Categories: ଜାତୀୟ

ଆତଙ୍କବାଦୀ ଆକ୍ରମଣ ଅପରେଶନ୍‌ ‘ଗ୍ରୀନ୍‌ ବାର୍ଡ’ର ପର୍ଦ୍ଦାଫାଶ୍‌: ରାଜଧାନୀ ଏକ୍ସପ୍ରେସ୍‌ରେ ଆଇଇଡି ବିସ୍ଫୋରଣ ପାଇଁ ଆଇଏସ୍‌ଆଇ ରଚିଥିଲା ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୧୩।୮: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ପକ୍ଷରୁ ରଚାଯାଇଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ଏହାକୁ ଅପରେଶନ ଗ୍ରୀନ୍‌ ବାର୍ଡ ଭାବେ ନାମିତ କରାଯାଇଥିଲା। ଏଥିରେ ବ୍ୟବହୃତ କୋଡ୍‌ର ଡି-କୋଡ୍‌ କରାଯିବା ପରେ ଜଣାପଡ଼ିଛି ଯେ, ଦକ୍ଷିଣ ଦିଲ୍ଲୀଠାରେ ରାଜଧାନୀ ଏକ୍ସପ୍ରେସ୍‌ର କୋଚ୍‌ ନମ୍ବର ବି-୧ରେ ଆତଙ୍କବାଦୀମାନେ ବିସ୍ଫୋରଣ ଘଟାଇଥାନ୍ତେ। ଆଇଇଡି ଦ୍ୱାରା ବିସ୍ଫୋରଣ ପାଇଁ ଷଡ଼ଯନ୍ତ୍ର ରଚାଯାଇଥିବା ଭାରତୀୟ ଗୋଇନ୍ଦା ସଂସ୍ଥା ଜାଣିପାରିଥିଲା। ଏହା ଅଗଷ୍ଟ ୧୩ରେ ଦକ୍ଷିଣ ଦିଲ୍ଲୀର ଯେକୌଣସି ଷ୍ଟେଶନ୍‌ରେ ଘଟାଇବା ଲାଗି ଆଇଏସ୍‌ଆଇ ଯୋଜନା କରିଥିଲା।

Share