ଆଦିବାସୀଙ୍କ ଭାଗ୍ୟ ବଦଳାଉଛି ଜୈବିକ ପଦ୍ଧତି ପରିବା ଚାଷ

ମୁନିଗୁଡ଼ା,୧୨।୩(ଡି.ଏନ୍‌.ଏ.): ଜଙ୍ଗଲ ଉପରେ ନିର୍ଭର କରୁଥିବା ଆଦିବାସୀଙ୍କ ରୋଜଗାରର ପନ୍ଥା ପାଲଟିଛି ପରିବା ଚାଷ। ତା’ପୁଣି ଜୈବିକ ପଦ୍ଧତିରେ। ଏପରି ଦେଖିବାକୁ ମିଳିଛି ରାୟଗଡ଼ା ଜିଲା ମୁନିଗୁଡା ବ୍ଲକର ଧୋବାଗୁଡ଼ି ଗ୍ରାମରେ। ଏହି ଗାଁର ଲୋକେ ଆଗରୁ ନିଜ ନିଜ ଜମିରେ ବର୍ଷାଦିନେ କେବଳ ଧାନଚାଷ କରୁଥିଲେ ଓ ବର୍ଷର ଅନ୍ୟ ଋତୁଗୁଡ଼ିକରେ ବଣ ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ସହ କାଠପତ୍ର ସଂଗ୍ରହ କରି ପରିବାର ପ୍ରତିପୋଷଣ କରୁଥିଲେ। ଏମାନଙ୍କ ପାଖରେ ନା ଥିଲା ଅନ୍ୟ ଚାଷ କରିବାର ଉପାୟ, ନା ଥିଲା ଜଳସେଚନର ସୁବିଧା।

ଏକ ବେସରକାରୀ ସଂସ୍ଥାରୁ ସୋଲାର ମାଧ୍ୟମରେ ପର୍ଯ୍ୟାପ୍ତ ପରିମାଣର ଜଳ ଚାଷଜମିରେ ଯୋଗାଇ ଦିଆଯିବା ସହ କୃଷି ବିଭାଗର ସହାୟତାରେ ଚାଷୀମାନଙ୍କୁ ଉତ୍ତମ କିସମର ବିହନ ଯୋଗାଇ ଦିଆଯାଇଛି। ଏଥିସହ ଉନ୍ନତମାନର ତାଲିମ ପ୍ରଦାନ କରାଯିବା ପରେ ଅଞ୍ଚଳର ଆଦିବାସୀମାନେ ଏବେ ଖରାଦିନେ ବ୍ରୋକଲି,ଗ୍ରୀନ୍‌ କୋବି, କ୍ୟାପଶିକମ୍‌, ଟମାଟୋ, ବାଇଗଣ, ଲଙ୍କା ଆଦି ପରିବା ଚାଷ କରି ଲାଭବାନ ହେଉଛନ୍ତି। ଗୋବରଖତ, ଗୋମୁତ୍ର, ଜିଆଖତ ଓ ହାଣ୍ଡିଖତ ପ୍ରୟୋଗ କରି ଏହି ଚାଷ କରାଯାଉଥିବାରୁ ବଜାରରେ ଏହାର ଚାହିଦା ମଧ୍ୟ ଭଲ ରହିଛି I ଉତ୍ପାଦିତ ପରିବାକୁ ନେଇ ନିକଟ ମୁନିଗୁଡ଼ା ବଜାରରେ ବିକ୍ରିକରି ଭଲ ଦୁଇ ପଇସା ରୋଜଗାର ବି କରି ପାରୁଛନ୍ତି। ଏହା ସେମାନଙ୍କ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆଣିଛି ବୋଲି ଚାଷୀ ଅଞ୍ଜନା ପିଡିକାକା, ପୁରନ୍ଦର ପିଡିକାକା, ସବିତା ବେହେରା, ଶୁଭକାନ୍ତି ପିଡିକାକା, ନମିତା ପିଡିକାକା, ରାଇବେନି ପିଡିକାକା,ଦୁରା ପିଡିକାକା,ନୀଳାମ୍ବର ପିଡିକାକା, ପିତାମ୍ବର ପିଡିକାକା, ପୁରୁଷତ୍ତମ ପିଡିକାକା, ଦୁଲୁ ପିଡିକାକା ପ୍ରମୁଖ ପ୍ରକାଶ କରିଛନ୍ତି। ତେବେ ଅନ୍ୟପଟେ ଏହିପରି ଭାବେ ମୁନିଗୁଡ଼ା ଓ ବିଷମକଟକ ବ୍ଲକ ଅଞ୍ଚଳରେ ଅନେକ ଗ୍ରାମରେ ଜୈବିକ ସାର ପଦ୍ଧତିରେ ଚାଷ କରାଯାଉଥିବା ବେଳେ ଆହୁରି ମଧ୍ୟ ଅନେକ ଗ୍ରାମରେ ଚାଷୀମାନଙ୍କୁ ଏହା ଉପରେ ପ୍ରଶିକ୍ଷଣ ଦିଆଯାଇ ଚାଷ କରାଯିବ ବୋଲି ଉକ୍ତ ବେସରକାରୀ ସଂସ୍ଥାର ଜିଲା ସଂଯୋଜକ ଶରତ ସାହୁ, ଉଦ୍ଧବ ସାହୁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri