ଆଠମଲ୍ଲିକରୁ ଗଲା ତୁଳସୀ, ପଦ୍ମଫୁଲ

ଆଠମଲ୍ଲିକ, ୧୯ା୪(ଡି.ଏନ.ଏ.)- ଲକଡାଉନ ଯୋଗୁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ତୁଳସୀ ପତ୍ର ଓ ଫୁଲର ଅଭାବ ଦେଖା ଯାଉଥିବାବେଳେ ରବିବାର ଏକ କାର୍ ଆଠମଲ୍ଲିକରୁ ପୁରୀ ଅଭିମୁଖେ ତୁଳସୀ ପତ୍ର ଓ ପଦ୍ମଫୁଲ ନେଇ ଯାଇଥିବା ଜଣାପଡିଛି। ଅନୁଗୋଳ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ଦୁଇଦିନିଆ କାର୍ ଯାତ୍ରା କାର୍ଯ୍ୟକ୍ରମକୁ ଆଠମଲ୍ଲିକ ଉପଜିଲାପାଳ ଡ. ରଜନୀକାନ୍ତ ବିଶ୍ବାଳ ଶୁଭାରମ୍ଭ କରିଥିଲେ। ପୂର୍ବତନ ନଗରପାଳ ସୁଦାମ କୁମାର ସାହୁ, ଜଗନ୍ନାଥ ପ୍ରେମୀ ଡମ୍ବରୁଧର ପ୍ରଧାନ ତୁଳସୀ ଓ ପଦ୍ମ ଫୁଲ ନେଇ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି କାଯର୍ୟକ୍ରମରେ ବିଡିଓ ସଞ୍ଚୟ କୁମାର ଆଚାର୍ଯ୍ୟ, ତହସିଲଦାର ଡ. ସ୍ବରୂପାନନ୍ଦ ସାହୁ, ଏନଏସି ନିର୍ବାହୀ ଅଧିକାରୀ କାଦମ୍ବିନୀ ଜେନା ପ୍ରମୁଖ ଯୋଗଦେଇଥିଲେ।