Categories: ଜାତୀୟ

ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ରଙ୍କୁ ବାସନ୍ଦ କରାଯାଉ: ରାଜନାଥ ସିଂ

ତାସକେଣ୍ଟ୍‌,୪।୧୧: ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ରଙ୍କୁ ବାସନ୍ଦ କରାଯାଉ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏନେଇ ସୋମବାର ୟୁଜବେକିସ୍ତାନର ତାସକେଣ୍ଟ୍‌ଠାରେ ଆୟୋଜିତ କାର୍ଯ୍ୟକ୍ରମ ଦସ୍ତଲିକ୍‌-୨୦୧୯ରେ ଏହା କହିଛନ୍ତି। ଆତଙ୍କବାଦ ସାରା ପୃଥିବୀ ପାଇଁ ଏକ ସଙ୍କଟ ସୃଷ୍ଟି କରିଛି। ତେବେ ପାକିସ୍ତାନର ନାମ ନ ନେଇ ରାଜନାଥ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଦେଶଙ୍କ ଉଦ୍ଦେଶ୍ୟରେ ଏଭଳି କହିଛନ୍ତି। ପ୍ରଥମଥର ପାଇଁ ଭାରତ ଏବଂ ୟୁଜବେକିସ୍ତାନ ମଧ୍ୟରେ ଏହି ସମ୍ମିଳନୀର ଆୟୋଜନ ହୋଇଛି। ଏହି ସମ୍ମିଳନୀରେ ୟୁଜବେକିସ୍ତାନ ରକ୍ଷାମନ୍ତ୍ରୀ ମେଜର ଜେନେରାଲ ବାକୋଦିର୍‌ ନିଜାମୋଭିଚ୍‌ କୁର୍ବାନୋଭ୍‌ ଉପସ୍ଥିତ ଥିଲେ।

Share