ଆଜି ରାଜ୍ୟରୁ ୧୬୪୮ ଆକ୍ରାନ୍ତ ଚିହ୍ନଟ,କଟକରୁ ସର୍ବାଧିକ

ଭୁବନେଶ୍ୱର,୧୯ା୭(ବ୍ୟୁରୋ): ସୋମବାର ରାଜ୍ୟରୁ ୧୬୪୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୫୫,୯୭୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୯୫୫ ଜଣ ଚିହ୍ନଟ ହୋଇଥିବା ବେଳେ ୬୯୩ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି କଟକରୁ ସର୍ବାଧିକ ୩୩୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୩୦ ଏବଂ ଯାଜପୁରରୁ ୧୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୮୯, ବାଲେଶ୍ୱର ୮୩, ବରଗଡ଼ ୧୭, ଭଦ୍ରକ ୭୭, ବଲାଙ୍ଗୀର ୧, ବୌଦ୍ଧ ୫, ଦେବଗଡ଼ ୧, ଢେଙ୍କାନାଳ ୫୪, ଗଜପତି ୫, ଗଞ୍ଜାମ ୧୧, ଜଗତସିଂହପୁର ୧୧୨, ଝାରସୁଗୁଡ଼ା ୯, କଳାହାଣ୍ଡି ୧୧, କନ୍ଧମାଳ ୧୫, କେନ୍ଦ୍ରାପଡ଼ା ୫୦, କେନ୍ଦୁଝର ୨୧, କୋରାପୁଟ ୬, ମାଲକାନଗିରି ୩୫, ମୟୂରଭଞ୍ଜ ୭୭, ନବରଙ୍ଗପୁର ୧୨, ନୟାଗଡ଼ ୭୩, ନୂଆପଡ଼ା ୭, ପୁରୀ ୬୭, ରାୟଗଡ଼ା ୨୧, ସମ୍ବଲପୁର ୨୪, ସୋନପୁରରୁ ୧୦ ଏବଂ ସୁନ୍ଦରଗଡ଼ରୁ ୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୪୪।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟ ୯,୫୫,୯୭୪ରେ ପହଞ୍ଚିଥିବା ବେଳେ ୯,୩୦,୪୧୮ଜଣ ସୁସ୍ଥ ହୋଇଛନ୍ତି। ୨୦,୩୮୭ ଜଣ ଚିକିିତ୍ସିତ ହେଉଛନ୍ତି।