Posted inଫୁରସତ

ଆଜ୍ଞା, ଈଶ୍ୱରଙ୍କୁ ଦେଖିଛନ୍ତି କି

ଈଶ୍ୱରଙ୍କ ମହିମା ଏବଂ ଲୀଳାଗୁଡ଼ିକୁ ବିଭିନ୍ନ ଶାସ୍ତ୍ର ପୁରାଣ, ଗୀତା, ଭାଗବତ, ପ୍ରବଚନ ଅବା ଅନେକ ଭକ୍ତଙ୍କ ଦିବ୍ୟାନୁଭୂତିକୁ ଶ୍ରବଣ କରିସାରିବା ପରେ ଆଧ୍ୟାତ୍ମିକ ଦୁନିଆରେ ପାଦ ଥାପୁଥିବା ଅବା ଏ ଇଲାକାରେ ଅନେକ ଦିନ ହେଲା ଘୂରି ବୁଲୁଥିବା ଜିଜ୍ଞାସୁ ଜଣଙ୍କ ମନରେ ସ୍ବାଭାବିକ ପ୍ରଶ୍ନଟିଏ ଉଙ୍କିମାରେ- ଆରେ, ଏ ସର୍ବଶକ୍ତିମାନ ବୋଲାଉଥିବା ଈଶ୍ୱରଙ୍କ ରୂପ ପ୍ରକୃତରେ କେମିତିକା ମ? ସେ କଳା, ଗୋରା ନା ସାବନା! ସେ ଡେଙ୍ଗା, ଗେଡ଼ା ନା ମଧ୍ୟମ ଧରଣର!! ସେ ଧୋତିପିନ୍ଧା ନା ପ୍ୟାଣ୍ଟ ସାର୍ଟ ପିନ୍ଧା !!! ସୌଭାଗ୍ୟ ହେଉ ବା ଦୁର୍ଭାଗ୍ୟ, ଆଜି ପର୍ଯ୍ୟନ୍ତ ଈଶ୍ୱରଙ୍କର ସେମିତି କିଛି ନିର୍ଦ୍ଧାରିତ ନିର୍ଦ୍ଦିଷ୍ଟ ରୂପ ଜଣେ ସାଧାରଣ ଲୋକ ପାଖରେ ନାହିଁ। ଯେମିତି କି ଉଦାହରଣ ନିଆଯାଉ- ନବୀନ ପଟ୍ଟନାୟକ। ଏ ମହାଶୟଙ୍କ ବିଷୟରେ ହଜାରେ ଲେଖକ ରୂପ ବର୍ଣ୍ଣନା କଲେ ବି ସବୁ ବର୍ଣ୍ଣନା ଗୋଟିଏ ହିଁ ହେବ- ଚୁଡିଦାର ପଞ୍ଜାବୀ ପିନ୍ଧନ୍ତି। ଧଳା ରଙ୍ଗର। ଉଚ୍ଚତା ବି ଅଛି। ଚୁଟିର ଷ୍ଟାଇଲ ଏମିତି। ସବୁବେଳେ ଚପଲ ବା ସାଣ୍ଡେଲ ପିନ୍ଧନ୍ତି-ଏମିତି ଅନେକ କଥା।

ସବୁକଥା ଛାଡ଼ନ୍ତୁ। ଈଶ୍ୱରଙ୍କ ରଙ୍ଗ ବିଷୟରେ ଦେଖିଲେ କ’ଣ ସବୁ ଲେଖାହୋଇଛି ଆମ ଶାସ୍ତ୍ରରେ। କିଏ କହିଲେଣି ବିଷ୍ଣୁ ହେଉଛନ୍ତି ଧଳା। ଧବଳ ବର୍ଣ୍ଣ। କୋଉ ଶାସ୍ତ୍ର କହିଲେଣି ନା, ନା। ଧଳା ନୁହେଁ, ନୀଳ। ଗୋଟିଏ ଶ୍ଳୋକ କହିଲେ, ଧଳା ନୁହେଁ କି ନୀଳ ନୁହେଁ। ସେ ହେଉଛନ୍ତି କଳା। ଆଚ୍ଛା, ଅସଲରେ ଜଣେ କ’ଣ ବୋଲି ଭାବିବ?

