Posted inଖେଳ

ଆଝାର ଅଲ୍ଲୀଙ୍କ ବ୍ୟାଟ୍‌ କିଣିଲା ପୁଣେ ମ୍ୟୁଜିୟମ

କରାଚୀ, ୯ା୫ (ପି.ଟି.):ପାକିସ୍ତାନ ଟେଷ୍ଟ ଅଧିନାୟକ ଆଝାର ଅଲ୍ଲୀଙ୍କ ବ୍ୟାଟ୍‌ ଶେଷର ନିଲାମ ହୋଇଛି। କୋଭିଡ୍‌-୧୯ ମହାମାରୀ ମୁକାବିଲା ପାଇଁ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ସେ ଏହା କରିଛନ୍ତି। ଭାରତର ଏକ ମ୍ୟୁଜିୟମ ତାହାକୁ କ୍ରୟ କରିଛି। ୨୦୧୬ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଏକ ଟେଷ୍ଟ ମ୍ୟାଚ୍‌ରେ ସେ ୩୦୨ ରନ ସଂଗ୍ରହ କରିଥିଲେ। ତାଙ୍କର ଏହି ତ୍ରିଶତକୀୟ ଇନିଂସରେ ସେ ଯେଉଁ ଦୁଇଟି ବ୍ୟାଟ୍‌ ବ୍ୟବହାର କରିଥିଲେ ତାହାକୁ ନିଲାମ କରିଛନ୍ତି। ଏହାଛଡ଼ା ୨୦୧୭ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ଭାରତ ବିପକ୍ଷ ବିଜୟ ମ୍ୟାଚରେ ସେ ପିନ୍ଧିଥିବା ଜର୍ସିକୁ ମଧ୍ୟ ଅନ୍‌ଲାଇନ୍‌ରେ ନିଲାମ କରିଛନ୍ତି। ଉଭୟ ବ୍ୟାଟ୍‌ ଏବଂ ଜର୍ସିରେ ପାକିସ୍ତାନ ଦଳର ସମସ୍ତ ସଦସ୍ୟଙ୍କ ଦସ୍ତଖତ ରହିଛି। ଆଝାର ସୋସିଆଲ ମିଡିଆରେ ବ୍ୟାଟ୍‌ ଓ ପିଛା ୧ନିୟୁତ ବେସ୍‌ ପ୍ରାଇସ୍‌ ରଖିଥିଲେ। ପୁଣେସ୍ଥିତ ବ୍ଲେଡ୍ସ ଅଫ୍‌ ଗ୍ଲୋରି କ୍ରିକେଟ ମ୍ୟୁଜିୟମ ୧ନିୟୁତ ଟଙ୍କା ଦେଇ ବ୍ୟାଟ୍‌ କ୍ରୟ କରିଥିଲା। ତାଙ୍କର ଏହି ସ୍ମରଣୀୟ ଜର୍ସି ପ୍ରତି କାଲିଫର୍ନିଆରେ ବାସ କରୁଥିବା ଜଣେ ପାକିସ୍ତାନୀ କାଶ୍‌ ଭିଲାନୀ ବିଶେଷ ଆଗ୍ରହ ଦେଖାଇଥିଲେ। ସେ ୧.୧ ନିୟୁତ ଟଙ୍କା ବିନିମୟରେ କ୍ରିୟ କରିଥିଲେ। ନ୍ୟୁଜର୍ସିରେ ବାସ କରୁଥିବା ଅନ୍ୟ ଜଣେ ପାକିସ୍ତାନୀ ଜଲାଲ ଖାଁ ଏଥିପାଇଁ ୧୦୦,୦୦୦ ଦାନ କରିଥିବା ଆଝାର ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଦିବା/ରାତ୍ର ଟେଷ୍ଟରେ ତ୍ରିଶତକ ହାସଲ କରିବାରେ ଆଝାର ଅଲ୍ଲୀ ହେଉଛନ୍ତି ପ୍ରଥମ ଅନ୍ତର୍ଜାତୀୟ ଖେଳାଳି। ୨୦୧୬ରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ରେ ସେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୩୦୨ ରନ କରି ଅପରାଜିତ ରହିଥିଲେ। ପାକିସ୍ତାନ କ୍ରିକେଟର ଜଣକ କହିଛନ୍ତି, ଏହି ଜିନିଷଗୁଡ଼ିକ ତାଙ୍କ ପାଇଁ ସ୍ମରଣୀୟ ଥିଲା। ମାତ୍ର ଏକ ସଂକଟଜନକ ପରିସ୍ଥିତିରେ ଜନ କଲ୍ୟାଣ ଉଦ୍ଦେଶ୍ୟରେ ଏହା କାମରେ ଲାଗିପାରିଥିବାରୁ ମୁଁ ବହୁତ ଖୁସି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri