Categories: ଜାତୀୟ

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ: ୪ ବ୍ୟବସାୟୀଙ୍କ ଘରେ ଏନ୍‌ଆଇଏ ଚଢ଼ାଉ

ଶ୍ରୀନଗର,୨୮।୭: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗରେ ଜମ୍ମୁ-କଶ୍ମୀରର ରବିବାର ୪ ବ୍ୟବସାୟୀଙ୍କ ଘରେ ଚଢ଼ାଉ କରାଯାଇଛି। ଏନ୍‌ଆଇଏ ପକ୍ଷରୁ ଉତ୍ତର କଶ୍ମୀରର ବାରମୁଳା ଜିଲାରେ ଏହି ଚଢ଼ାଉ କରାଯାଇଥିବା କୁହାଯାଉଛି। ବ୍ୟବସାୟୀ ଆଶିଫ୍‌ ଲୋନ୍‌, ତନବୀର୍‌ ଅହମ୍ମଦ୍‌, ତାରିକ୍‌ ଅହମ୍ମଦ୍‌ ଏବଂ ବିଲାଲ ଭଟ୍ଟଙ୍କ ଘରେ ଚଢ଼ାଉ କରାଯାଇଛି। ସେମାନେ ବିଚ୍ଛିନ୍ନତାବାଦୀ ନେତା ସଜାଦ୍‌ ଲୋନ୍‌ଙ୍କର ନିକଟତମ ବୋଲି ଏନ୍‌ଆଇଏ ପକ୍ଷରୁ ସୂଚନା ଦିଆଯାଇଛି।

Share