ଅନେକ ସଭା ସମିତିରେ ହରିକଥା କହି ମଂଚରୁ ଓହ୍ଲାଉଥିବାବେଳେ ବହୁ ଲୋକ, ସେମାନଙ୍କ ମଧ୍ୟରେ ଉଚ୍ଚ ଶିକ୍ଷିତ ବି ଥାଆନ୍ତି, ପଚାରି ବସନ୍ତି- ଆଜ୍ଞା, ଆପଣ ଭଗବାନଙ୍କୁ ଦେଖିଛନ୍ତି? କ’ଣ ହୋଇପାରେ ତା ଉତ୍ତର। ଏହାର ଉତ୍ତର ତିନି ପ୍ରକାର ହୋଇପାରେ- ‘ହଁ’, ‘ନାଁ’ କିମ୍ବା ‘ସେ ସର୍ବତ୍ର ବିରାଜିତ। ସବୁ ରୂପରେ ମୁଁ ତାଙ୍କୁ ଦେଖେ’। ଯଦି ‘ହଁ’ ବୋଲି କହିଦେଲ, ତେବେ ଲୋକେ ଆଉ ପିଚ୍ଛା ଛାଡିବେନି। ଗୋଡ଼ାଇ ଗୋଡ଼ାଇ ହାତ ମଳି ମଳି ପଚାରିବେ- ସେ କେମିତିକା ଟିକେ ଦୟାକରି କୁହନ୍ତୁ? ଯଦି ‘ନା’ କହିବେ ତେବେ ଲୋକ ଭାବିବେ, ଏଇଟା ଚଷୁକୁଟା ବଳଦ। କିଛି ଜାଣିନି। ବେଶି ଗପୁଛି। ଯଦି ଉତ୍ତର ଦେବେ ‘ମୁଁ ତାଙ୍କୁ ସର୍ବଭୂତରେ ସବୁ ରୂପରେ ଦେଖେ’, ତେବେ ଲୋକ ଭାବି ବସନ୍ତି, ଏଇଟା ସୁବିଧାବାଦୀ ଲୋକଟା। ସହଜରେ ଖସିଯିବା ଭଳିଆ ଉତ୍ତର ଦେଉଛି ଇୟେ।

ପାଠକେ! ‘ବେଦ’ କହିଲେ-ଦେବସ୍ୟ ପ୍ରତିମା ନାସ୍ତି। ଈଶ୍ୱରଙ୍କ ପ୍ରତିମା ବା ରୂୂପ ନାହିଁ। ସେ ଅବ୍ୟକ୍ତ, ଅରୂପ ବା ନିରାକାର। ଏହାକୁ ମାନି ବହୁତ ଲୋକ ବି ଅଛନ୍ତି। ସେମାନଙ୍କୁ ବେଦାନ୍ତୀ ବା ଜ୍ଞାନ ମାର୍ଗୀ ବୋଲି ଧରାଯାଏ। ଆଉ କେହି କେହି ସନ୍ଥ ମହାପୁରୁଷ ଈଶ୍ୱରଙ୍କୁ ରାମ, କୃଷ୍ଣ ବା ଜଗନ୍ନାଥଙ୍କ ରୂପରେ ବି ପ୍ରତିଷ୍ଠା କରାଇଛନ୍ତି। ଅଧ୍ୟାତ୍ମ ପ୍ରାଣ ବ୍ୟକ୍ତିମାନେ ଏ ଧାରାକୁ ବି ସ୍ବୀକାର କରନ୍ତି। ଆନନ୍ଦରେ ଭାବ ବିଭୋର ହୋଇ ଈଶ୍ୱରଙ୍କ ଏ ରୂପକୁ ଧ୍ୟାନ କରି ନାଟ କୀର୍ତ୍ତନ ବି କରନ୍ତି। ଏଥିରୁ ବି ସେମାନଙ୍କୁ ଆନନ୍ଦ ମିଳେ ବା ମିଳୁଛି। ତେବେ ଅସଲ ରୂପଟା କ’ଣ? ଠିକ୍‌ ଅଛି, ଜଣେ ଜଗନ୍ନାଥଙ୍କୁ ଈଶ୍ୱରଙ୍କ ରୂପ ବୋଲି ମାନିନେଲା। ହେଲେ ପଣସ ଖାଇବାକୁ ଗଲାବେଳେ ମତ ବଳରାମ ଦାସଙ୍କୁ କ’ଣ ସେହି ରୂପ ଦେଖାଇ କହିଥିଲେ-ଚାଲ, ପଣସ ଖାଇବାକୁ ଯିବା! ହାତ ତ ନଥିଲା। ଦାସିଆର ନଡିଆଟିକୁ କିପରି ସେ ନେଇଗଲେ!! ଆଚ୍ଛା, ଗଣପତି ଭଟ୍ଟଙ୍କୁ ଗଣେଶ ରୂପରେ କେମିତି ଦେଖାଦେଲେ!!! ପ୍ରକୃତରେ ଜଗନ୍ନାଥଙ୍କ ଅଥେନ୍‌ଟିକ୍‌ ରୂପ କ’ଣ?- ସାଧାରଣ ଲୋକଟି ଏମିତି କେତେ କ’ଣ ଭାବି ତା ମନ ରାଇଜରେ ଅସ୍ତବ୍ୟସ୍ତ ହେଉଥାଏ।

ଇଏତ ବଡ଼ ଗହନ କଥା। ତେବେ କ’ଣ ଏହାର ସିଦ୍ଧାନ୍ତ? ଭାଗବତରେ ଲେଖାଅଛି-ଗୁରୁଟି ସର୍ବଧର୍ମମୟେ। ମୁହିଁ ବସଇ ଗୁରୁଦେହେ। ଈଶ୍ୱର ଯଦି ଗୁରୁଙ୍କ ଦେହରେ ବସନ୍ତି ତେବେ ତାଙ୍କୁ ହିଁ ପଚାରିଲେ ଠିକ୍‌ ଉତ୍ତର ମିଳିବ। ଚାଲନ୍ତୁ, ଗୁରୁଙ୍କୁ ବିନୀତ ଜିଜ୍ଞାସା କରିବା। ଶ୍ରୀ ଗୁରୁଦେବ ଉତ୍ତର ଦେଲେ, ବରଫ-ପାଣି-ବାଷ୍ପ। ପଦାର୍ଥ ଗୋଟିଏ, ରୂପ ଅଲଗା। ବରଫର ନିର୍ଦ୍ଦିଷ୍ଟ ଆକୃତି ଅଛି। ପାଣିର ଆକୃତି ନାହିଁ। ପାତ୍ର ଅନୁସାରେ ତା’ର ଆକୃତି। ଆଉ ‘ବାଷ୍ପ’ ନିରାକାର। ଯେଉଁମାନେ ଈଶ୍ୱରଙ୍କୁ ନିରାକାର ବୋଲି ଭାବନ୍ତି ସେମାନେ ବରଫର ‘ବାଷ୍ପ’ ରୂପର ଉପାସକ। ଶୀତଳତା ଆସିଲେ ‘ବାଷ୍ପ’ ପାଣିରେ ପରିଣତ ହୁଏ। ଠିକ୍‌ ସେହିପରି ସାଧନ ଭଜନରେ ଭାବଭକ୍ତିିର ଶୀତଳତା ଆସିଲେ ନିରାକାର ଈଶ୍ୱର ସାଧକ ମନର ଭାବନା ଅନୁସାରେ ରୂପ ନିଅନ୍ତି। ଗଣପତି ଭଟ୍ଟ ଚାହିଁଲେ ‘ଗଣେଶ’ ରୂପରେ ଦର୍ଶନ କରିବେ। ପ୍ରଭୁ ସେଇ ରୂପରେ ହିଁ ଦର୍ଶନ ଦେଲେ। ସେ ଯଦି ଚାହିଁଥାନ୍ତେ ‘ପ୍ରଭୂ ମୋତେ ଭାଲୁ ରୂପରେ ଦର୍ଶନ ଦିଅନ୍ତୁ, ଜଗନ୍ନାଥ ନିଶ୍ଚେ ସେଇ ରୂପରେ ଦର୍ଶନ ଦେଇଥାନ୍ତେ। ଶିରିଡ଼ି ସାଇ ବି ଅନେକ ସମୟରେ କୁକୁର, ଫେରିବାଲା, ପୋଲିସ, ଡାକ୍ତର ରୂପ ନେଇ ଭକ୍ତମାନଙ୍କ ଘରେ ପହଞ୍ଚନ୍ତି ବୋଲି ବାବାଙ୍କର ଅନେକ ଅନୁଗାମୀ କୁହନ୍ତି। ସ୍ବୟଂ ଜଗନ୍ନାଥ ବି ଅନେକ ରୂପ ଧରି ଅନେକ ଭକ୍ତଙ୍କ ଅଭାବ ଅସୁବିଧା ବା ବିପତ୍ତିରେ ଉପସ୍ଥିତ ହୁଅନ୍ତି ବୋଲି ବହୁ ଲେଖା ଓ ଗାଥା ଅଛି। ଆଉ ହଁ, ରାମ, କୃଷ୍ଣ, ଜଗନ୍ନାଥ ଆଦି ହେଉଛନ୍ତି ‘ବାଷ୍ପ’ର ‘ବରଫ’ ରୂପ। ନିର୍ଦ୍ଦିଷ୍ଟ ଆକୃତି ଅଛି।

ବରଫ, ପାଣି ଓ ବାଷ୍ପ ଯେମିତି ଗୋଟିଏ ପଦାର୍ଥର ରୂପାନ୍ତର ଠିକ୍‌ ସେମିତି ଯିଏ ଯେମିତି ଢଙ୍ଗରେ ଈଶ୍ୱରଙ୍କୁ ଡାକୁନା କାହିଁକି, ସମସ୍ତଙ୍କର ଲକ୍ଷ୍ୟ ହେଉଛି ଗୋଟିଏ-ଆନନ୍ଦ ପ୍ରାପ୍ତି। ଏଇ ‘ଆନନ୍ଦ’ର ସମ ପର୍ଯ୍ୟାୟବାଚୀ ଶବ୍ଦ ହେଉଛି ସଚିଦାନନ୍ଦ ବା ପରମାତ୍ମା। ପରମାତ୍ମା ହିଁ ଆନନ୍ଦ ସ୍ବରୂପ। ନିରାକାରଙ୍କ ଠାରୁ ଆନନ୍ଦ ମିଳେ, ସାକାରଙ୍କଠାରୁ ବି ଆନନ୍ଦ ମିଳେ।

ପାଠକେ! ଆମେ ଆଉ ଏତେ ଗୋଳିଆ ଘଣ୍ଟା ଭିତରକୁ ପଶିବା ନାହିଁ। ଯାହାର ଯେମିତି ମନ ବୁଝୁଛି ସିଏ ସେହି ବାଟରେ ଆଗଉ। ଚଖା ଚଖି ବା ତର୍କ ବିତର୍କରେ ସମୟ ସାରିବାନି। ସମୟ ଅଳପ। ପଥ ବହୁଦୂର। ହଁ, ଆଉ ଗୋଟିଏ କଥା ଛାଡିଗଲି। କିଏ କେମିତି ଈଶ୍ୱରଙ୍କୁ ଦେଖିଛି- ଏ କଥା କାହାକୁ ପଚାରିବା କି ଦରକାର? ଯିଏ ଯେଝାର ଭାବନା ଅନୁସାରେ ଦେଖୁଛନ୍ତି। ଆମେ ଆଗେ ନିଜର ଭାବନାକୁ ଠିକ୍‌ କରିବା। ଈଶ୍ୱରଙ୍କୁ ମୁଁ ବାଷ୍ପ, ପାଣି ବା ବରଫ, କୋଉ ହିସାବରେ ଦେଖିବି ତାହା ଆଜିଠୁ ଥୟ କରିନେବା ଉଚିତ।

-ଶ୍ରୀ ସନ୍ନ୍ୟାସୀ
-ଦିବ୍ୟାଲୋକ ସନ୍ଧାନେ, ତେଲେଙ୍ଗାପେଣ୍ଠ, କଟକ


Enter your email to get our daily news in your inbox.

All Right Reserved By Dharitri.Com

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri