Posted inରାଜ୍ୟ

ଆଦିବାସୀଙ୍କ ଜୀବିକା ବିପନ୍ନ: ବିକ୍ରି ହେଉନି ଶାଳମଞ୍ଜି, ମିଳୁନି ସହାୟକ ମୂଲ୍ୟ

ଭୁବନେଶ୍ୱର,୨୧।୬(ବ୍ୟୁରୋ): ମହାମାରୀ କରୋନା କେବଳ ସ୍ବାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରିନାହିଁ, ଏହି ଭୂତାଣୁ ଜୀବନଜୀବିକାକୁ ମଧ୍ୟ ଗଭୀର ଭାବେ ପ୍ରଭାବିତ କରିଛି। କରୋନା ରୋକିବା ପାଇଁ ଜାରି ଲକ୍‌ଡାଉନ୍‌ ଯୋଗୁ ବଣପାହାଡ଼ ଘେରା ଦୁର୍ଗମ ଅଞ୍ଚଳରେ ରହୁଥିବା ଆଦିବାସୀ ଓ ବନବାସୀଙ୍କ ଜୀବିକା ବିପନ୍ନ ହୋଇଛି। ଶାଳମଞ୍ଜି, ତେନ୍ତୁଳିମଞ୍ଜି, ହରିଡ଼ା, ବାହାଡ଼ା ଆଦି ବନଜାତ ଦ୍ରବ୍ୟକୁ ଭରସା କରି ବଞ୍ଚୁଥିବା ଗରିବ ଆଦିବାସୀମାନେ ଘୋର ସଙ୍କଟ ଦେଇ ଗତିକରୁଛନ୍ତି। ଅଢ଼େଇ ମାସ କାଳ ଲକ୍‌ଡାଉନ ହେବା ଯୋଗୁ ଆଦିବାସୀମାନେ ସେମାନଙ୍କର ସଂଗୃହୀତ ଲଘୁ ବନଜାତ ଦ୍ରବ୍ୟ (ଏମ୍‌ଏଫ୍‌ପି)ଗୁଡ଼ିକୁ ବିକ୍ରି କରିବା ନେଇ ଘୋର ସମସ୍ୟାରେ ପଡିଛନ୍ତି। କେତେକ ଜିଲାରେ ସେଗୁଡ଼ିକର ଉଚିତ ମୂଲ୍ୟ ମିଳୁ ନ ଥିବାବେଳେ ଆଉ କେତେକ ସ୍ଥାନରେ ଅଭାବୀ ବିକ୍ରି ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ବନଜାତ ଦ୍ରବ୍ୟ କିଣିବାକୁ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତାହାର ସୁଫଳ ଆଦିବାସୀମାନେ ପାଇ ପାରୁନାହାନ୍ତି। ସରକାର ଶାଳମଞ୍ଜି ନ କିଣିବାରୁ କମ୍‌ ଦାମରେ ବିକ୍ରିି କରିବାକୁ ବନବାସୀମାନେ ବାଧ୍ୟ ହେଉଛନ୍ତି ।

ଉପକୂଳ ଜିଲାଗୁଡ଼ିକୁ ବାଦ୍‌ ଦେଲେ ରାଜ୍ୟର ୧୩ଟି ଜିଲାରେ ଆଦିବାସୀମାନେ ଲଘୁବନଜାତ ଦ୍ରବ୍ୟ ସଂଗ୍ରହ କରିଥାଆନ୍ତି। ସେହି ଜିଲାଗୁଡିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ଗଜପତି ଏବଂ ଦେବଗଡ଼। ଏହି ସବୁ ଜିଲାରୁ ଜଙ୍ଗଲଜାତ ଦ୍ରବ୍ୟଗୁଡ଼ିକର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ୨୦ ଟଙ୍କାରେ କ୍ରୟ କରିବାକୁ ଏପ୍ରିଲ ୨୦ ତାରିଖରେ ଏସ୍‌ସି/ଏସ୍‌ଟି ଉନ୍ନୟନ ବିଭାଗ ସଚିବ ରଞ୍ଜନା ଚୋପ୍ରା ଉକ୍ତ ଜିଲାଗୁଡିକର ଜିଲାପାଳମାନଙ୍କୁ ଚିଠି ଲେଖିଥିଲେ। ଲକ୍‌ଡାଉନ ଚାଲିଥିବାରୁ ଆଦିବାସୀଠାରୁ ସାମାଜିକ ଦୂରତ୍ୱ ରକ୍ଷା କରି ସଂଗ୍ରହ କରିବାକୁ କୁହାଯାଇଥିଲା। ବନ ଦହନ ବିକାଶ କେନ୍ଦ୍ର, ବନ ସୁରକ୍ଷା ସମିତି ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ଭଳି ପ୍ରାଥମିକ ଏଜେନ୍ସି ଜରିଆରେ ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫ୍‌ଡିସି) ଏବଂ ଟିଡିସିସି ଲଘୁବନଜାତ ଦ୍ରବ୍ୟ କ୍ରୟ କରିବାକୁ ନିର୍ଦ୍ଦେଶ ରହିଥିଲା। ଆଦିବାସୀମାନଙ୍କ ଜୀବନଜୀବିକା ସହ ଏହା ଜଡ଼ିତ ହୋଇଥିବାରୁ ଏହାକୁ ଗୁରୁତର ସହ ନେବାକୁ କୁହାଯାଇଥିଲା। ଯଦିଓ ଗତ ୨ ମାସ ହେବ ଲଘୁବନଜାତ ଦ୍ରବ୍ୟ କ୍ରୟ ଆରମ୍ଭ ହୋଇଛି ତେବେ ଏହି ସୁବିଧା ସମସ୍ତ ଗରିବ ଆଦିବାସୀଙ୍କ ନିକଟରେ ଅପହଞ୍ଚ ରହିଛି। ଆଦିବାସୀଙ୍କଠାରୁ ଶାଳମଞ୍ଜି କ୍ରୟ ହୋଇ ପାରୁ ନ ଥିବାରୁ ସ୍ଥାନୀୟ ବ୍ୟବସାୟୀମାନେ ଏମ୍‌ଏସ୍‌ପିଠାରୁ ଅଧା କମ୍‌ ଦାମରେ ଅର୍ଥାତ୍‌ କେ.ଜି ପିଛା ୫ରୁ ୮ ଟଙ୍କା ମଧ୍ୟରେ କ୍ରୟ କରୁଥିବା ନେଇ ଅଭିଯୋଗ ହୋଇଛି। ଦେବଗଡ ଜିଲାରେ ଶାଳମଞ୍ଜି ଅଭାବୀ ବିକ୍ରିକୁ ନେଇ ଆଦିବାସୀମାନେ ଜିଲାପାଳଙ୍କ ନିକଟରେ ମଧ୍ୟ ଫେରାଦ ହୋଇଛନ୍ତି । ସେହିପରି ସମ୍ବଲପୁର ଜିଲାର କୁଚିଣ୍ଡାରେ ମଧ୍ୟ ଶାଳମଞ୍ଜି ବିକ୍ରି ହେଉ ନ ଥିବା ନେଇ ଅଭିଯୋଗ ହୋଇଛି। କେବଳ ଏହି ଦୁଇ ଜିଲା ନୁହେଁ, ଅନ୍ୟ ଜିଲାଗୁଡିକରେ ମଧ୍ୟ ଶାଳମଞ୍ଜି ବିକ୍ରି ହେଉ ନ ଥିବା ଜଣାପଡିଛି। ବର୍ଷା ଦିନ ଆସିଯାଇଥିବାରୁ ମଞ୍ଜିଗୁଡିକ ନଷ୍ଟ ହେବାକୁ ବସିଲାଣି। ଚାଷୀମାନେ ଶାଳମଞ୍ଜି ବିକ୍ରି କରି ନ ପାରି ହତାଶ ହେଉଛନ୍ତି।

