ଆତଙ୍କ ଖେଳାଉଛି କିଡ୍‌ନୀ ରୋଗ: ୪ବର୍ଷରେ ଗଲାଣି ୩୦ରୁ ଊର୍ଦ୍ଧ୍ୱ ଜୀବନ

ଖଣ୍ଡପଡ଼ା,୨୪ା୧(ସ୍ବ.ପ୍ର.): ନୟାଗଡ଼ ଜିଲା ଭାପୁର ବ୍ଲକ ଲକ୍ଷ୍ମୀପ୍ରସାଦ ଗ୍ରାମରେ କିଡ୍‌ନୀ ରୋଗ ଆତଙ୍କ ଖେଳାଉଛି। ଗତ ୩/୪ ବର୍ଷ ମଧ୍ୟରେ ୩୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ଏହି ରୋଗରେ ମୃତ୍ୟୁ ଘଟିଲାଣି। ବର୍ତ୍ତମାନ ୨୦ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଦୂଷିତ ପାଣି ଏହାର କାରଣ ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ଏହାର ନିରାକରଣ ନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆ ନ ଗଲେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ଭାପୁର ବ୍ଲକ ଧାନଚେଙ୍ଗଡା ପଞ୍ଚାୟତର ଲକ୍ଷ୍ମୀପ୍ରସାଦ (ଖପରମଲ୍ଲ) ଗ୍ରାମଟି ବ୍ଲକ ମୁଖ୍ୟାଳୟଠାରୁ ୧୮ କିଲୋମିଟର ଦୂରରେ ଅବସ୍ଥିତ। ପଞ୍ଚାୟତର ୧, ୨ ଓ ୩ ନମ୍ବର ୱାର୍ଡର ୧୨ଶହରୁ ଊର୍ଦ୍ଧ୍ୱ ଜନସାଧାରଣଙ୍କୁ ନେଇ ଏହି ଗ୍ରାମ ଗଠିତ। ଗ୍ରାମରେ ୮ଟି ନଳକୂପ ରହିଥିଲେ ମଧ୍ୟ ଏହି ଜଳ ପାନୀୟ ଉପଯୋଗୀ ନୁହେଁ ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ୨ଟି କୂପ ଥିବାବେଳେ ତାହା ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ। ଏଣୁ ଲୋକେ ପାନୀୟଜଳ ପାଇଁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନିକଟରେ ଥିବା କମେଇ ନଦୀର ପାଣିକୁ ବିଶୋଧିତ କରା ନ ଯାଇ କିଛିମାସ ହେବ ଦିଆଯାଇଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି। ଗ୍ରାମବାସୀଙ୍କ କହିବା କଥା, ୩/୪ବର୍ଷ ମଧ୍ୟରେ ଗ୍ରାମର ଦମ୍ପତି ରମା ପ୍ରଧାନ ଓ ସଂସାରୀ ପ୍ରଧାନ, ସୁବଳ ରାଉତ ଓ ମଙ୍ଗୁଲି ରାଉତ, ସାବିତ୍ରୀ ବେହେରା ଓ ବିନ ବେହେରା, ବାପ ପୁଅ କୃଷ୍ଣ ପ୍ରଧାନ ଓ ଦଣ୍ଡପାଣି ପ୍ରଧାନ, ଜୟ ଗୋଚ୍ଛି ଓ ପୂର୍ଣ୍ଣ ଗୋଚ୍ଛି, ନକୁଳ ବେହେରା, ପ୍ରମୋଦ ପ୍ରଧାନ, ଶରତ ରାଉତ, ବ୍ରଜ ନାୟକ ପ୍ରମୁଖଙ୍କ ମୃତ୍ୟୁ ଘଟିଛି। ୨ଦିନ ତଳେ ସଞ୍ଜୟ ଗୋଚ୍ଛି(୨୬)ଙ୍କର ଏହି କିଡ୍‌ନୀ ରୋଗରେ ମୃତ୍ୟୁ ହୋଇଛି ା ସେହିପରି ଶ୍ୱେତ ନାୟକ(୬୦), ସନା ବେହେରା(୬୦), ଉପେନ୍ଦ୍ର ନାୟକ(୫୦), ମାଟିଆ ଗୋଚ୍ଛି(୬୫), ରବି ପ୍ରଧାନ(୫୦), କୈଳାସ ମଲ୍ଲିକ(୪୦), ପଠାଣି ସ୍ବାଇଁ(୫୦), ଚନ୍ଦ୍ର ପ୍ରଧାନ(୪୯), ଅଗାଧୁ ନାୟକ(୫୦), ଗୌରାଙ୍ଗ ମହାରଣା(୪୮), କାହ୍ନୁ ପ୍ରଧାନ(୫୦) ପ୍ରମୁଖ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଓ କଟକ ବଡ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହେଉଥିବା ପ୍ରକାଶ କରିଛନ୍ତି। ଏହାଛଡା ଆହୁରି ୨୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିବା ବେଳେ ସେମାନେ ରୋଗ ସମ୍ପର୍କରେ ବାହାରେ ପ୍ରକାଶ କରୁ ନ ଥିବା ସୂଚନା ଦେଇଥିଲେ। ଆକ୍ରାନ୍ତଙ୍କଠାରୁ ପ୍ରକାଶ ଯେ, ଏହି ରୋଗ ଚିକିତ୍ସା ଓ ପରାମର୍ଶ ପାଇଁ ପ୍ରତିମାସରେ ଅନୂ୍ୟନ୍ୟ ୨ଥର କଟକ ଓ ଭୁବନେଶ୍ୱର ଯାଇ ୫ହଜାରରୁ ୬ ହଜାର ଟଙ୍କା ଖର୍ଚ୍ଚ କରୁଛୁ। ମୂଲିଆ ଶ୍ରେଣୀର ହୋଇଥିବାରୁ ଘରେ ଥିବା ଜିନିଷପତ୍ର ଓ ଘରବାଡି ବନ୍ଧାପକାଇ ଖର୍ଚ୍ଚ ତୁଲାଇବାକୁ ପଡୁଛି ା ପ୍ରଥମେ ରୋଗୀଙ୍କ ଦେହ, ହାତ, ଗୋଡ ଫୁଲିଯାଉଛି। କିଛିଦିନ ପରେ ଶ୍ୱାସରୋଗୀଙ୍କ ପରି ଧଇଁ ପେଲୁଛି ା ଦେହ ଅବଶ ହୋଇପଡୁଛି ଏବଂ କିଛି କାର୍ଯ୍ୟ କରିବା ସମ୍ଭବ ହେଉନାହିଁ ା ଭୁବନେଶ୍ୱର ଓ କଟକ ଯାଇ ଡାକ୍ତରଙ୍କୁ ଦେଖାଇବା ପରେ ସେମାନେ ପରୀକ୍ଷା କରି କିଡ୍‌ନୀ ରୋଗର ଲକ୍ଷଣ ବୋଲି ପରାମର୍ଶ ଦେଇ ଚିକିତ୍ସା କରୁଛନ୍ତି। ପ୍ରକୃତ କାରଣ ଜାଣିପାରୁ ନ ଥିଲେ ମଧ୍ୟ ସେମାନେ ବ୍ୟବହାର କରୁଥିବା ପାଣି ଯୋଗୁ ରୋଗ ବ୍ୟାପୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଗୁରୁବାର ଧାନଚେଙ୍ଗଡା ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁ ଉକ୍ତ ଗ୍ରାମକୁ ଯାଇ ସ୍ଥିତି ସମ୍ପର୍କରେ ଅବଗତ ହେବା ସହ ଆକ୍ରାନ୍ତ ରୋଗୀମାନଙ୍କ ସହିତ ଆଲୋଚନା କରିଥିଲେ। ସେ ଏ ସମ୍ପର୍କରେ ଜିଲା ପ୍ରଶାସନକୁ ଅବଗତ କରିଥିବାବେଳେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଗ୍ରାମକୁ ପଠାଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଅନ୍ୟପକ୍ଷରେ ଗ୍ରାମର ମହିଳା ପ୍ରିୟମ୍ବଦା ସାହୁ, ଶାନ୍ତି ବେହେରା, କୁନା ବେହେରା, ବୈଦେହୀ ରାଉତ, ରେଣୁବାଳା ସ୍ବାଇଁ ପ୍ରମୁଖ କ୍ଷୋଭ ପ୍ରକାଶ କରି କହିଛନ୍ତି, ଗ୍ରାମରେ ୪୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି, ସ୍ବାମୀ ସ୍ତ୍ରୀ ସହିତ ବାପ ପୁଅ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲେଣି ା ଏପରି ଅବସ୍ଥା ଲାଗିରହିଲେ ଗ୍ରାମ ପୁରୁଷଶୂନ୍ୟ ହୋଇଯିବ। ଜଳ ପାନୀୟ ଉପଯୋଗୀ ନୁହେଁ। ଅଭିଯୋଗ ସତ୍ତ୍ୱେ ଆମକଥା କେହି ଶୁଣୁ ନାହାନ୍ତି ା ଯଦି ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନ କରେ ଆମେ ରାଜାରସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri