ଆଜି ରାଜ୍ୟରେ ୭୨ ପଜିଟିଭ୍‌ ଚିହ୍ନଟ, ୩୩୫୬୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୭।୨(ବ୍ୟୁରୋ): ରବିବାର ୧୦୦ ତଳେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ଆଜି ୭୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୫,୬୨୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୪୩ ଜଣ ଚିହ୍ନଟ ହୋଇଥିବା ବେଳେ ୨୯ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ସୁନ୍ଦରଗଡ଼ରରୁ ସର୍ବାଧିକ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୧୦ ଏବଂ ଝାରସୁଗୁଡ଼ାରୁ ୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱରରୁ ୫, ବରଗଡ଼ ୪, ବଲାଙ୍ଗୀର ୨, ବୌଦ୍ଧ ୧, କଟକ ୫, ଦେବଗଡ଼ ୧, ଗଜପତି ୨, ଗଞ୍ଜାମ ୪,ଯାଜପୁର ୩, କଳାହାଣ୍ଡି ୩, ଖୋର୍ଦ୍ଧା ୧, ମୟୂରଭଞ୍ଜ ୪, ନବରଙ୍ଗପୁର ୪, ପୁରୀ ୩ ଏବଂ ସୋନପୁରରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୫, ୬୨୦ରେ ପହଞ୍ଚିଥିବା ବେଳେ ୩,୩୨,୮୪୨ ଜଣ ସୁସ୍ଥ ହୋଇଛନ୍ତି। ୮୧୬ ଜଣ ଚିକିତ୍ସିତ ହେଉଛନ୍ତି।