Categories: ଜାତୀୟ

ଆତଙ୍କବାଦ ବିରୋଧରେ ଲଢିବାକୁ ଏକଜୁଟ ହେବେ ଭାରତ-ଆମେରିକା: ଟ୍ରମ୍ପ

ଅହମଦାବାଦ,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଗୁଜରାଟର ମୋଟେରା ଷ୍ଟାଡିୟମରେ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ସେ ସାଧାରଣ ଜନତାଙ୍କୁ ସମ୍ବୋଧନ ଦେବା ସମୟରେ ଭାରତର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଖୁବ୍‌ ପ୍ରଶଂସା କରିଥିଲେ। ସେ କହିଥିଲେ ଭାରତ ପାଇଁ ଆମେରିକା ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ସମସ୍ତେ ମୋଦିଙ୍କୁ ପ୍ରଶଂସା କରୁଛନ୍ତି, ତେଣୁ ମୋଦି କେବଳ ଗୁଜରାଟ ନୁହେଁ ସମଗ୍ର ଦେଶର ଗର୍ବ। ମୋଦିଙ୍କ ପାଇଁ ଭାରତରେ ପ୍ରତି ୧୨ ମିନିଟରେ ଜଣେ ଲୋକ ଦାରିଦ୍ର୍ୟତାଠାରୁ ଦୂରେଇ ଯାଉଛନ୍ତି ବୋଲି ଟ୍ରମ୍ପ କହିଛନ୍ତି। ଏହି ଅବସରରେ ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ମଙ୍ଗଳବାର ଆମେରିକା ଭାରତ ସହ ସାମରିକ ଚୁକ୍ତି ସ୍ବାକ୍ଷର କରିବ। ଏହାପରେ ଭାରତ ଓ ଆମେରିକା ମିଳିତ ଭାବେ ଇସଲାମିକ ଆତଙ୍କବାଦର ମୁକାବିଲା କରିବେ ଓ ଏହାର ମୁଳୋତ୍ପାଟନ କରିବେ। ଏହାସହ ମୋଟେରା ଷ୍ଟାଡିୟମରେ ପାକିସ୍ତାନକୁ ଏକ ବାର୍ତ୍ତା ଦେଇ ଟ୍ରମ୍ପ କହିଛନ୍ତି ପାକିସ୍ତାନ ସମେତ ସମସ୍ତ ଦେଶ ନିଜ ସୀମାରେଖାକୁ ସୁରକ୍ଷିତ ରଖିବା ଉଚିତ୍‌। ପାକିସ୍ତାନରୁ ଆତଙ୍କବାଦ ଦମନ ପାଇଁ ଆମେରିକା ପାକିସ୍ତାନ ସହ ମିଶି କାମ କରୁଛି ବୋଲି ସେ କହିଛନ୍ତି।

Share