ଶାଳମଞ୍ଜି ବିକ୍ରି କରୁଥିବା ସମ୍ବଲପୁର ଜିଲା ଜମନକିରା ବ୍ଲକର ଡିମିରମୁଣ୍ଡା ପଞ୍ଚାୟତର ବାମଣ୍ଡା ଗ୍ରାମର ଗୋମତି ଝଙ୍କର କହିଛନ୍ତି ଯେ, ଶାଳମଞ୍ଜି ବିକ୍ରି ହେଉ ନାହିଁ। ସରକାରଙ୍କ ଘୋଷିତ ସହାୟକ ମୂଲ୍ୟ ମିଳୁ ନାହିଁ। ବସ୍ତା ପିଛା ୩/୪ ଟଙ୍କା କଟି ଯାଉଥିବାରୁ ଟିଡିସିସି କିଣିଲେ ମଧ୍ୟ ୧୬ ଟଙ୍କାରେ ବିକ୍ରି କରିବାକୁ ପଡୁଛି। ସେହିପରି ଶାଳମଞ୍ଜି ସଂଗ୍ରହ କରୁଥିବା ଦେବଗଡ଼ ଜିଲା ବାରକୋଟ ବ୍ଲକ ଅନ୍ତର୍ଗତ ନେତ୍ରାବାହାଲ ଗ୍ରାମର ବନାନୀ ମହିଳା ସଂଘର ସଭାନେତ୍ରୀ ନଳିନୀ ମହାକୁଲ କହିଛନ୍ତି ଯେ, ଶହ ଶହ କୁଇଣ୍ଟାଲ ଶାଳମଞ୍ଜି ଲୋକଙ୍କ ପାଖରୁ ଆମେ ସଂଗ୍ରହ କରିବା ପରେ ଟିଡିସିସି ଆମ ଠାରୁ ସଂଗ୍ରହ କରୁନାହିଁ। ଆମେ ଜିଲାପାଳଙ୍କୁ ଏ ନେଇ ଲିଖିତ ଜଣାଇଛୁ। ଆଦିବାସୀମାନେ ଶାଳମଞ୍ଜି ବିକ୍ରି କରି ଚଳନ୍ତି। ବିକ୍ରି ନ ହେଲେ ସେମାନେ ଚଳିବେ କେମିତି ବୋଲି ନଳିନୀ କହିଛନ୍ତି। ଆଦିବାସୀ ଜୀବନ ଜୀବିକା ଉପରେ ଗବେଷଣା କରୁଥିବା ଗବେଷକ ଚିତ୍ତରଞ୍ଜନ ପାଣି କହିଛନ୍ତି ଯେ, ରାଜ୍ୟ ସରକାର ଗରିବ ଆଦିବାସୀଙ୍କର ଶାଳମଞ୍ଜି ଉଚିତ ମୂଲ୍ୟରେ କ୍ରୟ କରି କରୋନା ମହାମାରୀ ବେଳେ ସହାୟ ହୁଅନ୍ତୁ।

ଏ ସମ୍ପର୍କରେ ଟିଡିସିସି ପରିଚାଳନା ନିର୍ଦ୍ଦେଶକଙ୍କୁ ପଚାରିବାରୁ ସେ କହିଲେ ଯେ, ଶାଳମଞ୍ଜି ସମେତ ଅନ୍ୟାନ୍ୟ ଲଘୁ ବନଜାତ ଦ୍ରବ୍ୟ କ୍ରୟ ପ୍ରକ୍ରିୟା ଚାଲୁରହିଛି। ଚଳିତ ବର୍ଷ ୨୧ କୋଟି ଟଙ୍କାର ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ହୋଇଛି। ପୂର୍ବରୁ କେବେ ଏତେ ପରିମାଣ ସଂଗ୍ରହ ହୋଇ ନ ଥିଲା। ଶାଳମଞ୍ଜି ବିକ୍ରିିକୁ ନେଇ କେତେକ ସ୍ଥାନରୁ ଅଭିଯୋଗ ଆସିଥିଲା। ତେବେ କେବଳ ଶାଳମଞ୍ଜି ୧୭ କୋଟି ଟଙ୍କାର କ୍ରୟ କରାଯାଇଛି। ଆଦିବାସୀମାନେ ଯେପରି ସେମାନଙ୍କ ଉପଯୁକ୍ତ ମୂଲ୍ୟ ପାଇ ପାରିବେ ସେଥିପାଇଁ ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର(ଡିବିଟି) ଜରିଆରେ କ୍ରୟ କରାଯିବ। ଆସନ୍ତା ବର୍ଷରୁ ଧାନ କ୍ରୟ ଭଳି ପି-ପାସ୍‌ ବ୍ୟବସ୍ଥା କରାଯିବ। ଲୋକମାନଙ୍କ ଜନଧନ ଆକାଉଣ୍ଟକୁ ସିଧା ସଳଖ ଟଙ୍କା ଦିଆଯିବ। ମଝିରେ କୌଣସି ବ୍ୟକ୍ତି ରହିବେ ନାହିଁ। ଚଳିତ ବର୍ଷ ୨୪ ହଜାର ଲୋକଙ୍କୁ ପଞ୍ଜୀକୃତ କରାଯାଇଥିଲା। ସେମାନଙ୍କଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ବନଜାତ ଦ୍ରବ୍ୟ କ୍ରୟ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri