ଆଜି ସନ୍ଧ୍ୟା ସୁଦ୍ଧା ଏସ୍‌ସି,ଏସ୍‌ଟି ହଷ୍ଟେଲ ଛାତ୍ରୀଛାତ୍ରଙ୍କୁ ଘରେ ପହଞ୍ଚାଯିବ: ସୁବ୍ରତୋ ବାଗ୍‌ଚୀ

ଭୁବନେଶ୍ୱର, ୨୪।୩(ବ୍ୟୁରୋ): ରାଜ୍ୟର ସମସ୍ତ ଜିଲା ମଙ୍ଗଳବାର ମଧ୍ୟରାତ୍ରରୁ ମାର୍ଚ୍ଚ ୨୯ ଯାଏ ଲକ୍‌ଡାଉନ୍‌ ରହିବ। ମଙ୍ଗଳବାର ଏହି ସୂଚନା ଦେଇଛନ୍ତି କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ। ସମଗ୍ର ରାଜ୍ୟ ଲକ୍‌ଡାଉନ୍‌ ହେଉଥିବାରୁ ଅନୁସୂଚିତ ଜାତି/ ଜନଜାତି ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ହେଉଥିବା ଏସ୍‌ସି, ଏସ୍‌ଟି ହଷ୍ଟେଲ ବନ୍ଦ ରହିବ। ଏହି ହଷ୍ଟେଲଗୁଡ଼ିକରେ ଥିବା ପିଲାମାନଙ୍କୁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ସେମାନଙ୍କ ଘରେ ପହଞ୍ଚାଇ ଦିଆଯିିବ। ସମ୍ପୃକ୍ତ ଜିଲାର ଜିଲାପାଳମାନେ ପିଲାମାନଙ୍କୁ ଘରେ ପହଞ୍ଚାଇବାର ସମସ୍ତ ବ୍ୟବସ୍ଥା କରିବେ ବୋଲି ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇଛନ୍ତି।