ଆଜି ମୁଖ୍ୟମନ୍ତ୍ରୀଙ୍କ ନୂଆଦିଲ୍ଲୀ ଗସ୍ତ

ଭୁବନେଶ୍ୱର,୧୮ା୯(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନୂଆଦିଲ୍ଲୀ ଗସ୍ତ କରିବେ। ସେହିଦିନ ଅପରାହ୍ନ ୫ଟା ୩୦ରେ ଓଡ଼ିଶା ଭବନରେ ଭାରତ ସରକାରଙ୍କ ବିଭିନ୍ନ ଅଧିକାରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ରାଜ୍ୟ ପାଇବାକୁ ଥିବା ବଳକା ଅର୍ଥ ଏବଂ ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ଆଲୋଚନା ହେବ। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ କୌଣସି ସରକାରୀ କିମ୍ବା ବେସରକାରୀ କାର୍ଯ୍ୟକ୍ରମ ନେଇ ସୂଚନା ଦିଆଯାଇନାହିଁ। ମୁଖ୍ୟମନ୍ତ୍ରୀ ଗୁରୁବାର ମଧ୍ୟାହ୍ନ ୧୨ଟା ୨୦ରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି।