୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri