ଆତଙ୍କବାଦୀଙ୍କ ଏନ୍‌କାଉଣ୍ଟର ୧୫ ପ୍ରତିଶତ କମିଛି: ଗ୍ଲୋବାଲ୍‌ ଟେରୋରିଜିମ୍‌ ଇଣ୍ଡେକ୍ସ୍‌

ଓ୍ବାଶିଂଟନ,୨୩।୧୧: ପୃଥିବୀରେ ଆତଙ୍କବାଦୀଙ୍କ ଏନ୍‌କାଉଣ୍ଟର ୨୦୧୭ ତୁଳନାରେ ୨୦୧୮ରେ ୧୫ ପ୍ରତିଶତ କମିଛି। ଏନେଇ ଗ୍ଲୋବାଲ୍‌ ଟେରୋରିଜିମ୍‌ ଇଣ୍ଡେକ୍ସ୍‌-୨୦୧୯ରେ ରିପୋର୍ଟ ପ୍ରକାଶ ପାଇଛି। ତେବେ ଗୋଟିଏ ବର୍ଷ ମଧ୍ୟରେ ଆତଙ୍କବାଦ ପ୍ରଭାବିତ ଦେଶଙ୍କ ସଂଖ୍ୟା ୭୧ରେ ପହଞ୍ଚିଛି। ୨୦୦୨ ପରେ ଦକ୍ଷିଣ ଏସିଆ ଆତଙ୍କବାଦ ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ଏଥିରେ ପ୍ରକାଶ ପାଇଛି। ଅପରପକ୍ଷରେ ଏହି ସମୟରେ ମଧ୍ୟ ଆମେରିକା ଅଞ୍ଚଳ କମ୍‌ ପ୍ରଭାବିତ ହୋଇଛି। ସେହିପରି ୟୁରୋପରେ ଆତଙ୍କବାଦୀଙ୍କ ଏନ୍‌କାଉଣ୍ଟର ୭୦ ପ୍ରତିଶତ କମିଛି। ଏଥିରେ ଆଫଗାନୀସ୍ତାନରେ ଆତଙ୍କବାଦୀଙ୍କ ଯୋଗୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଏଥି ଲାଗି ତାଲିବାନ୍‌ ସଂଗଠନକୁ ଦାୟୀ କରାଯାଇଛି। ଅନ୍ୟ ଆତଙ୍କବାଦୀ ସଂଗଠନ ତୁଳାନରେ ୨୦୧୮ରେ ତାଲିବାନ୍‌ ଅଧିକ ଲୋକଙ୍କ ଜୀବନ ନେଇଛି। ତାଲିବାନ୍‌ ଦ୍ୱାରା ଏହି ବର୍ଷ ୬ ହଜାର ଶହେ ୩ ଜଣ ଲୋକଙ୍କୁ ହତ୍ୟା କରାଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୮ରେ ଆତଙ୍କବାଦୀ ଆକ୍ରମଣରେ ୭ ହଜାର ୩ଶହ ୭୯ ଲୋକଙ୍କ ଜୀବନ ଯାଇଛି। ୨୦୧୭ ତୁଳନାରେ ସାଧାରଣ ଲୋକଙ୍କ ମୃତ୍ୟୁ ସଂଖ୍ୟା ୪୬ ପ୍ରତିଶତ ବଢ଼ିଛି। ଏହି ସମୟରେ ପଶ୍ଚିମ ଆଫ୍ରିକା ନାଇଜେରିଆରେ ମୌଳବାଦୀ ଅଧିକ ସକ୍ରିୟ ହୋଇଛନ୍ତି। ଅପରପକ୍ଷରେ ସୋମାଲିଆରେ ଆତଙ୍କବାଦୀ ଆକ୍ରମଣ ଘଟଣା କମିଛି। ଆତଙ୍କବାଦୀ ଆକ୍ରମଣ ଯୋଗୁ ୨୦୧୭ରେ ୫୪ ଶହ କୋଟି ଡଲାରର କ୍ଷତି ହୋଇଥିବାବେଳେ ୨୦୧୮ରେ ଏହା କମି ୩୩ ଶହ କୋଟି ଡଲାର ହୋଇଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ ବନ୍ଦରରେ ଲାଗିଲା ନିଆଁ, ଇମିଗ୍ରେଶନ ସିଷ୍ଟମ ପ୍ରଭାବିତ

ଲାହୋର,୧୦।୫: ଗୁରୁବାର ପାକିସ୍ତାନର ପଞ୍ଜାବ ପ୍ରଦେଶ ଲାହୋରର ଆଲାମା ଇକବାଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ସମଗ୍ର ଇମିଗ୍ରେସନ ସିଷ୍ଟମକୁ କ୍ଷତି...

ଭାରତୀୟ ନିର୍ବାଚନକୁ ପ୍ରଶଂସା କଲା ଆମେରିକା

ଓ୍ବାଶିଂଟନ,୧୦ା୫: ଭାରତରେ ଆମେରିକାର ରାଷ୍ଟ୍ରଦୂତ ଏରିକ୍‌ ଗାର୍ସେଟି ଭାରତରେ ଗଣତନ୍ତ୍ରକୁ ନେଇ କିଛି ଅଞ୍ଚଳରେ ଉଠିଥିବା ଚିନ୍ତାକୁ ଖାରଜ କରି କହିଛନ୍ତି ଯେ, ଏକବିଂଶ ଶତାବ୍ଦୀରେ...

ବହିଷ୍କାର ହେଲେ ଦୁଇ ମନ୍ତ୍ରୀ

କିଭ୍‌,୧୦ା୫: ୟୁକ୍ରେନ ଦୁଇ ବରିଷ୍ଠ ମନ୍ତ୍ରୀଙ୍କୁ ବରଖାସ୍ତ କରିଛି। ୟୁକ୍ରେନ ସଂସଦ ଗୁରୁବାର ଏହାକୁ ଅନୁମୋଦନ କରିଛି। ଉପ ପ୍ରଧାନମନ୍ତ୍ରୀ ଆଲେକ୍‌ଜାଣ୍ଡାର କୁବ୍ରାକୋଭ୍‌ ଏବଂ କୃଷିମନ୍ତ୍ରୀ...

ଶେଷରେ ଭାରତ ଆଗରେ ମୁଣ୍ଡ ନୁଆଁଇଲା ଆମେରିକା

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୦।୫: : ଖଲିସ୍ତାନୀ ନେତା ଗୁରପତଓ୍ବନ୍ତ ସିଂ ପନ୍ନୁ ହତ୍ୟା ଉଦ୍ୟମ ପଛରେ ନୂଆଦିଲ୍ଲୀ ସମ୍ପୃକ୍ତ ଥିବା ଅଭିଯୋଗର ନିର୍ଭରଯୋଗ୍ୟ ପ୍ରମାଣ ଆମେରିକା ଏପର୍ଯ୍ୟନ୍ତ ଦେଇ...

୫ ଭାରତୀୟଙ୍କୁ ମୁକ୍ତ କଲା ଇରାନ

ତେହରାନ,୧୦ା୫: କତାରରୁ ୮ ଜଣ ପୂର୍ବତନ ଭାରତୀୟ ନୌସେନା ସୈନିକଙ୍କୁ ନିରାପଦ ପ୍ରତ୍ୟାବର୍ତ୍ତନ ପରେ ଭାରତ ଆଉ ଏକ ପ୍ରମୁଖ କୂଟନୈତିକ ସଫଳତା ହାସଲ କରିଛି।...

ବିମାନରେ ସିଗାରେଟ୍‌ ଟାଣି ଗିରଫ

ଓମାନର ମସ୍କଟରୁ ମୁମ୍ବାଇ ଯାତ୍ରା କରୁଥିବା ଏକ ଭିସ୍ତାରା ବିମାନର ଓ୍ବାଶ୍‌ରୁମରେ ସିଗାରେଟ ଟାଣୁଥିବାରୁ ତାମିଲନାଡ଼ୁ କନ୍ୟାକୁମାରୀର ବାଳକୃଷ୍ଣ ରାଜାୟନ (୫୧)ଙ୍କୁ ଗିରଫ କରାଯାଇଛି। ପାଇଲଟ...

ନେପାଳ ଜନସଂଖ୍ୟା ବୃଦ୍ଧିରେ ଲାଗିଲା ରୋକ, ଅବସ୍ଥା ଖରାପ

ନୂଆଦିଲ୍ଲୀ,୯।୫: ନେପାଳର ଜନସଂଖ୍ୟା ବୃଦ୍ଧି କ୍ରମାଗତ ଭାବେ ହ୍ରାସ ପାଉଛି। ଗତ ଦଶନ୍ଧିରେ ନେପାଳର ଜନସଂଖ୍ୟା ଅଭିବୃଦ୍ଧି ହାର ପ୍ରତିବର୍ଷ ୦.୯୨ ପ୍ରତିଶତ ରହିଛି। ଗତ...

ଶୋଇଥିଲେ ଶ୍ରମିକ, ଗୁଳିବର୍ଷଣ କଲେ ଆତଙ୍କବାଦୀ: ୭ ମୃତ

ନୂଆଦିଲ୍ଲୀ,୯।୫: ଆଜିକାଲି ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ଘଟୁଛି। ପୁଣି ଥରେ ଆତଙ୍କବାଦୀମାନେ ଗ୍ବାଦ୍‌ରରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri